କିଛି ବିଜ୍ଞାନର କଥା

ବାସ୍ନାର ସ୍ମୃତି (ଶେଷଭାଗ) (7)
June 19, 2022
ପରୀକ୍ଷା
June 19, 2022

ଏଥର ଆସିବା ଘ୍ରାଣଶକ୍ତିର ବିଜ୍ଞାନକୁ | ଚୁମ୍ବକରେ କହିଲେ, ଯେ କୌଣସି ଗନ୍ଧଯୁକ୍ତ ପଦାର୍ଥର ଏକ ଉଦବାୟୀ (volatile) ଅଂଶ ବାୟୁରେ ଆମ ନାକ ପାଖକୁ ଆସିଲେ ଆମେ ତାହାକୁ ଏକ ସୁଗନ୍ଧ ବା ଦୁର୍ଗନ୍ଧ ବୋଲି ଜାଣୁ |ସେ ଉଦବାୟୀ କଣିକାସବୁ (particle) ଆମ ନାକପୁଡା ଭିତରେ ଥିବା କୋଷିକାରେ (epithelial lining) ଯାଇ ଧରା ଦିଅନ୍ତି ଗନ୍ଧବାହୀ  ଦ୍ୱାରା (odorant receptors) ସଂଜ୍ଞାବାହୀ ସ୍ନାୟୁ ମାଧ୍ୟମରେ ଖବର ଯାଇ ପହଞ୍ଚେ ମସ୍ତିଷ୍କର ଘ୍ରାଣକେନ୍ଦ୍ରରେ (olfactory lobe) ରେ ଅର୍ଥାତ ଯେଉଁ ଜାଗାରେ ଘ୍ରାଣଶକ୍ତି ଜଣାପଡିବ |  

ତେବେ ସେଠି ପାଖରେ ଥାଏ ଆମର hypothalamus ଅନୁଚେତକ LImbic system  (ଲିମ୍ବିକ ସିଷ୍ଟମ) | ତେଣୁ ଘ୍ରାଣଶକ୍ତିର ସ୍ମୃତି ଶକ୍ତି ଅନ୍ତରଙ୍ଗ ଭାବନା ସମୂହ ଖୁବ ଜଡିତ ହୋଇ ରହିଥାଏ | ତେଣୁ ଏକ ପ୍ରକାର ନିର୍ଦ୍ଦିଷ୍ଟ ଗନ୍ଧ ଆମକୁ ନେଇ ଛାଡିଆସେ ସ୍ମୃତିର ଗଳିରେ |

ମୁଁ କଥା ଗୁଚ୍ଛ ଲେଖୁ ଲେଖୁ ଅଭ୍ୟାସବଶତଃ ଗବେଷଣା ଆଡକୁ ଆଗେଇ ଗଲି |

୧୯୧୩ ମସିହାରେ ଲେଖକ ମାର୍ସେଲ୍  ପ୍ରାଉଷ୍ଟ (Marcel Proust, 1913) ବିଷୟରେ ପ୍ରଥମେ ଉଲ୍ଲେଖ କରିଥିଲେ | ପଛନ୍ତେ ବୈଜ୍ଞାନିକମାନେ ବିଭିନ୍ନ ସୁଗନ୍ଧରୁ କେମିତି ସୁଖଦ ସ୍ମୃତି ଆଡକୁ ଆମେ ଚାଲିଯାଉ ସେ ବିଷୟରେ ଅନେକ ସନ୍ଦର୍ଭ ଲେଖିଲେ

୨୦୧୨ ଅନ୍ୟ ଏକ ଗବେଷଣା ସମ୍ବଳିତ ଆଲେଖ୍ୟ କିଛି ସୁଗନ୍ଧ/ ଦୁର୍ଗନ୍ଧ ଆମ ଅତୀତର କୌଣସି ଏକ ଦୁଃଖଦ ଘଟଣାକୁ ମନେ

ପକାଏ କି ନାହିଁ ତାହା ବିଚାରକୁ ନେଇଛନ୍ତି ସେମାନେ ଧାରଣା ଦେଲେ ଯେ ଗନ୍ଧ ଯୋଗୁ ଆମର ସ୍ମୃତିଶକ୍ତି ଚାଳନ ଶ୍ରବଣଦ୍ୱାରା ସ୍ମୃତି ଚାରଣ ଠାରୁ ଅଧିକ ହେଲେ ଆଖିରେ ଦେଖିଥିବା ଘଟଣା ଆମର ସ୍ମୃତି ଶକ୍ତିକୁ ସର୍ବାଧିକ ଚାଳିତ କରିଥାଏ

ଏପରି ହୁଏ କାହିଁକି ? ଆମର ମସ୍ତିଷ୍କର ଘ୍ରାଣକେନ୍ଦ୍ର (Olfactory center), ଆମର ଭାବନା (emotion) କେନ୍ଦ୍ର ଏମିଗଡ଼ାଲା (amygdala) ସ୍ମୃତିକେନ୍ଦ୍ର (memory center) ହିପ୍ପୋକାମ୍ପସ (hippocampus) ବହୁତ ନିକଟରେ ଅବସ୍ଥିତ | ତଦ୍ଦ୍ୱାରା କୌଣସି ଗନ୍ଧ ଯାହା ଆମର ଅତି ଗହନ ସହ ଜଡିତ, ସେ ଗନ୍ଧ ଆମ ନାକରେ ବାଜିବା ମାତ୍ରେ ସେହି ନିର୍ଦ୍ଦିଷ୍ଟ ସ୍ମୃତିକୁ ଉପରକୁ ଉଛୁଳାଇ ଆଣିଥାଏ | ଯଦି ତାହା ବେଦନାସିକ୍ତ ସ୍ମୃତି ହୋଇଥାଏ , ତେବେ ଆହୁରି ଉତ୍କଟ ଭାବେ ସ୍ମୃତିକୁ ଉପରକୁ ନେଇ ଆସେ | ଯେପରିକି ରକ୍ତର ଗନ୍ଧ କୌଣସି ଯୁଦ୍ଧ ଅଥବା ସଡକ ଦୁର୍ଘଟଣାର ସ୍ମୃତିକୁ ଉପରକୁ ନେଇଆସେ

ତେବେ ଗନ୍ଧଯୁକ୍ତ ହୋଇ ମୁଁ ଯେ ବିଭିନ୍ନ ସ୍ମୃତିପଥକୁ ଅନାୟାସରେ ଚାଲି ଯାଉଥିଲି , ତାହା ଅମୂଳକ ନଥିଲା | ଭିତରେ ଆପଣ ମାନେ ମଧ୍ୟ ନିଜ ନିଜ ସୁଖଦ ଅବା ଦୁଃଖଦ ସ୍ମୃତିର ଗଳିରେ ପହଞ୍ଚି ଜିବେଣି |  

|| ଶୁଭମସ୍ତୁ ||

ଏନ୍ତୁଡ଼ିଶାଳରୁ ଯୂଈ ଜଳିବା ଯାଏ କେଜାଣେ କେତେ ଯେ ପରୀକ୍ଷା ଦେବାକୁ ପଡ଼େସଫଳତା ଅସଫଳତା ଭିନ୍ନ ଭିନ୍ନ ପରିଭାଷା ନେଇ ଜୀବନଦୀପରୁ କେବେ ତେଲ ସରି ଯାଇଥାଏ, ଜଣା ପଡ଼େ ନାହିଁହେଲେ ପରୀକ୍ଷା ସରେ ନାହିଁଏପରିକି ଆପଣା ମୃତ୍ୟୁ ପରେ ବି ….

Leave a Reply

Your email address will not be published. Required fields are marked *