Band, Baaja, Baraat (2)
August 17, 2026
ନିରକ୍ଷରଙ୍କର ଅସହାୟତା
ନିରକ୍ଷରଙ୍କର ଅସହାୟତା
September 12, 2026
Reel marichika

ଡାଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
————————-
ରିଲ ସବୁ ବହୁତ ସ୍ବପ୍ନ ଦେଖାଉଛି, ନୃତ୍ୟ ଦେଖି ମନ ନାଚି ଉଠୁଛି – ମନେ ମନେ ଭାବୁଥିବେ ମୁଁ ବି ଏମିତି କରିବି ..ତା ପରେ ରୋଷେଇ ରିଲ ଆସିଯିବ …ଆଃ! ଆଜି ଏମିତି ବିରିୟାନୀ ଟିଏ କରିକି ଖୋଇବି ଯେ, ସମସ୍ତେ ହାତ ଚାଟିକି ଖାଇବେ ..ରହ ରହ ଇଏ ତ ବଢିଆ …ପୁରୁଣା ଭାତରୁ ଦୋସା ! ବାସ ଆଜି ୟାକୁ କରିବି …save କରିଦିଏ I
ଆରେ ବାଃ ! ଏତେ ଛୋଟ ଛୁଆ ଗୀତା ଅଧ୍ୟୟନ କଲାଣି …ହଁ ବା ..ମୋ ଛୁଆ ରାଇମ ଗାଉ ନ ଥିଲା କି ଏମିତି ? ଆଚ୍ଛା ! ଏମାନେ ଗୀତାପାଠ କରିବା ଶିଖେଇବେ ମାତ୍ର 499/- ରେ …ମୁଁ ଆଗ ଶିଖିଯାଏ କି ତା ପରେ ଛୁଆଙ୍କୁ ଶିଖେଇବି l saved …ଆହାଃ! ଆଜିକାଲି ଘରୁ ବସିକି ଦୁର୍ଲଭ ଦର୍ଶନ କରି ହେବ …ଏଇଟା କିଣିବି I
ତାକୁ ବୁଝୁ ବୁଝୁ side pane ରେ ଶାଢ଼ୀ ଆଉ ଡ୍ରେସର ବିଜ୍ଞାପନ ଦିଶିଯାଏ …ନା ନା ଆଉ ଥାକରେ ଜାଗା ନାହିଁ ..ହଉ ନ ହେଲେ cart ରେ ରଖି ଦିଏ …ପୂଜାରେ କିଣିବି …
ପୁଣି ରିଲ …ଆଃ ! ଏ ନୂଆ ସିରିଏଲ କେବେ ଆସିଲା ? ଭଲ ଲାଗୁଛି ତ ! ପୁରୁଣା ସିରିଏଲଟା ଚି଼ଉଇଙ୍ଗ ଗମ ପରି ଲମ୍ବି ଗଲାଣି I ଏଥର ଟିକେ ରମକମ l ଆଃ! ଜଣେ ସୁନ୍ଦର କବିତା ଆବୃତ୍ତି କଲେଣି I ମୁଁ ବି ଯାଉଛି କରିବି …କରିବି ଯେ , କିନ୍ତୁ ନୂଆ କିଛି ଲେଖିଲେ I
ଆଲୋ ଆଲୋ ଏ ଚେପାନାକିଆ ଗୁଡା ତ ଭଲ ଡ୍ରାମା କରୁଛନ୍ତି I ୟାକୁ ବି ଦେଖା ଯାଇପାରେ I ଓହୋ ହୋ ! ମୋ exercise ଟାଇମ ପଳେଇଲା ବା …ଥାଉ, କାଲି କରିଦେବିନି …ଡବଲ କରି ଦେବି ମ I
ହେଇଟି ଡଃ ଅମୁକ ଖାଦ୍ୟ ବିଷୟରେ କେତେ ଭଲ କଥା କହୁଛନ୍ତି I
ଉଃ ! କଣ ପୋଡା ପୋଡା ବାସୁଛି ! ଆଲୋ ମା! କ୍ଷୀରିଟା ବସେଇଥିଲି କେତେବେଳୁ I
ଏ ମା ନ’ ଟା ବାଜିଲାଣି …ରାନ୍ଧିବି କେତେବେଳେ ? ହେଃ! ଯା ମ ! healthy food I ଆଜି ଭାତ, ଡାଲି, ପନିର ଆଉ ପାମ୍ପଡ I
ସେପଟେ saved folder ରେ 100 ରିଲ ଭିଡିମୋଡି ହଉଥାନ୍ତି I


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *