ଯନ୍ତ୍ରାୟିତ

ଜୀବନ – ଅଭିନୟ
April 16, 2022
ଶୂନ୍ୟ !!!
April 16, 2022

ମନର କୋଣେ କୋଣେ
ଅଶ୍ରୁର କଣେ କଣେ
ମୋର ଭାବନା ଯେ ଇତଃସ୍ତତଃ ;
ଆଗରେ ମରଣ
ପଛରେ ଜୀବନ
ମଝିରେ ମୋର
ଆଶାର ଆକାଶ ତାରକିତ
ମନର କୋଣେ କୋଣେ
ଅଶ୍ରୁର କଣେ କଣେ
ମୋର ଭାବନା ଆଜି ଧୂମାୟିତ;
ସମ୍ମୁଖେ ପ୍ରାନ୍ତର
ପଶ୍ଚାତେ ବନାନୀ
ମଝିରେ ମୋ
ବର୍ତ୍ତମାନ ପ୍ରଶ୍ନାୟିତ

ଦୁଃଖର ଛୁରୀକାଘାତେ
ସୁଖର ଉଲକାପାତେ
ଜୀବନଟା ମୋ ଅବାନ୍ତର ;
ବକ୍ଷ ମୋ ବିଦୀର୍ଣ
ସ୍ବପ୍ନ ମୋ ବିଚୁର୍ଣ
ଚଳତ୍ ହୀନ ମୁଁ , ଚାଲିଛି
ହୋଇଛି ମୁଁ ଯନ୍ତ୍ରାୟିତ

ଡଃ  ବିୟତ୍ ପ୍ରଜ୍ଞା ଆଚାର୍ଯ୍ୟ

Leave a Reply

Your email address will not be published. Required fields are marked *