ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ବେଳେବେଳେ ଆମେ ଆମ ପ୍ରତୀକ୍ଷା ଯେ କାହା ପାଇଁ, ସେ ବିଷୟରେ ସନ୍ଦିହାନ ଥାଉଁ …କେଜାଣି କିଏ କେଉଁ ଏକ ଅପହଞ୍ଚ ଦୂରତାରେ ରହି ହାତ ଠାରି ଡାକୁଥାଏ I ମନ ବ୍ୟାକୁଳ ସେଇ ଧୂଆଁ ଧୂଆଁ ପରଦାକୁ ହଟେଇ ଦେଇ ନିଜ ପ୍ରିୟତମର ଏକ ଝଲକ ଦେଖିବା ପାଇଁ I ମନେହୁଏ ସତେ ଯେମିତି ଜନ୍ମ-ଜନ୍ମାନ୍ତରର ଆକର୍ଷଣ ଏ …କେତେବେଳେ ମନରେ ପୁଣି ସନ୍ଦେହର ବିଜୁଳି ଚମକି ଯାଏ ….ମୋ ପ୍ରିୟତମ ଆସିବେ ତ ???
————————————————————————————————————————————-
ତୁମରି ପଥକୁ ଚାହିଁ ବସିଛି ଗୋ
ତୁମ ପଦପାତକୁ କାନ ଡ଼େରିଛି
ମୋ ପ୍ରତୀକ୍ଷାକୁ ସଫଳ କରି
ବାହୁ ବେଷ୍ଟନୀ ମଧ୍ୟକୁ ଆସିବକି ପ୍ରିୟ ?
ପ୍ରତ୍ୟେକ କ୍ଷଣ ହୁଏ ତୁମ ଚିନ୍ତାରେ ଅତୀତ
ମୁଁ ଯେ ଯୁଗ ଯୁଗ ଧରି ଅପେକ୍ଷମାଣା
ତୁମ ପାଷାଣ ହୃଦୟ କି ତରଳିବ ?
ମୋ ନିକଟକୁ ଆସି
ମୋ ହୃଦୟକୁ ତୋଳି ଧରିବକି ପ୍ରିୟ ??
ଦୂର ପାହାଡ଼ରୁ ସୂର୍ଯ୍ୟଙ୍କ କିରଣ ଲିଭିବାଯାଏଁ
ଚନ୍ଦ୍ରବିଧୌତ ରଜନୀରେ ଚନ୍ଦ୍ରମା ବିଲୀନ ହେବା ଯାଏଁ
ତୁମ ପ୍ରିୟା ଚାହିଁ ବସେ ତୁମକୁ
“ତୁମକୁ ” କେବଳ “ତୁମକୁ” |
ମୋ ପ୍ରତୀକ୍ଷାର ମୂଲ୍ୟ ଦେବ କି ପ୍ରିୟ ?
ମୋ ଜୀବନକୁ ସାର୍ଥକ କରିବକି ପ୍ରିୟ ??