ମାତୃତ୍ଵ ଦିବସ ବନାମ ଶାଶୁ ଦିବସ
ମାତୃତ୍ଵ ଦିବସ ବନାମ ଶାଶୁ ଦିବସ
June 8, 2026
ମାତୃତ୍ଵ ଦିବସ

ଡା ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର ବାୟୋକେମିଷ୍ଟ୍ରି
********
ମାତୃତ୍ଵ ଦିବସର ପୂର୍ବ ସନ୍ଧ୍ୟାରୁ ହିଁ ଏ ଦିବସ ପାଳନ ଆରମ୍ଭ ହେଇ ଯାଉଛି l ସମସ୍ତଙ୍କ DP, status ଆଦିରେ ମା’ ସହିତ ଫୋଟୋ l କିନ୍ତୁ ସବୁଠୁ ମଜାଦାର ହେଉଛି ଅନେକେ ନିଜ ଶାଶୁ ଓ ମା’ ଉଭୟଙ୍କ ଫୋଟୋ ଦେଇ Happy mother’s Day ଲେଖିଛନ୍ତି l ହାଏ ! ଏଠି ବି ଛଳନା!

ହଇହୋ ! ଯଦି ଶାଶୁ ତୁମ ମା’ ହେଲେ, ତା’ ହେଲେ ସ୍ୱାମୀ ତୁମର କ’ଣ ହେବେ ?? କ’ଣ ଝିଅ ଟିଏର ଏତିକି ବି ସ୍ୱାଧୀନତା ନାହିଁ ଯେ ସେ ଗୋଟିଏ ଦିନ ମୁକ୍ତ କଣ୍ଠରେ ନିଜ ମା’ କୁ ମୁଁ ଭଲ ପାଏ ବୋଲି କହି ପାରିବ!!

ହେଇପାରେ କୌଣସି ଶାଶୁ ମା’ ଭଳି ସ୍ନେହ ମମତା ଦେଇଥିବେ କିମ୍ବା ଅନ୍ତତଃ କାମଦାମରେ ଟିକିଏ ସାହାଯ୍ୟ କରି ଦେଉଥିବେ, ତା’ ବୋଲି ବୋହୂ ଉପରେ ଏତେ ଚାପ ଯେ ସେ ମା’ ସହ ସମତୁଲ କରି ଫୋଟୋ ପକେଇବାକୁ ବାଧ୍ୟ ହେଉଛି !

କାଇଁ କୌଣସି ପୁରୁଷ ପିଲାଙ୍କୁ ତ ଦେଖିଲିନି ନିଜ ମା’ ସହ ଶାଶୁଙ୍କ ଫୋଟୋ ପକେଇବାର ! ଯଦି ନିଜ ମା’ ସହ ସେ ଦିନ ଫୋଟୋ ଉଠେଇ ପକେଇଛନ୍ତି, ସେଇ ସେତକ ଯଥେଷ୍ଟ ….ଯେଉଁ ଶାଶୁ ସବୁଦିନ ପାଇଁ ନିଜର କଲିଜା ଖଣ୍ଡଟିକୁ ପରଘରକୁ ଦାନ କରି ଦେଇଛନ୍ତି, ତାଙ୍କୁ ବୁଲି ପଡି ଥରେ ଧନ୍ୟବାଦ ବି ଦେଇଥିବେ କି ନାହିଁ, ଜଣା ନାହିଁ l

ମା’ ଟିଏ ଯିଏ ପିଲା ଦିନରୁ କୌଣସି ପ୍ରକାର ଆଶା ଆକାଂକ୍ଷା ନ ରଖି ଝିଅଟିକୁ ବଢ଼େଇ କୁଢେଇ ପରଘରକୁ ବିଦା କରି ଦେଇଛି, ଏପରିକି ଝିଅ ଚାକିରିଆ ହୋଇଥିଲେ ମଧ୍ୟ କୌଣସି ପ୍ରକାରେ ଆଶା ରଖେନି, ସେ ଭଳି ମା’ ପାଇଁ ଥାଉ ଏ ଦିନଟି l

ନିଜର ବିବାହ ବାର୍ଷିକୀକୁ ବରଂ ଶାଶୁ ଦିବସ ରୂପେ ବି ପାଳି ଦେବେ …ଯେତେ ପୁଅ, ସେତିକି ଥର Shashu Day l ଆଉ ଜ୍ୱାଇଁ ଯଦି ଚାହିଁଲେ …ସେପଟକୁ ବି ଯିବ ଟିକେ Shashu Day….


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *