YA DEVI SARVABHUTESHU
YA DEVI SARVABHUTESHU
October 17, 2023
Fire cracker ban
November 12, 2023
କାଞ୍ଚି ବିଜୟ

ସୁଦୂର ପୁଦୁଚେରୀର କାରାଇକାଲ ଜିଲ୍ଲାରେ କାମ କରୁଥାଉଁ – ଆମ ଡିପାର୍ଟମେଣ୍ଟରେ ଆମେ ଦୁଇ ଜଣ ଓଡ଼ିଆ କର୍ମଚାରୀ, ଜଣେ ତେଲୁଗୁ, 3 ଜଣ ତାମିଲ ଲୋକ –ଗାଏ ମୋଟ ଏତିକି ବାୟୋକେମିଷ୍ଟ୍ରି ଶିକ୍ଷକ ଥାଉ l ସନ୍ଧ୍ୟାବେଳେ ସମୁଦ୍ରକୂଳିଆ ପବନ ଖାଉ ଖାଉ ଆମେ ତାମିଲ ଭାଷା ଶିଖୁ, ପରସ୍ପରର ସଂସ୍କୃତି ଓ ପରମ୍ପରାର ଚର୍ଚ୍ଚା ବି କରୁ I

କଥା ପଡୁ ପଡୁ ମୁଁ ଆମ କାଞ୍ଚି ଅଭିଯାନ ଓ ରଥଯାତ୍ରା ଆଦି ଗପିଲି l ତା ପରେ ହଠାତ ମନକୁ ଆସିଲା, ଆରେ ! ତାମିଲ ଲୋକଙ୍କୁ ତ ଏ କଥା ନିଶ୍ଚୟ ଜଣା ଥିବ, ମୁଁ କଣ ବତାଉଛି !

ହେଲେ, ଆଶ୍ଚର୍ଯ୍ୟର କଥା, ସେମାନେ କହିଲେ ଏ ବିଷୟରେ ସେମାନେ କିଛି ଜାଣନ୍ତିନି I ବରଂ ସେମାନଙ୍କ ଇତିହାସ ବହିରେ ଲେଖା ଅଛି ଯେ, ସେମାନେ କଳିଙ୍ଗ କୁ 13 ଥର ଜିତିଥିଲେ I

ସତ କହିବାକୁ ଗଲେ, ଇତିହାସକୁ କିଏ ବା ଅଧିକ ଭଲ ଭାବେ ପଢିଛି I ଆମେ ନିଜ ନିଜ ତଥ୍ୟରେ ଅଡ଼ି ରହି ପରସ୍ପରଠୁ ବିଦାୟ ନେଇ ସେ ଦିନ ଘରକୁ ଫେରିଲୁ I

ତେବେ ପଛରେ ଜଣା ପଡିଲା, ତାମିଲ ଲୋକଙ୍କର ଓଡ଼ିଆ ଲୋକଙ୍କୁ ଶାସନ କରିବାରେ ଏକ ଆନନ୍ଦ ରହିଛି I ଓଡିଶାକୁ ଫେରିବା ପରେ ତାମିଲନାଡୁ ମଡ଼େଲର ହିଁ ଶାସନ ଦେଖି ଆସୁଛି I ଟଙ୍କିକିଆ ଚାଉଳ, ପାଉଚ ମଦ, ସାଇକଲ ବଣ୍ଟନ ଇତ୍ୟାଦି I

କିନ୍ତୁ ସେଠିକାର ଅନେକ ଭଲ ଜିନିଷ ଅଛି, ଯାହା ଆଜିଯାଏଁ ମଧ୍ୟ ଏଠି ଲାଗୁ ହୋଇ ନାହିଁ I ସେମନଙ୍କର ଅର୍ଥକରୀ ଚାଷ, ଉନ୍ନତ ଚାଷ ପଦ୍ଧତି, ଟିକସ ପଇସାକୁ ଠିକ ଦିଗରେ ଉନ୍ନତିକଳ୍ପେ ଖର୍ଚ୍ଚ କରି ପର୍ଯ୍ୟଟନ କ୍ଷେତ୍ର ସବୁର ପୁନରୁଦ୍ଧାର, ଏକ ସୁଶୃଙ୍ଖଳିତ ମନ୍ଦିର ବ୍ୟବସ୍ଥା, ଶିଳ୍ପକ୍ଷେତ୍ରରେ ପ୍ରଗତି, ବୈଜ୍ଞାନିକ ଗବେଷଣା, IT investment …ଏ ଭଳି କିଛି ବି ହୋଇନାହିଁ ଓଡ଼ିଶାରେ ଆଜିଯାଏଁ I

ଏବେ କଥା ହେଲା, ଆମେ କ’ଣ ଆଉ ଥରେ ଆତୁର ହୋଇ ଶ୍ରୀଜଗନ୍ନାଥଂକୁ ପ୍ରାର୍ଥନା କରି ଆମ ରାଜ୍ୟର ଅସ୍ମିତା ରକ୍ଷା କରିବା ନା ସମୟ ଥାଉ ଥାଉ ନେତୃତ୍ତ୍ୱ ନେବା ? ଆମ ନେତାମାନେ ନିଜସ୍ୱ ସ୍ୱାର୍ଥରୁ କେବେ ଉର୍ଦ୍ଧ୍ୱକୁ ଉଠି ଏ ମାଟିର ଲୋକଙ୍କ ପାଇଁ ଅନ୍ତରର ସହ ଆଗକୁ ଆସିବେ ?
II ଜୟ ଓଡିଶା, ଜୟ ଜଗନ୍ନାଥ II
ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *