Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1338

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1343

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1365

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1366

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1367
ଭିନ୍ନ ଏକ ପ୍ରେମ କାହାଣୀ
ଭିନ୍ନ ଏକ ପ୍ରେମ କାହାଣୀ
June 13, 2022
ଲାଇଭ ମନ୍ଦାର
June 19, 2022

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1338

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1343

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1365

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1366

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1367

ଡଃ ବିୟତ୍ ପ୍ରଜ୍ଞା ଆଚାର୍ଯ୍ୟ

ଏମିତି ବି କେବେ କେବେ ହୁଏ ଏକ ଗପ ଆଉ  କିଛି ଯୋଗାଧୀନ ଘଟଣା, ଗୋଟିଏ ଝିଅର ମାନସମ୍ମାନ, ଜୀବନ ବଞ୍ଚାଇଲା

ମୋର ହାଉସମ୍ୟାନସିପ  ବର୍ଷର କଥା ମେଡିସିନ ବିଭାଗରେ  ଡିଉଟି ପଡ଼ିଥାଏ ସରକାରୀ ମେଡିକାଲ କଲେଜସୋମବାର HOD ଙ୍କ ୟୁନିଟ ସମସ୍ତ ମିଳିତ କାରଣ ଯୋଗୁଁ ଆଉଟଡୋରରେ ପ୍ରବଳ ଭିଡ କୌଣସି କାରଣବଶତଃ  ମୋ ସାଙ୍ଗରେ ଥିବା ଅନ୍ୟ ଝିଅ ସାଙ୍ଗମାନେ ସେ ଦିନ  ଛୁଟିରେ ଥାନ୍ତି ପ୍ରାୟ ୧୨:୩୦ ବେଳେ ଭିଡ ଟିକିଏ ଥମିଲା ଶାନ୍ତିରେ ନିଃଶ୍ୱାସ ମାରି ଟେବୁଲ ଚାରିପଟେ ଟିକିଏ ବସିଯାଇଥାଉ

ଏତିକିବେଳେ ପ୍ରାୟ ୧୭୧୮ ବର୍ଷର ଝିଅଟିଏ, ଗୋରା ତକତକ ଦେହ, ସୁନ୍ଦର ଚେହେରା ଅଥଚ ମଉଳା ଫୁଲପରି ମୁହଁଟିଏ ନେଇ ଆମ ଟେବୁଲ ଆଡକୁ ଆଗେଇ ଆସୁଥାଏ ସାଙ୍ଗରେ ବୋଧେହୁଏ ବଡ ଭଉଣୀ ହୋଇଥିବେ ସେ ବି ଚିନ୍ତିତ ଦିଶୁଥାନ୍ତି ଡାକ୍ତରଙ୍କ ବ୍ୟତୀତ ଆଉ କିଏ ନିଶ୍ଚିନ୍ତ ହୋଇ ଡାକ୍ତରଖାନା ଆସନ୍ତି ଯେ ? ଆମେ ସବୁବେଳେ ଦୁଃଖୀମାନଙ୍କ ଭିତରେ ଘେରାରୋଗ ସାଙ୍ଗରେ  ଅର୍ଥାଭାବ, ଯତ୍ନର ଅଭାବ, ଜ୍ଞାନାଭାବ  ଯୋଗୁଁ ହଇରାଣ …… ସମସ୍ତ ସମସ୍ୟା ଆମ ଚାରିପାଖେ ଘେରି ରହିଥାନ୍ତି ସୁନ୍ଦର ମୁଁହରୁ ଆଖି ଓହ୍ଲେଇଲା ଟିକିଏ ତଳକୁ ଆମକୁ ଡାକ୍ତରୀ ପାଠରେ ଶିଖାଯାଏ ରୋଗୀ ରୁମ ଭିତରକୁ ଚାଲି ଆସିବାମାତ୍ରେ ତୁମେ ଦାୟିତ୍ତ୍ଵରେ  ଗୋଡଠୁ ମୁଣ୍ଡ ଯାଏ ତୁମର ଦୃଷ୍ଟି ରହିବା ଦରକାର ଚେନ ସ୍ମୋକର୍ ତୁମକୁ ଭୁଆଁ  ବୁଲେଇ ଦେବେ ଯେ , ସେମାନେ ଜୀବନରେ କେବେ ସିଗାରେଟ ଛୁଇଁ  ନାହାନ୍ତି ବୋଲି; ମଦୁଆ କହିବେ ମଦ ଦେଖି ନାହାନ୍ତି History ନେବ, ତେବେ ଚଉଅଖିଆ ହୋଇ ସର୍ବତ୍ର ନିଘା ବି ରଖିଥିବ

ସେଇ ନୀତିରେ ମୁଁ ଅନ୍ୟମାନେ ଦେଖି ପାରିଲୁ, ଝିଅଟିର ପେଟଟି ମାସର ଗର୍ଭ ପରି ଲାଗୁଛି ସାଙ୍ଗେ ସାଙ୍ଗେ ଅନ୍ୟ ଡାକ୍ତର ଭାଇ ମାନଙ୍କ ଭିତରେ ତିର୍ଯ୍ୟକ କମେଣ୍ଟ ମାରିବା ଆରମ୍ଭ ହୋଇଯାଇଥିଲା  

ବିହା ନାଇ ହୋଇକରି ବି ପେଟ ଆର ଛାତି ଫୁଲେଇ ଟୁକେଲମାନେ ଚାଲ୍ ଲେନ ” 

ଆଉ କିଛି ଟାହି ଟାପରା ବି କାନରେ  ବାଜୁଥାଏ 

କେହି ଜଣେ verdict ବି ଦେଇଦେଲେ – this is pregnancy out-of-wedlock.

କେହି କେହି ମୁଚୁକି ହସିଲେଣି ମଧ୍ୟ

ଝିଅଟି ସମସ୍ତ ସାହସ ଜୁଟାଇ ଯାହା history ହେଉଥାଏ, ତା’ normal pregnancy ସହ  ହିଁ ମେଳ ଖାଉଥାଏ ବଡ ଭଉଣୀଙ୍କର ଚେହେରା ମଧ୍ୟ ସେତେବେଳେକୁ ଗଳଦ୍ଘର୍ମ ଭାବୁଥିବେକି ଯେ ଅପକର୍ମ କରିକି ଆସିଛି କେଉଁଠି !

ସେ ଝିଅଟିକୁ ଦେଖିଲାବେଳକୁ ମୋର ମନେ ପଡିଯାଉଥାଏ ଆମ ରାଜ୍ୟରେ ସେତେବେଳେ ପ୍ରକାଶ ପାଉଥିବାସୁଚରିତାପତ୍ରିକାରେ ପଢିଥିବା ଏମିତି ଗପଟିଏ ସେଥିରେ ମଧ୍ୟ ଏକ ଝିଅ ନିର୍ଯାତିତା ହୁଏ ଗର୍ଭବତୀ ହୋଇଥିବା ଆଶଙ୍କାରେ ନିଜ ନିଜ ପରିବାରବର୍ଗଙ୍କ ଦ୍ୱାରା ସମସ୍ତେ ତାକୁ ଏକ କୁଆଁରୀ ମାବୋଲି ଭାବିନେଇ ଘରେ ଲୁଚାଇ ରଖନ୍ତି ଖାଦ୍ୟାଭାବ ମାଡଗାଳିରେ ପଚିସଢ଼ି ଯେତେବେଳେ ଶୁଖି ଶୁଖି ଯାଉଥାଏ , ଦୈବାତ କୌଣସି ସ୍ତ୍ରୀପ୍ରସୂତି ରୋଗ ବିଶେଷଜ୍ଞ ତାକୁ ଦେଖିଲେ ଏବଂ ବିଭିନ୍ନ  ପରୀକ୍ଷା ନିରୀକ୍ଷା କରି ଓଭାରିଆନ କ୍ୟାନ୍ସର ବୋଲି ଡାଇଗ୍ନୋସିସ୍ ଦେଇଥିଲେ ହେଲେ ଝିଅଟିର ମୃତ୍ୟୁ ହୋଇଥିଲାଅବଶ୍ୟ ଖୁବ ଶାନ୍ତିରେ ନିଶ୍ୱାସ ମାରିଥିଲା , କୁଆଁରୀ ମା ଲେବଲ ହଟିଯାଇଥିବାରୁ ନିଜର ସତୀତ୍ଵର ସାର୍ଟିଫିକେଟ ପାଇ ଆରପାରିକୁ ଯାଉଥିବାରୁ

ଏତେ ସବୁ ଚିନ୍ତା ଭିତରେ ବୁଡିଥିଲାବେଳେ ସିନିୟର ଭାଇ ଜଣେ କହିଲେ, ” ଵିୟତପ୍ରଜ୍ଞା ! ୟାଙ୍କୁ  ନେଇ ଚେକ କର ପ୍ରେଗନେସି ଟେଷ୍ଟ ଗୋଟେ ଲେଖିଦେବ  

ପରଦା ପଛକୁ ନେଇ କାଉଚରେ ଶୁଆଇ ଆଉଥରେ ସେଇ ସବୁ ପ୍ରଶ୍ନ ପଚାରିଲି ଅନିଚ୍ଛାସତ୍ୱେ ତା ଭୟାତୁର ଛଳ  ଛଳ ଆଖି ଦେଖି ମନକୁ ଆସିଲା କେଜାଣି ତା ଆତ୍ମପ୍ରତ୍ୟୟ ବଢେଇବା ପାଇଁ  କହି ପକେଇଲି – ” ବ୍ୟସ୍ତ ହୁଅନି କୌଣସି ଟ୍ୟୁମର ବି ହୋଇପାରେ

 ମୁଁ  ସନ୍ଦିହାନ ଥିଲି କିବୋଧେହୁଏ ହଁ ତେବେ ପେଟଟିରେ ବର୍ତ୍ତୁଳତା ଟିକିଏ ଅଲଗା ପ୍ରକାର ଥିବାରୁ ଭାବିଲି ଭଲରୂପେ ଚେକ କରିବା ଦରକାର

ଷ୍ଟେଥୋ ବୁଲେଇ ବୁଲେଇ  ଦେଖିଲିନାଁ, ଶିଶୁର ହୃତକ୍ରିୟା ନାହିଁ | ଟ୍ୟୁମର ପରି ହଁ ଲାଗୁଛି | ଟ୍ୟୁମରପରି ଅଲଗା ପ୍ରକାର ଟାଣ ଗୋଟିଏ ଜାଗାରେ ଲାଗିରହି ଅନ୍ୟଜାଗା ମୁକ୍ତ ଭାବେ ବୁଲୁଛି |

କ୍ୱେରି ଓଭାରିଆନ ଟ୍ୟୁମର (? Ovarian tumour)… ପ୍ରେଗନାନସି ଟେଷ୍ଟ ଲେଖିଲିନି ….ମନ ବିଦ୍ରୋହ କଲା|ମୋ ଡ଼ାଇଗନୋସିସ ଉପରେ ଭରସା ରଖିବାକୁ ପଡିବ , ହେଲେ ଗାଇନୀକ ଡିପାର୍ଟମେଣ୍ଟରେ ଦେଖିଲେ ସେମାନେ ଲେଖନ୍ତୁ | ଏଥର ଗାଇନୀକ ଟ୍ରିଟମେଣ୍ଟକୁ refer କରି ଦେଲି

ତାମୁହଁର ଉଜ୍ଜଳତ ଅନେକଟା ଫେରି ଆସିଥିଲା | ଭାବୁଥିବ  ଯାଃ …..ହେଉଥାଉ ଗୋଟେ ପ୍ରାଣଘାତୀ  ଟ୍ୟୁମର | ଏଥର ଚିନ୍ତା ନାହିଁ | ବଡ ନାନୀଙ୍କ କପାଳର ଭ୍ରୁକୁଞ୍ଚନ ମଧ୍ୟ ଅନେକଟା ଲାଘବ ହେଲାପରି ଲାଗିଲା |

ଏଥର କେସରେ ମୋର ବି ଆଗ୍ରହ ବଢି ଯାଇଥାଏ କିଛି କାରଣ ଯୋଗୁଁ | ମୋ diagnosis ଠିକ ହେଲା କି ନାହିଁ ଜାଣିବା ପାଇଁ ଫେରି ଆସି ଆମ ଡାକ୍ତର ଭାଇମାନଙ୍କୁ ସେତକ ଜଣେଇବା ପାଇଁ |

ପରେ ପତା ଲଗେଇ ଜାଣିଲି ଯେ ନିଜେ HOD ତାକୁ ଦେଖିଛନ୍ତି  ମୋର diagnosis ସମ୍ପୂର୍ଣ୍ଣ ଠିକ…. ଓଭାରିଆନ ଟ୍ୟୁମର | ପରେ କରିଡରରେ ତରବରିଆ ଭାବେ ଏମର୍ଜେନ୍ସି ଡ୍ୟୁଟି କରିବାକୁ ୱାର୍ଡ ଯାଉଥିବା ବେଳେ ଦୁଇ ଭଉଣୀଙ୍କ ସହ ଭେଟ ହୋଇଗଲା | ଆଃ !ସତେ ଯେମିତି ସୂର୍ଯ୍ୟ, ଘନ କଳା ବାଦଲ ଉହାଡ଼ରୁ ବାହାରି ଆସିଛନ୍ତି | ଝିଅଟିକୁ ତା ସତୀତ୍ତ୍ୱର  certificate ମିଳିଯାଇଛି |

ଟ୍ୟୁମରଟା କ୍ୟାନ୍ସର ବି ହୋଇପାରେ , ହେଲେ ଆଉ ପରବାୟ  ନାହିଁ | ଜୀବନଠୁ ବଳି ସମାଜରେ ଆମ ସମ୍ମାନ ନା ! ଭାବୁଥିଲି ସେ ପରିବାରର ସଦସ୍ୟମାନେ ଖୁସିରେ କିଛି ଗୋଟେ ଭୋଜିଭାତ କରି ପକେଇଥିବେ |

ଆଃ ! ମାତୃତ୍ୱ ! ଯାହାକୁ ଦୁନିଆରେ ସର୍ବଶ୍ରେଷ୍ଠ ସ୍ଥାନ ଦିଆଯାଏ | ତା ପାଇଁ ନାରୀଟିଏ କେତେ ଲାଞ୍ଛନା ସହେ  ସତେ ! ଅବୈଧ ସମ୍ପର୍କ ରୁ ଗର୍ଭବତୀ ହେଲେ , ନାରୀଟି ଲାଂଛିତ ହୁଏ ସିନା , ତା ଦେହରେ ଦାଗ ରହେ ବୋଲି , ପୁରୁଷ ଝାଡ଼ିଝୁଡ଼ି ହୋଇ ପୁଣି ପବିତ୍ର |

ଯଦି ଏଭଳି ସମ୍ଭାବନା ରହନ୍ତା ଯେ  ୫୦ % ପୁରୁଷ ଗର୍ଭବନ୍ତ ବା ୫୦% ନାରୀ ଗର୍ଭବତୀ ହେବେ, ସମାଜରୁ ଅବୈଧ, ଧର୍ଷଣ ଆଦି ଶବ୍ଦ ଲୋପ ପାଇଯାନ୍ତା |

ତେବେ ଏପରି କଳ୍ପନା ଜଳ୍ପନା କରି ମନକୁ ଖୁସି କରାଯାଇ ପରେ ସିନା, ସମାଜର ଚିନ୍ତାଧାରାକୁ ବଦଳାଇ ଯାଇପାରେନାହିଁ | କେଜାଣି ଭଗବାନଙ୍କ ସହ ମିଟିଙ୍ଗଟେ ବସାଇଲେ ପ୍ରସ୍ତାବ ପାରିତ ହେବ ପରା !  

ତେବେ ସବୁ କଳ୍ପନା ଜଳ୍ପନାକୁ ଛାଡି କହି ରଖିବାକୁ ଚାହିଁବି ଯେ ନିଜର ଆଶଙ୍କା ଆତଙ୍କିତ ମନର ଉଭଟ କଳ୍ପନା ଅଲଗା ରଖି ଏଭଳି ରୋଗ ସବୁର ଠିକ ସମୟରେ ନିଦାନ ନିରାକରଣ କରିବା ଚାହି ; କେବଳ ଶାରୀରିକ ନୁହେଁ , ମାନସିକ ରୋଗୀ ମଧ୍ୟ ଏହିଭଳି ସମସ୍ୟାକୁ ସଂକୋଚ ଯୋଗୁଁ ଲୁଚାଇ ରଖନ୍ତି ପରେ ଖୁବ ଡେରି ହୋଇଯାଇଥାଏ |


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *