

ଆଜି ପୁଣି ସେଇ ଅବସ୍ଥା …ବାତ୍ୟା ଆସୁଛି, ଆଳୁ, ପିଆଜ, ଲୁଣ, ମହମବତୀ, ଦିଆସିଲି ସବୁ ବଜାରରୁ ପୋଛି ଆଣ I
ମହାମାରୀ ବ୍ୟାପୁଛି …ସାନିଟାଇଜର, ଔଷଧ ସବୁ କିଣି ଆଣି ବଜାରରେ କୃତ୍ରିମ ଅଭାବ ତିଆରି କର, ପ୍ରକୃତ ରୋଗୀ ପଛେ ମରନ୍ତୁ I
ଡଲାର ଦେଶରୁ କେମିତି କମି ନ ଯାଉ, ସେଥିପାଇଁ ଜନ-ନାୟକ ଡାକରା ଦେଲେ …ପେଟ୍ରୋଲ ବ୍ୟବହାର କମାଅ, ତେଲ କମ ଖାଅ, ସୁନା କମ କିଣ …ବାସ ଲୋକଙ୍କ ମନରେ ଆସିଗଲା …ଯୁଦ୍ଧ ହେବ କି ? ଆଃ! ଗାଡ଼ିରେ ମାତ୍ର 40 ଲିଟର ତେଲ ଧରିବ I ନ ହେଲେ ଏବେ ଡ୍ରମ୍ ରେ ଭର୍ତ୍ତି କରି ନେଇ ଯାଇଥାନ୍ତି I
ଆହା ! କି ବିକଳ ଅବସ୍ଥା ଆମର ! ଥରେ ଟିକିଏ ଅଟକି ନିଜକୁ ପ୍ରଶ୍ନ କରୁ ନାହାନ୍ତି, ଏବେ ଯେଉଁ 3 ଲିଟର ତେଲ ପୁରେଇଲେ, ସେତକ ସରିଗଲେ କେଉଁ ବ୍ୟବସ୍ଥାରେ ଯାତ ଆତ ହେବେ ? ଯେତେବେଳେ ଯୁଦ୍ଧ ହୁଏ, କିଛି ସଂଘର୍ଷପୂର୍ଣ୍ଣ ପରିସ୍ଥିତି ଉପୁଜେ, ସେତେବେଳେ ହିଁ ଆମେ କାହିଁକି ଜାଗି ଉଠୁ !
କଣ ପାଇଁ ଏତେ ଅସ୍ଥିରତା ?
ଆଗକୁ କଣ ହେବ …ଏଥିପାଇଁ ଭୟ ତ ?
ମୁଁ ବଂଚେ ଆଉ ସମସ୍ତଙ୍କ କଥା ପରେ… ଲୋଭ କେବଳ ନିଜ ପାଇଁ ..ନ ହେଲେ ଅତି ବେଶୀରେ ନିଜର ପରିବାର ପାଇଁ I
ଏଇ ଲୋଭ ଆଉ ଭୟ ତା ଆମକୁ ଅସ୍ଥିର ଆଉ ପରାଧୀନ କରି ରଖିଛନ୍ତି I ଏବେ ଏବେ କୋଭିଡ ମହାମାରୀରେ ଏତେ କଥା ଦେଖିଲେ ଆଉ ଶିଖିଲେ …କାଇଁ କିଛି ତ ପରିବର୍ତ୍ତନ ହେଲାନି !!
IIଶୁଭମସ୍ତୁ II