Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1338

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1343

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1365

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1366

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1367
ସ୍ୱାଧୀନତାର ସଂଜ୍ଞା
June 19, 2022
କପି
June 19, 2022

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1338

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1343

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1365

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1366

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1367

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ

ଅଣ୍ଡା

ରହ ରହସେଇଠେ ଠିଆ ‘…କିଛି ଛୁ ନା ….ଓଃ ! ରାତି ଦଶଟାରେ ମୋତେ ହଇରାଣ କଲା !  

ଯାଏ ଗରମ ପାଣି ବସାଏ, ଗାଧେଇକି ଆସିବୁ

ମା‘, ସ୍ତ୍ରୀ ଲୋକଙ୍କର ଗୋଟେ ଅଣ୍ଡା ଫୁଟି ବାହାରିଲେ ଶୀତଦିନ ରାତିରେ ବି ମୁଣ୍ଡ ଧୋଇ ଗାଧୋଇବାକୁ କହୁଛଆଉ ପୁରୁଷ ଲୋକଙ୍କର ଥରକେ ଯେ ଦଶ କୋଟି ଅଣ୍ଡା ବାହାରୁଛି ସେମାନେ ପାଣି ଭିତରେ ବୁଡିକି ରହିବ କଥା !”

ହେଃ ! ରହ ! ମୋ ମୁଣ୍ଡଟା ଆଉ ଖରାପ କରେନି l”

Xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx

ପୂଜା 

ଆଲୋ ହେ ଅଲକ୍ଷଣୀ, ତୋ ମାତୋତେ କିଛି ଶିଖେଇନି କିଲୋ! ଗଲା ଗଲା, ମୋ ଏକାଦଶୀ ପାଣିଟା ମାରା ହେଇଗଲାଦୁଇଟା ଦିନ ଜଗି ପାରୁନୁ କିଲୋତୋ ଫ୍ରକଟା  ଲହର ପହର କରି ଏମିତି ଘରଟାଯାକ  ଘିରି  ଘିରି  ବୁଲିବା କଣ ଦରକାର ଲୋ !”

ବୋଉ, ସାନ ଛୁଆଟା ପରା!”

ଏଗାର ବର୍ଷ ହେଲାଣି, କୋଉ କମ କି

ମୁଁ ଏତିକି ବେଳକୁ ବାହା ହେଇକି ଶାଶୁ ଘର ଗଲିଣି l”

ହଇ ଲୋ ଚଣ୍ଡୀ l ଚାରି ଦିନ ଠାକୁର ଘର ପାଖ ମାଡ଼ିବୁନି l ପୂଜା ପୁଜି ମନା l”

ହେଲେ ଜେଜେମା, ଚାରି ଦିନ ଠାକୁରଙ୍କୁ କୋଉଠେ ରଖିବି ?”

ହଇ ଲୋ, ଠାକୁର ଠାକୁର ଘରେ ରହିବେକଣ ଗୁଡ଼େ ବଲବଲ ହଉଛୁ ?”

ଜେଜେମା, ମୁଁ ପଚାରୁଥିଲିମୋ ହୃଦୟରେ ଯେଉଁ ଠାକୁର ଅଛନ୍ତି, ତାଙ୍କୁ କେଉଁଠେ ରଖିବି, ଚାରି ଦିନ ? ଏଇ ଯେ ପ୍ରତି ମୁହୂର୍ତ୍ତରେ ପ୍ରତି ଶ୍ଵାସରେ ତାଙ୍କୁ ଗୁନ୍ଥି ଦେଇଛି, ତାଙ୍କୁ କୋଉଠି ଥୋଇବି ? ତାଙ୍କୁ ଯେ ଖାଇବା ଆଗରୁ  ମୋ ଖାଦ୍ୟରୁ ପ୍ରସାଦ ଚଢାଉଛି ମନ୍ତ୍ର ପଢିକିତାକୁ କଣ କରିବି ? ବାଟଘାଟରେ ଗଲା ବେଳକୁ ଯେ ତାଙ୍କୁ ମୋ ସୁରକ୍ଷା କବଚ କରି ସାଥି କରିଛିସେଥିକୁ କଣ କରିବି ?”

ମାଆଉ ଜେଜେମାବଲବଲ କରି ଝିଅ ମୁହଁକୁ ଅନେଇଥାନ୍ତି l

xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx

କ୍ଵାରେଂଟାଇନପ୍ରତିଶୋଧ

ବୁଝିଲ, ବୋଉର RT -PCR ରିପୋର୍ଟଟା ପଜିଟିଭ ଆସିଛି l ଆମ ବେଡ଼ରୁମ ଟା ବୋଉକୁ ଦେଇଦେବ।? AC ଅଛି, attached bath ଲାଟ୍ରିନ ବି ଅଛି l ତାକୁ ସୁବିଧା ହେବ l”

ହୁଁ….ଆଉ କଣ  ନା ….ସେଇ ରୁମଟା ନାଇଁ କି ? ମୁଁ  କୁଆଡ଼େ ଘୁଂଚିବିନି….l”

କୋଉଟା ?”

ସେଇ , ବାଡ଼ିପଟେ ଯୋଉ outhouse ଟା  ଅଛି I “

ଆରେ ଏକଲାଟା….. ବୁଢ଼ୀ ମଣିଷଟା କେମିତି ରହିବ?”

ହଃସେଥିରେ କଣ ଅଛିମୋ ଛୁଆଟା ସାତ ଦିନ କେମିତି କାନ୍ଦି କାନ୍ଦି ଏକା ସେଠି ରହିଥିଲା, ମନେ ନାହିଁ ? କେତେ ନେହୁରା ହୋଇଥିଲିକେହି ଶୁଣିଥିଲ ? ଆଜି କର୍ମଫଳ ଫଳିବ I କ୍ଵାରେଂଟାଇନର  ସ୍ୱାଦ ହୁଏତ ଅତୀତର ଅନ୍ୟାୟ ସବୁକୁ ମନେ ପକେଇ ଦେବ l”

Xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx

ଭଙ୍ଗା ପ୍ଲେଟ 

ଯା, ସେଇ କୋଣକୁ ବସେ ….ନେ ” ….ଗୋଟିଏ ଭଙ୍ଗା ପ୍ଲେଟରେ ଭାତ ତରକାରୀ ଭଜା ସବୁ ଏକାଠି ବାଢ଼ିଦେଇ ଶାଶୁ ବୋହୂ ପାଖକୁ ଏକ ରକମ ଠେଲି ଦେଲେ l

ଥାଉ ବୋଉ, ମୋର ଏମିତି ଖାଇବା ଅଭ୍ୟାସ ନାହିଁ I”

ଶ୍ରୀର ଆଖିରୁ ଲୁହ ନୁହେଁ ଅଗ୍ନି ସ୍ଫୁଲିଙ୍ଗ ବର୍ଷୁଥିଲା l

ବାହାରେ ଶ୍ରୀର ସ୍କୁଟି ଷ୍ଟାର୍ଟ କରି ବାହାରି ଯିବାର ଶବ୍ଦ ଶୁଭିଲା I ଲକ୍ଷ୍ମୀ ଉଭାନ ହୋଇ ଦୁର୍ଗା ଆବିର୍ଭୁତ ହୋଇଥିଲେ I

xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx

ପବିତ୍ର ପାପ

ବୋଉଙ୍କର heart attack ହେଇଛି ବୋଧେନାନୀ, ଭାଇନାଙ୍କୁ ଶୀଘ୍ର ପଠାଅ l ଆମେ କରିବୁ କିଛି ବୁଝି ପାରୁନୁ I”

ରହ, ମୁଁ  ହିଁ ଆସୁଛି ଡ୍ରାଇଭ କରିକିଭାଇନାଙ୍କର ଆଜି emergency OT , ବାହ।ରିକି ଆସି ପାରିବେନି l”

ଗାଡି ପାର୍କ କରିକି ତରବର ହୋଇ ପହଞ୍ଚିଲା ତେଜସ୍ୱିନୀ ମାଙ୍କ ପାଖେ l କାଠ  ପରି ଭାଉଜ କାନ୍ଥକୁ ଲାଗି ଠିଆ ହୋଇ ଥାନ୍ତି l

ଆରେ, କେହି ନାହାନ୍ତି କି ? ତୁମେ ଯାଏ କଣ କରିଛ ?”

ମୁଁ ଛୁଆଁରେ ବୋଉଙ୍କୁ ଛୁଇଁବି ?”

ହାଏ, ମୋ କପାଳ ! ଚାଲ ଚାଲତୁମେ ଏତେ ପାଠ ଶାଠ ପଢିକି ଯୋଉଠେ କୁ ସେଇଠେ l ତୁମ ଛୁଆଁ ବୋଲି ବୋଉ ରାନ୍ଧୁଥିଲା ଟି ? ମୁଣ୍ଡ ବୁଲେଇକି ଖସି ପଡ଼ିଛି l vasovagal attack ପରି ଲାଗୁଛି l ଧର ବୋଉକୁନେଇକି ଟିକେ ECG  କରେଇ ଦେବା I”

ଆରେ ଧରମୁଁ  ବି ଛୁଅଁ। ହେଇଛି ….ତୁମ ପାପ ଗଣ୍ଡାକ ବି ମୋତେ ଦେଇଦେବ ହେଲା ?”

ଆଲୋ ବୋଉ, କେମିତି ଲାଗୁଛି ଏବେ ? ତୁ faint ହେଇ ଯାଇଥିଲୁକିଛି ଅସୁବିଧା ନାହିଁ l ହେଲେ ଭିତରେ ଆମେ କେତେ ସବୁ ପାପ କରି ଦେଇଛୁ l ତୁ ଏବେ ଗୋଟି ପଣେ ମାରା l”

ମାତେଜସ୍ୱିନୀର ମୁହଁକୁ ଚାହିଁ ଥାନ୍ତି ବଲବଲ କରି I

ମୁଁ ଆଉ ଭାଉଜ ଛୁଆଁତା ଉପରକୁ ନର୍ସ ବି , attendant ଝିଅଟି ବି I କେମିତି ପାପରୁ ଆମେ ମୁକ୍ତ ହେବୁ କହିଲୁ?” ….ଆଖିରେ ଦୁଷ୍ଟାମୀ ହସ ଖେଳାଇ ତେଜସ୍ୱିନୀ ପଚାରିଲା l

ମାମୁଣ୍ଡ ତଳକୁ କରି କହିଲା, ” ଇଏ ପବିତ୍ର ପାପଅକାଳେ ନିୟମ ନାସ୍ତି l”

ଫେଁ କିରି ହସିଦେଲା ତେଜସ୍ୱିନୀ….”ସେ ପଙ୍କ ସହଜେ ଯିବା ତୋ ମୁଣ୍ଡରୁଆମକୁ ହିଁ କିଛି କରିବାକୁ ପଡିବ ଭାଉଜ l”

ଦିନେ ଗାର୍ଗୀ, ଅପାଲା, ଲୀଳାବତୀଙ୍କ ଜ୍ଞାନରେ ଉଦ୍ଭାସିତ ଭାରତଭୂମି, ସ୍ତ୍ରୀ ଲୋକଙ୍କର  ଶିକ୍ଷାର ଅଭାବ  ଯୋଗୁଁ ଅନେକ କୁସଂସ୍କାରରେ ଭରିଗଲା l ଅନେକ ବିଜ୍ଞାନ ତଥ୍ୟସମ୍ବଳିତ ଉପଚାରକୁ ଅନ୍ଧ ଭାବେ କଦର୍ଥ କରି ବ୍ୟବହୃତ ହେଲା l

ନାରୀମାନଙ୍କର ମାସିକ ଧର୍ମ ଏକ ପ୍ରାକୃତିକ ବ୍ୟାପାର , ଯାହାକୁ ମହାଜାଗତିକ ବ୍ୟାପାର କରିଦିଆଯାଏ ଅନେକ ଜାଗାରେ ଶ୍ରୀମା ଅତି ସାବଲୀଳ ଭାବେ ବୁଝାଇଛନ୍ତି ଯେ, ମାକୁ ଗର୍ଭ ଧାରଣ ପାଇଁ ପ୍ରକୃତି କିଛି ଅଧିକ ରକ୍ତଦାନ କରିଥାଏ I ସେତକ ଗର୍ଭାଧାନ ଅଭାବରେ ମାସିକ ଋତୁସ୍ରାବ ହୋଇ ବାହାରିଯାଏ I

ଏଥିକୁ ଅତିଶୟ ସମ୍ବେଦନଶୀଳ ହେବାର ଆବଶ୍ୟକତା ନାହିଁ I ନିଜର ନିତ୍ୟ ନୈମିତ୍ତିକ କାର୍ଯ୍ୟାବଳୀରେ ଯଥା ସମ୍ଭବ ନିଜକୁ ନିଯୁକ୍ତ କରାଯାଇପାରେ I ଡାକ୍ତରଙ୍କ ପରାମର୍ଶ ନେଇ ଏଥି  ଜନିତ ପୀଡାର ଉପଶମ ସହଜରେ କରାଯାଇପାରେ l

ମାତୃତ୍ତ୍ୱ, ଯାହାକୁ ସର୍ବଶ୍ରେଷ୍ଠ ସ୍ଥାନ ଦିଆ ଯାଇଛି, ତା ପୂର୍ବବସ୍ଥା, ମାସିକ ଋତୁସ୍ରାବ ଏତେ ଘୃଣ୍ୟ ହେବ କେମିତି ? ଯଥା ସମ୍ଭବ ପରିଷ୍କାର ପରିଚ୍ଛନ୍ନତା ସୁଷମ ଖାଦ୍ୟ ସର୍ବୋପରି ଏଥିକୁ ଆବଶ୍ୟକ I

ସ୍ଵଜାତି ପରହିଂସ୍ରକ ନୀତି ପରିତ୍ୟାଗ କରି ସ୍ତ୍ରୀ ଲୋକେ ନିଜ ଜାତିର ଉତଥାନ ପାଇଁ ସବୁ କ୍ଷେତ୍ରରେ ହାତ ବଢାଇବା ସର୍ବଥା ବିଧେୟ I

ଶୁଭମସ୍ତୁ II


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *