ପ୍ରଜାପତି
June 22, 2022
ଅଭିମାନିନୀ
June 22, 2022

ମାମୁ ,
ତୁମ ପାଇଁ ଚାରିପଦ ଲେଖିବା ଦରକାର , କାରଣ ମୁଁ କବିତା ଲେଖେ l ତେବେ ତୁମ ବିଷୟରେ ଲେଖିବାକୁ ଲେଖନୀ ମୂନରୁ କିଛି ଝରୁନି କାହିଁକି ? ସବୁ ଶବ୍ଦ ଯେମିତି ଲେଖନୀ ମୂନ ମୁହଁରେ ଆସି ଜମାଟ ବାନ୍ଧି ଲୁହ ହୋଇ ଝରି ଯାଉଛି lକେଉଁଠୁ ଆରମ୍ଭ କରିବି? କେଉଁଠୁ ଶେଷ କରିବି, ଗଦ୍ୟ ଲେଖିବି ନା ପଦ୍ୟ ଲେଖିବି ? ସତରେ କ’ଣ ଶେଷ ହୋଇଗଲା ? ଗୋଟିଏ ଯୁଗର ପରିସମାପ୍ତି ଘଟିଗଲା ?
ଯେଉଁ ରଜ୍ଜୁ ଏକ କରି ପୁରା ପରିବାରକୁ ବାନ୍ଧି ରଖିଥିଲା, ସତରେ କ’ଣ ଆମକୁ ମୁକ୍ତ କରି ଛାଡି ଚାଲିଗଲେ ? କିଏ ଆମକୁ କରିବା ରଜ , କୁମାର ପୂର୍ଣିମାରେ ଏକାଠି ହେବା ପାଇଁ ? ରାଗ ରୁଷା ଭୁଲି ବଡ ମାନଂକ ଆଶୀର୍ବାଦ ନେବାକୁ l କିଏ ଆମକୁ ଭିଡିନେବ — ” ଚାଲ୍ ଚାଲ୍ ଚାଲ୍ ….ଯେଉଁଠିକି ଯିବାକୁ ଆମ ଶକ୍ତିସାମର୍ଥ୍ ୟ ସବୁ ସରି ଯାଇଥିଲେ ବି ତୁମ ଡାକରାରେ ସବୁ ଥକାକୁ ଦୂରେଇ ତୁମ ସଂଗେ ବାହାରି ପଡିବୁ I
74 ବର୍ଷର ଇତିହାସକୁ ପଛରେ ପକାଇ ଆମକୁ ଶୋକରେ ଭସେଇ ଚାଲିଗଲ Iନବକଳେବର ଦେଖିଥାନ୍ତେ, ହେଲେ ନିଜେ ହି ନବକଳେବର କରେଇବା ପାଇଁ ଆଗୁଆ ବାହାରି ଚାଲିଗଲ I
ତୁମ କଥା ବଖାଣି ବସିଲେ 4 ଟା ଇତିହାସ ହେବ lତୁମ ପଛରେ ଏତେ ସ୍ମୃତି,ଏତେ ଆଦର୍ଶ ଛାଡି ଯାଇଛ ଯେ, ସେତିକି ମାନି ଚାଲିଲେ ମାନବବାଦ କଣ ଜାଣି ପାରିବ l ନିଜକୁ କଷ୍ଟ ଦେଇ ଅପରକୁ ସ।ହାଯ୍ୟ କରିବା — କେତେ ଜଣ ବା କରି ପାରିବେ? କେତେଜଣ ଅନ୍ୟର ଉନ୍ନତିରେ ଉଚ୍ଛଳ ଭାବେ ଖୁସି ହୋଇପାରିବେ —ଯେତେବେଳେ ନିଜେ ସେଇ ସମାନ କ୍ଷେତ୍ରରେ ବିଫଳ ହୋଇଥିବେ ?ପର ଦୁଃଖକୁ ଆପଣାର କରି ସମବେଦନା ଜଣେଇବା ପାଇଁ ଅନେକ ମିଳିବେ –ହେଲେ ତୁମ ପରି କିଏ ସଂଗେ ସଂଗେ ଏକ ସମାଧାନ ପନ୍ଥା ଚିନ୍ତା କରି ସେତିକି ସଫଳ କରିବା ପାଇଁ ବସିବା ଜାଗାରୁ ସଂଗେ ସଂଗେ ଉଠି ଠିଆ ହୋଇ ପଡିବ?
ତୁମର ଶତ୍ରୁ ଜନମିବା ତ କଷ୍ଟ I କେବଳ ଦୁର୍ନୀତି ରୋକିବା ପାଇଁ ତୁମେ କେବଳ କାହାର ପଥ ଅବରୋଧ କରିଥିଲ ଯଦି , ସେମାନେ ମଧ୍ୟ ଆଜି ତୁମର ବିଦାୟ ବେଳରେ ନିଶ୍ଚୟ ନିଜର ଅଶ୍ରୁଧାର ରୋକି ପାରୁ ନ ଥିବେ I
ତୁମ ପାଇଁ ଲେଖିବାକୁ ଚେଷ୍ଟା କରିବି ………………….

ମାଇଁ,
ଏବେ ବି ମନେ ପଡିଯାଏ ତୁମ ସ୍ନେହବୋଳା ପରଶ Ι ଜନମ ହେଲେ ତ ମୃତ୍ୟୁ ସୁନିଶ୍ଚିତ Ι ଯେବେଠାରୁ ରୋଗ ବିଷୟରେ ଜଣା ପଡିଲା , ସତେ ଯେମିତି ପ୍ରସ୍ତୁତି ଆରମ୍ଭ କରି ଦେଇଥିଲ ସେଇ ମହାଯାତ୍ରା ପାଇଁ ଗୁରୁ-ସମର୍ପିତା ହୋଇΙଯେମିତି ଚାହୁଁଥିଲ ଠିକ ସେମିତି ଏ ଶରୀର ତ୍ୟାଗ କଲ — ଏକମାତ୍ର ପୁଆ କୋଳରେ , ସଧବାରେ , ଗୁରୁବାର , କାର୍ତ୍ତିକ ପୂର୍ଣିମାର ବ୍ରାହ୍ମ ମୁହୁର୍ତରେ Ι ତୁମର ସତ୍କର୍ମ ଯୋଗୁଁ ଲାଗେ ସତେ ଯେମିତି ଏ ଜନ୍ମ ମୃତ୍ୟୁ ଚକ୍ରରୁ ତ୍ରାହି ପାଇ ଯାଇଥିବ Ι ଆଉ କଣ ସତେ ଶୁଣିବି ସେ ସ୍ବର୍ଣ ଡାକ!! ଖୁବ ମନେ ପଡ଼ ଆଜି …………………

ଶିବରାତ୍ରୀ ….
ଅସୁମାରୀ ସୁଖଦ ସ୍ମୃତି ଆସି ଅଗରେ କୁଢେଇ ହୋଇ ପଡିଲା Ι ମାମୁଙ୍କ କ୍ଵାର୍ଟର କୁ ଲାଗି ଲିଙ୍ଗରାଜ ମନ୍ଦିର Ι ତେଣୁ ମହାଦୀପ ଉଠିବାର ପ୍ରଣାଳୀ ଦେଖିବା ପାଇଁ ଖୁବ ସୁବିଧା Ι ସେଦିନ ସନ୍ଧ୍ୟାରୁ ମାଇଁ ବିରାଟ କଡେଇ , ଡେକ୍ଚିରେ ଆରମ୍ଭ କରି ଦିଅନ୍ତି ରାନ୍ଧିବା — ଭାତ , ଡାଲମା , ଖଟା , ଖିରୀ

ମାମୁ , ମାଇଁ ଓ କ୍ରିୟାଯୋଗ ଦୀକ୍ଷl …..
ମେ ୨୫ ତାରିଖ ୨0୧୨- ଆମେ ତିନିହେଁ ବାଲିଘାଇ ଯାଇ ଗୁରୁଦେଵ ପରମହଂସ ପ୍ରଜ୍ଞାନାନନ୍ଦଙ୍କ ଠୁଁ କ୍ରିୟଯୋଗଦୀକ୍ଷl ଗ୍ରହଣ କଲୁଁ Ι ତିନିହେଁ ଖୁସି ନିଜ ନିଜ କାରଣ ଯୋଗୁଁ Ι ମାମୁ , ମାଇଁ ଆଗ୍ରହୀ ହେବାରୁ ମୋର ୧୧ ବର୍ଷ ତଳର ଅପୁରଣୀୟ ଇଚ୍ଛା ପୂର୍ତ୍ତିହୋଇଥାଏ Ι ମାମୁ , ମାଇଁ ଖୁସି ଯେ , ମୁଁ ଯୋଗାଯୋଗ କରି ସମସ୍ତ ପ୍ରାକ ପ୍ରସ୍ତୁତି କରିଥିବାରୁ ପ୍ରଣାଳୀ ଖୁବ ସହଜ ହୋଇ ଯାଇଥିଲା Ι
ଜୀବନର ଶେଷ କାଳରେ ଅନେକ ଚମତ୍କାର ଅନୁଭବ କରିଛନ୍ତି ମାମୁ , ମାଇଁ …ଗୁରୁଦେବଙ୍କ ଆଶ୍ରିତ ହୋଇ ସତେ ଯେମିତି ନିଜ ଲକ୍ଷ୍ୟରେ ପହଂଚି ଯାଇଥିଲେ …ହୁଏତ ଅଗାମୀ ଜନ୍ମରେ ଆମେ ପୁଣି ଭେଟିବା ପରସ୍ପରକୁ ….
ତୁମ ଆଦରର ସ୍ନେହଭିଲାଷୀ ଭାଣିଜୀ
ସୋନି
(ପ୍ରୋ :ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ)
ସମ ହସ୍ପିଟାଲ


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *