Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1338

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1343

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1365

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1366

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1367
ଚଉଷଠି ଯୋଗିନୀ ମନ୍ଦିର ଓ ବାବୁଗିରି
June 19, 2022
ମାରାଥନର ଶେଷ କିଲୋମିଟର
June 19, 2022

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1338

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1343

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1365

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1366

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1367

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ

ଏଥର ଲେଖାରେ ଟିକିଏ ମେଡିକାଲିଆ ଛୁଙ୍କ l ମେଡିକାଲ ଛାତ୍ରଛାତ୍ରୀଙ୍କର ପଢା ସମୟ ତାପରେ ଡାକ୍ତର ହେଲା ପରେ ମଧ୍ୟ ଜୀବନ ଯେତେ କଷ୍ଟଦାୟକ, ତାବୋଧେ ଅନ୍ୟ କୌଣସି ଜୀବିକାରେ ଥାଏ l ଚିରନ୍ତନ ଅନିର୍ଦ୍ଦିଷ୍ଟତା ଭିତରେ ଘେରା ହୋଇ ଯୌବନ ଯେମିତି ଚୋରାବାଲି  ପରି ହାତ ପାହାନ୍ତାରୁ ଖସି ଚାଲି ଯାଏ I ସେଇ ସଂଗ୍ରାମ ଭିତରେ, ଜୀବନମୃତ୍ୟୁର ସଂଘାତ  ଭିତରେ ମଧ୍ୟ କିଛି ମଧୁର  ସ୍ମୃତିଅନୁଭୂତି ଆମେ ସାଉଁଟି ନେଉ I କାମଦେବଙ୍କ ଶରାଘାତରେ ଜର୍ଜରିତ ଅବା ଜୀବନ ସଂଗୀ ବାଛିବାର ବାଧ୍ୟବାଧକତାରେ ହେଉ ଅଳ୍ପେବହୁତେଇଏ କି ସିଣ୍ଡ୍ରୋମରେ ସମସ୍ତେ  ଅବଶ୍ୟ ଆକ୍ରାନ୍ତ ହୋଇଥାନ୍ତିସେ ବିଷୟରେ ପଦେ  ଅଧେ ….

xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ଶିରୋନାମା ଦେଖି ଆମ ଡାକ୍ତର ବନ୍ଧୁଗଣଙ୍କର ନିଶ୍ଚୟ ମୁଣ୍ଡ ବୁଲେଇବଣି  ଅନେକେ ନିଜକୁ ଧିକ୍କାର କରିବାକୁ ମଧ୍ୟ ଆରମ୍ଭ କରିବେଣି ଏତେ ବର୍ଷ ଧରି ଏତେ ବହି ଚଷିଲୁ , ଆକ୍ବୟାର୍ଡ଼ ଇମ୍ୟୁନୋ ଡେ଼ଫିସିଏନସି ସିଣ୍ଡ୍ରୋମ , ରେଇଜ ସିଣ୍ଡ୍ରୋମ , କ୍ରୋକୋଡ଼ାଇଲ ଟିଅର ସିଣ୍ଡ୍ରୋମ , ଫ୍ରଏନ ସିଣ୍ଡ୍ରୋମ, ମ୍ୟାକକ୍ୟୁନ ଅଲବ୍ରାଇଟ ସିଣ୍ଡ୍ରୋମ ଏତେ ସବୁ ଅଖାଡୁଆ ନାମଧାରୀ ସିଣ୍ଡ୍ରୋମ ବିଷୟରେ ଜାଣିଲୁ ଅଥଚଇଏ କି ସିଣ୍ଡ୍ରୋମଆମ ଚିଲ ଆଖିରୁ ଖସିଗଲା ? କେଉଁ ସନ ,କେଉଁ ଡଟର ବହିରେ ସିଣ୍ଡ୍ରୋମ ଅଛି କହତ ଦେଖି , ଆଜି ଯାଇ ପାଣି କରିଦେଇ ଆସିବୁ

ହାଁ, ହାଁ, ରୁହନ୍ତୁ ରୁହନ୍ତୁ, ଏତେ ତରବର କାହିଁକି ହେଉଛନ୍ତି ? ଆଗ ଶୁଣିଯାନ୍ତୁ ସିଣ୍ଡ୍ରୋମ ବିଷୟରେ

 

ପ୍ର : ସିଣ୍ଡ୍ରୋମ ଦେଖାଯାଏ କେଉଁଠି ?
: ଏହା ପ୍ରାୟତଃ ଦେଖାଯାଏ କଲେଜ ପ୍ରାଙ୍ଗଣରେ ସ୍କୁଲ ହତା ମଧ୍ୟକୁ ମଧ୍ୟ ଆଜିକାଲି ପଶି ଆସିଲାଣି ତେବେ ଆମ ମେଡିକାଲ କଲେଜରେ ଏହା ବିଶେଷତଃ ଆବହମାନ କାଳରୁ ବ୍ୟାପି ରହିଛି ।କାରଣ ନିଜ ଯୁବାବସ୍ଥାର ଅଧିକାଂଶ ସମୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କର ବହି ଚାଷ ପରୀକ୍ଷା ଦେବାରେ ବିତିଯାଏ ; ଏଇ ଧରି ନିଅନ୍ତୁ ଦଶବାର ବର୍ଷ

 

ପ୍ର : ଆଛା କେଉଁ ବୟସ ଗୋଷ୍ଠୀରେ ଏହା ବିଶେଷଭାବେ ଦେଖାଯାଏ ?
: ଏହା ମୁଖ୍ୟତଃ ୧୩ ବା ୧୪ ବର୍ଷରୁ ଆରମ୍ଭ କରି ପ୍ରାୟତଃ ୨୫ ବା ୨୭ ବର୍ଷ ପଯ୍ୟନ୍ତ ଦେଖାଯାଏ ତେବେ ବର୍ଷ ଆଗ ପଛ ହେବାର ଦୃଷ୍ଟାନ୍ତ ମଧ୍ୟ ରହିଛି ଅତି exceptional case ରେ ଏହା ୪୦ ବର୍ଷ ପର୍ଯ୍ୟନ୍ତ ମଧ୍ୟ ବ୍ୟାପିବାର ଦେଖା ଯାଇଛି

ପ୍ର : ଏହା କେଉଁ ଜୀବାଣୁ ଦ୍ୱାରା ସଂକ୍ରମିତ ବା ଏହାର ଅନ୍ୟ କେଉଁ କାରଣ ରହିଛି କି ?
: ଏହାର ମୁଖ୍ୟ କାରଣ idiopathic; ମାନେ ଯାହାର କାରଣ ଜଣା ଥାଏ ତେବେ ଏଥିକିହରମୋନାଲ ଥିଓରୀବିଶେଷଭାବେ ଆଦୃତ ହୋଇଛି କେହି କେହିଲଭେରିଆଭାଇରଲ ଥିଓରୀ ମଧ୍ୟ ଉପସ୍ଥାପନା କରିଛନ୍ତି , ତେବେ ଥିଓରୀ ଯାଏ ପ୍ରମାଣିତ ହୋଇ ପାରି ନାହିଁ ।ଏଥିପାଇଁ ଅନେକ predisposing factors ମଧ୍ୟ ରହିଛି ।ଯେପରିକି ପୋଷାକ ପରିଚ୍ଛଦ , କେଶସଜ୍ଜା , କଲେଜରେ ଶିକ୍ଷାଗ୍ରହଣ , ପଇସାରେ ଟୁମ୍ଟୁମ୍ କରୁଥିବା ବଟୁଆ , ଜ୍ୟୋତିଷବାଣୀ ଇତ୍ୟାଦି ….

ପ୍ର : ଆଚ୍ଛା , ଅଭିନବ ସିଣ୍ଡ୍ରୋମର sign, symptom ବିଷୟରେ ଟିକେ ଖୋଲି କରି କହିବେ କି ?
: ଏହା ସେହି ଯୁବାଗୋଷ୍ଠୀକୁ ଆକ୍ରମଣ କରିଥାଏ ଯେଉଁମାନେ ପର୍ଯ୍ୟନ୍ତ ନିଜର ଜୀବନସାଥୀ ଚୟନ କରିନାହାନ୍ତି ଅଥବା ଖୋଜୁ ଖୋଜୁ ନିରାଶ ହୋଇଛନ୍ତି ଯଦିଓ ଏହା ସବୁ କଲେଜର ଯୁବାଗୋଷ୍ଠୀକୁ ଆକ୍ରମଣ କରେ , କେବଳ ଆମ ମେଡିକାଲ କଲେଜର ବିଭିନ୍ନ ଘଟଣାର ଉଦାହରଣ ଦେଇଦେଲେ ସିଣ୍ଡ୍ରୋମଟିକୁ ପ୍ରାଞ୍ଜଳଭାବେ ବୁଝିହେବ

ପ୍ରଥମ ବର୍ଷ ….ପ୍ରଥମେ ଚାଲନ୍ତୁ ଯିବା Dissection hall କୁ ପ୍ରତ୍ୟେକ ଦିନ ଘଣ୍ଟା ତାଭିତରେ ପୂରା ଶ୍ରେଣୀରୁ ଛାତ୍ରଛାତ୍ରୀ ଏକାଠି ପାଠ ପଢିବା ଦ୍ୱାରା ସିଣ୍ଡ୍ରୋମରେ ସଂକ୍ରମିତ ହେବାର ବହୁତ ସୁଯୋଗ ଥାଏ ତେବେ ଛାତ୍ରୀମାନଙ୍କ ଘରଆଡୁ କଡା ତାଗିଦ ଥିବାରୁ ସେମାନଙ୍କ ସଂକୋଚ ବଳୟଯୋଗୁଁ ସେମାନେ ପ୍ରାୟତଃ ଏଥିରୁ ବଂଚିଯାନ୍ତି ହେଲେ ଛାତ୍ରମାନେ କୌଣସି ଛାତ୍ରୀଙ୍କର ସ୍ୱାଭାବିକ ମିଳାମିଶାରେ , ହସରେ ସମ୍ମୋହିତ ହୋଇ ଭାବି ପକାନ୍ତିଇଏ କି ‘ ? Practical hall ରେ ପରସ୍ପରର ସାହାଯ୍ୟ ପାଇ ଭାବି ପକାନ୍ତିଇଏ କି ‘ ?

ତୃତୀୟ ବର୍ଷରେ ପଢ଼ାର ବୋଝ ପ୍ରାୟତଃ କମ ଥାଏ ପରୀକ୍ଷାହୀନତା ଯୋଗୁଁ ସେତେବେଳେ ଛାତ୍ରୀମାନେ ସାଥି ଛାତ୍ର ମାନଙ୍କୁ ଜାଣିବା ସହ କିଛି ସିନିଅରଙ୍କୁ ମଧ୍ୟ ଜାଣି ଯାଇଥାନ୍ତି ସେ ଆଉ ସିଣ୍ଡ୍ରୋମରୁ ଇମ୍ମ୍ୟୁନଡ଼ (immuned) , ମାନେ ବର୍ତ୍ତି  ରହି ପାରନ୍ତିନି କ୍ୟାଣ୍ଟିନରେ ଦୁଇ ହଳ ଆଖି ଲଗାତାର ଦିନ ନୀରବରେ ମିଶିଗଲେ , ମନ ଆପେ ପଚାରି ବସେଇଏ କି“? 

ପାଥୋ ଟୁର (study tour) ରେ ମାସେ କାଳ ସାଥୀ ହୋଇ ଦକ୍ଷିଣ ଭାରତ ପରିଭ୍ରମଣ କଲାବେଳେ ମଝିରେ ମଝିରେ ଭାବି ବସନ୍ତିଇଏ କି “?ଲାଇବ୍ରେରୀ ରେ ସଂଯୋଗବଶତଃ ଦିନ କୌଣସି ଅଜାଣତ ଆଗରେ ବସିଗଲେ ମନରେ ଜାଗି ଉଠେଇଏ କି” ?’ଇଏ କିସିଣ୍ଡ୍ରୋମର ବିଶେଷ ପ୍ରଭାବ ଦେଖାଯାଏଅଡିଟୋରିଅମରେ ଏକାଠି ମିଶି କୌଣସି କାର୍ଯ୍ୟକ୍ରମରେ ଭାଗ ନେଲେ ଯେଉଁଠାରେ ପ୍ରାୟତଃ ସିନିଅର ଛାତ୍ର ଜୁନିଅର ଛାତ୍ରୀ ଥାନ୍ତି ମନ ଆପେ ପଚାରି ବସେଇଏ କି ‘? ବିଭିନ୍ନ ୱାର୍ଡରେ ସିନିଅର ପି.ଜି. ଛାତ୍ର ଜଣଙ୍କୁ ଘେରି ଅନେକ ଛାତ୍ରଛାତ୍ରୀ ପାଠ ଶିଖୁଥିବା ବେଳେ କିଛି ଛାତ୍ରୀଙ୍କ ମନ gangrenous (ସଢ଼ି ଯାଇଥିବା ଅଙ୍ଗ ) ଗୋଡ଼ରୁ ଚାଲିଯାଏ ଇନ୍ଦ୍ରଧନୁଷୀ ଦୁନିଆକୁ ଆଉ ମନ ଚୁପି ଚୁପି କହେଇଏ କି ‘ ?

ଚତୁର୍ଥ ବର୍ଷର ପରୀକ୍ଷା ୠତୁ ରୁ ଆରମ୍ଭହୋଇ ପଞ୍ଚମ ଅର୍ଥାତ ଶେଷ ବର୍ଷ ସରିଲା ପର୍ଯ୍ୟନ୍ତ ସିଣ୍ଡ୍ରୋମ ପାଠବୋଝ ତଳେ ଚାପିହୋଇ ଫିକା ପଡ଼ିଯାଏ ତାପର ସମୟଖଣ୍ଡରେ ଅର୍ଥାତ internshipସମୟରେ ଏହା ପୁନରାୟ ତୀବ୍ରତର ହୋଇ ଉଠେ ଇତି ମଧ୍ୟରେ ଅନେକେ ମୁକ୍ତ ହୋଇ ସାରିଥାନ୍ତି  ସିଣ୍ଡ୍ରୋମ କବଳରୁ ନିଜରଇଏମାନଙ୍କୁ ପ୍ରାପ୍ତ ହୋଇ ଏହି ସମୟ ଖଣ୍ଡରେ ଏହା ତୀବ୍ରତମ ହୋଇଉଠେ ଜୀବନସାଥୀ ପ୍ରାପ୍ତ ହୋଇ ଥିବା ଛାତ୍ରୀମାନଙ୍କ ଭିତରେ ବୟସର ଡାକରା ତଥା ଘରଆଡୁ ପଡୁଥିବା ଚାପଯୋଗୁଁ ଅନେକ ଛାତ୍ର ମଧ୍ୟ ସନ୍ତୁଳି ହେଉଥାନ୍ତି, ତେବେ ସେମାନଙ୍କୁ ଦୃଷ୍ଟି ନିବଦ୍ଧ ଥାଏ ତଳ ବର୍ଷର ଛାତ୍ରୀମାନଙ୍କ ଉପରେ ଅନେକ ଛାତ୍ର ହତା ବହିର୍ଭୁତଇଏମାନଙ୍କୁ ଗ୍ରହଣ କରି ସାରିଥାନ୍ତି ଆଉ କେତେକ ଛାତ୍ର ମନଲାଖିଇଏପ୍ରାପ୍ତି ପାଇଁ P.G. entrance preparation ରେ ପୂର୍ଣ୍ଣତଃ ମନୋନିବେଶ କରିଥାନ୍ତି ସେମାନେ ଭବିଷ୍ୟତର ସୁନେଲି ସମ୍ଭାବନାରେ ହଜି ସାମୟିକ ଭାବେଇଏ କିସିଣ୍ଡ୍ରୋମର ଜ୍ୱାଳାକୁ ଦମନ କରିଥାନ୍ତି

କିଛି କଳ୍ପନାବିଳାସୀ ଛାତ୍ରଛାତ୍ରୀଙ୍କ କଥା ପୁରା ନିଆରା ସେମାନଙ୍କର କାହା ସହ ଝଗଡା ହୋଇଗଲେ କିଛି ସମୟ ଖଟରେ ପଡି ଶୋଇ ଶୋଇମିଲସ ଏଣ୍ଡ ବୁନକଥା ମନେ ପକାଇ ଝଗଡା କରି ଆସିଥିବା ଛାତ୍ର/ଛାତ୍ରୀଙ୍କୁ ନିଜଇଏବୋଲି ଭାବି ବସନ୍ତି ସ୍ନାତକୋଭର ଛାତ୍ରମାନଙ୍କ ପାଇଁ O.T, labor room , ward, library ଆଦିଇଏପ୍ରାପ୍ତି ସାଧନାସ୍ଥଳୀ ସିଣ୍ଡ୍ରୋମ କୁ ବହୁଗୁଣିତ କରିବାରେ ଉପର୍ଯ୍ୟୁକ୍ତ ଛାତ୍ରଛାତ୍ରୀମାନଙ୍କ ସାଥୀମାନେ ବିଶେଷ ସହାୟକ ହୁଅନ୍ତି କିପରି ? ଛୋଟ ଛୋଟ ଘଟଣାକୁ ମିର୍ଚ ମସଲା ଲଗେଇ ଅନ୍ୟ ମାନଙ୍କ ଆଗରେ କହି , ତାକୁ rumour ବା gossip ରେ ପରିଣତ କରି କେତେବେଳେ ଦୁହିଁଙ୍କୁ ମିଶେଇ ଫୋଟୋ ଉଠେଇ ଇତ୍ୟାଦି
ପ୍ର : ଆପଣ ପରିସ୍ଥିତି ବିଷୟରେ ଅନେକ କିଛି କହିଲେ ଏବେ କିଛିଟା ଆଲୋକପାତ କରନ୍ତୁ pathological, physiological changes ବିଷୟରେ
: ଆସୁଛି ବାବୁ ,ଆସୁଛି, ସେଇଠିକି ଆସୁଛି ଏମିତି ଅଧୈର୍ଯ୍ୟ ହେଲେ ହେବ ?

ହଁଇଏ କିପ୍ରଶ୍ନ ମନରେ ଆବିର୍ଭୁତ ହେବାମାତ୍ରେ ଚାରିଆଡୁ ବାପାମାଙ୍କ ତାଗିଦ, ସାଙ୍ଗ ମାନଙ୍କ ମନ୍ତବ୍ୟ, ଜ୍ୟୋତିଷବାଣୀ, ଅନେକ ହିସାବ କିତାବ ଏହିପରି ଅନେକ କଥା ସହନାୟକ, ଖଳନାୟକ ପରି ଅନୁପ୍ରବେଶ କରନ୍ତି ଏମାନଙ୍କର ଅନୁପ୍ରବେଶରେ ପୀଡିତ ହୋଇ ରୋଗୀ ଖଟରେ ପଡି ଏକଡ ସେକଡ ହୁଏ ସିନା, ନିଦ୍ରାଦେବୀଙ୍କର ଆଉ ଶ୍ରଦ୍ଧାଭାଜନ ହୋଇପାରେନି ଛାଇ ଛାଇ ଅନେକ ସ୍ୱପ୍ନ ଦୁଃସ୍ୱପ୍ନ ଆଦି ଦେଖିବା ଆରମ୍ଭ କରିଦିଏ ଅତି ବେଶୀ ଚିନ୍ତା କରି କରି fear of rejection ନାମକ ରୋଗରେ ପୀଡିତ ହୋଇ ବସେ ସକାଳୁ ସକାଳୁ ମୁହଁ ଥମ ଥମ ଦେଖାଯାଏ ଖାଇବା ଥାଳି ପାଖରେ ବସିବାକୁ ମନ ହୁଏନି ପେଟଟା କେମିତି ଘାଣ୍ଟି ଚକଟି ହୋଇଯାଏ; ଏମିତି ହେଲେ ପୁଣି ତାକୁ ପ୍ରଜାପତି ପେଟ ଭିତରେ ଉଡି ବୁଲୁଛନ୍ତି ବୋଲି କୁହନ୍ତି, ମାନେ Butterflies in the belly କ୍ଲାସରେ ପହଂଚିଗଲେ ମଧ୍ୟ ଲେକଚରରୁ ମନଟା ଓହରି ଆସି ଭିନ୍ନ ଭିନ୍ନ ରାଜ୍ୟରେ ବିଚରଣ କରୁଥାଏ ଶିକ୍ଷକ ବା ଶିକ୍ଷୟତ୍ରୀଙ୍କ କଟୁଦୃଷ୍ଟିରେ ସମୟରେ ପଡିଲେ କଥା ଶେଷ ପାଠ ବହି ଉପରେ ଅନେକ ଦୃଶ୍ୟ ଆସି ମିଳେଇ ଯାଏ ଗୋଟିଏ ପୃଷ୍ଠାକୁ ଥର ପଢ଼ିଲାପରେ ମଧ୍ୟ କିଛି ବୁଝା ପଡ଼େନି କେହି ଅନ୍ୟମନସ୍କତାରେ କାରଣ ପଚାରୁ ପଚାରୁ ଛାତ୍ର/ଛାତ୍ରୀ ଧରା ପଡିଯିବାର ଭୟରେ କାତର ଥାନ୍ତି ସେମାନଙ୍କୁ ମନେହୁଏ ସତେ ଯେମିତି ସମସ୍ତେ ସମାନଙ୍କର ମନର CT scan କରିନେବାକୁ ଚାହିଁ ବସିଛନ୍ତି ଆଉ ଏମିତି ଅବସ୍ଥାରେ ମନ ଆପେ ଆପେ ପଚାରିବସେଇଏ କି ‘ ?

ଆଉ ଏମିତି ଅବସ୍ଥାରେ ଯଦି ନିଜର କଳ୍ପିତଇଏଙ୍କ ସହ ଭେଟ ହୋଇଗଲା, ତେବେ ହଠାତ ହୃଦୟ ସ୍ପନ୍ଦନ ମିନିଟ୍ ପ୍ରତି ୨୦୦ ବେଗ ହୋଇଯାଏ। ମନେ ହୁଏ ସତେ ଯେମିତି  ଆଖପାଖ ଲୋକେ ମଧ୍ୟ ସ୍ପନ୍ଦନକୁ ଶୁଣି ପାରୁଛନ୍ତି Adrenalin rush ପ୍ରଭାବରେ ଥରେ ଦେହ ଝୋଲା ମାରି ନେଉଥିବ ଥରେ ଗଳଦଘର୍ମ ହୋଇଯାଉଥିବା ଶରୀର ଉତ୍ତାପ ହଠାତ ୧୦୫° F ହୋଇଗଲାପରି ମନେହେଉଥିବ ଆଣ୍ଠୁ ଠାରୁ ତଳକୁ କମଜୋର ଲାଗି କାନ୍ଥକୁ ଢିରାଦେଇ ଠିଆ ହେବା ଦରକାର ପଡୁଥିବ ଆବଶ୍ୟକତାଠାରୁ ଅଧିକ ହସି ଦେଉଥିବ ……

ଯଦି ଛାତ୍ରୀ ହୋଇଥାନ୍ତି ତେବେ ନିଜର ସବୁଠାରୁ ଭଲ ପୋଷାକ ରେ ଆବୃତ ହେବା ଆରମ୍ଭ କରି ଦିଅନ୍ତି Purming, trimming, curling, threading ଏସବୁର ମହତ୍ତ୍ଵ ବହୁତ୍ ବଢିଯାଏ ତାଙ୍କ ଜୀବନରେ

ଛାତ୍ରଟିଏ ହୋଇଥିଲେ ନିଜର ସବୁ ଚଗଲାମି ଛାଡି ନିଜକୁ ଖୁବ mature ଦେଖାଇବାକୁ ଚେଷ୍ଟା କରନ୍ତି। ଅବଶ୍ୟ ସିଣ୍ଡ୍ରୋମ ପ୍ରଭାବରେ ଛାତ୍ରମାନେ ବିଭିନ୍ନ ପାଗଳାମି କରିବାର ନଜିର ମଧ୍ୟ ରହିଛି। ନିଜରଇଏଙ୍କର ଛୋଟରୁ ଛୋଟତମ ଇଛାକୁ ପୂରଣ କରିବାକୁ ଆଗେଇ ଆସନ୍ତି। ମଝିରେ ମଝିରେ ମଉକା ଦେଖି ଉପହାର ଆଦାନ ପ୍ରଦାନ ତଥା fast-food ଆପ୍ୟାୟନ ମଧ୍ୟ ଚାଲେ।

P.G ଛାତ୍ର ହୋଇଥିଲେ ନିଜରଇଏଙ୍କର ପାଠଜନିତ କଷ୍ଟ ଦୂର କରିବା ତଥା ବିଭିନ୍ନ  ଉପଦେଶ ଦେବାରେ ସମୟ ବ୍ୟୟ କରନ୍ତି। ନିଜରଇଏମାନଙ୍କୁ ପ୍ରାପ୍ତ ହେବାରେ ମଧ୍ୟସ୍ଥିମାନଙ୍କର ଯେ ପ୍ରଚଣ୍ଡ ଭୂମିକା ରହିଛି, ଏହା ଭୁଲିଗଲେ ଚଳିବନି

ପ୍ର : ନିଦାନ ବିଷୟରେ କହିଲେ , ନିରାକରଣ ବିଷୟରେ କିଛି ତଥ୍ୟ ଦିଅନ୍ତୁ !

:ଆରମ୍ଭ ଆଉ ଶେଷ ଆମ ହାତରେ ଥାଏ ତେବେ ‘ଇଏ କିସିଣ୍ଡ୍ରୋମର ସମାଧାନ ପ୍ରକାରେ ହୋଇଥାଏ….
) ଆସ୍ତିବାଚକ
) ନାସ୍ତିବାଚକ
ଦୁଇ ପ୍ରକାର ସମାଧାନକୁ ନେଇ ଗଠିତ ହୁଏପୋଷ୍ଟଇଏକିସିଣ୍ଡ୍ରୋମ ….ତେବେ ବିଷୟରେ ଆଉ କେବେ …. 


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *