Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1338

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1343

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1365

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1366

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1367
ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଉପଲକ୍ଷେ କିଛି ଗପ୍ଲେଟ
June 19, 2022
ବାସ୍ନାର ସ୍ମୃତି (୧)

ଡଃ ଵିୟତପ୍ରଜ୍ଞା ଆଚାର୍ଯ୍ୟ

ଭାବୁଥିବେ ମୁଁ ମାଙ୍କଡକପିବିଷୟରେ କିଛି କହିବି ବୋଧେଆଧ୍ୟାତ୍ମିକ ଚର୍ଚ୍ଚାରେ  କୁହାଯାଏଚିତ୍ତ କପିମାନେ ମନ ଆମର କେମିତି ଏକ ସଦାଚଞ୍ଚଳ, ମଦମତ୍ତ ମାଙ୍କଡ ଭଳି ଡେଇଁ ବୁଲୁଥାଏଇତ୍ୟାଦି

ନା ନାଏଥର ମୁଁ  ତୁଚ୍ଛା  “କପି”  ଅର୍ଥାତ ଇଂରାଜୀରେଚିଟିଙ୍ଗଵିଷୟରେ ହିଁ ଲେଖିବି I

ଭଗବାନଙ୍କ ସୁଦୟାରୁ ପିଲାଦିନୁଁ ପାଠ ମନେ ରହି ଯାଉଥିଲାI ଅସୁବିଧା ହଉଥିଲା ଡ୍ରଇଁରେ I ତ୍ରିଭୁଜ ଭିତରେ ତିନୋଟି ଲଙ୍କାଆମ୍ବ , ଝୋଟି ,ଗାଈ ଚିତ୍ର ….ମାଲୋମୋ ପ୍ରାଣେ ଭୟ ଥିଲା ଗୋଟିଏ ପରୀକ୍ଷାକୁ l ମଝିରେ ତିନୋଟି କ୍ଲାସ ଘରେ ପଢ଼ିଲି l କେଜାଣି କେମିତି ଚିତ୍ରକଳା ପ୍ରତି  ସମ୍ପୂର୍ଣ୍ଣ ବିରାଗ ଥିଲା I ସପ୍ତମ ବୋର୍ଡ ପରୀକ୍ଷାରେ ବହୁତ କମ ମାର୍ଜିନରେ ଡ୍ରଇଁ ପରୀକ୍ଷାରେ ପାସ କରିଥିଲି l ଯଦି ସେଥିରେ ଫେଲ ହେଇଥାନ୍ତି, ମୋଗ୍ରେଡ଼ ଯାଇଥାନ୍ତା ଚୂଲୀକି I

ହଁ, ତେବେ ଆସିବା କପି ପ୍ରସଙ୍ଗକୁ I କେଜାଣି କୋଉ ବିକୃତମସ୍ତିଷ୍କ ଶିକ୍ଷକ /ଶିକ୍ଷୟିତ୍ରୀ ପ୍ରଶ୍ନପତ୍ର ତିଆରି କରିଥିଲେ ସପ୍ତମ ଅର୍ଦ୍ଧବାର୍ଷିକ ପରୀକ୍ଷାରେ ! ଗୋଟିଏ ହାତୀ ଉପରେ  ବସିଥିବା ମାହୁନ୍ତର  ଚିତ୍ର କର ହେଲେ ପନିକି ଧରି ମାଛ କାଟୁଥିବା ସ୍ତ୍ରୀ ଲୋକର ଚିତ୍ର I କୋଉ କାଳେ ଶିଖେଇ ଥିଲେ ଏମିତି ଚିତ୍ର ଯେ ଆଜି ଏମିତି ପ୍ରଶ୍ନ ପକଉଛନ୍ତି ? ମନେ ମନେ ବଡ ହତାଶ ଲାଗିଲା I ଆଜି ବୁଝା ପଡୁଛି ଯେ, ଆମର  ଶକ୍ତିକୁ ସେମିତି ପର୍ଯ୍ୟାପ୍ତ ରୂପେ ପ୍ରସାରିତ କର ଯାଇ ଥିଲା I ସରକାରୀ ବହି ସବୁରେ ହାତ ଗଣତି କଳା ଧଳା ଛବିସେଥିରେ ସେ ବି ଅଧା ଲିଭି ଯାଇଥିବ I କଳ୍ପନାର ସମ୍ପ୍ରସାରଣ ସେପରି କେବେ ବି ହୋଇ ପାରି  ଥିଲା କିମ୍ବା କେହି ସେଥି  ପ୍ରତି ଯତ୍ନବାନ ମଧ୍ୟ ଥିଲେ l

ବର୍ତ୍ତମାନ ଅନନ୍ୟୋପାୟ ହୋଇ, ନିଜର ଟପ୍ପର ହେବାର ଅହମିକାକୁ କାନିରେ ଗଣ୍ଠି ମାରି, ଲଜ୍ଜା  ଛାଡି ମୋ ଆଗରେ ବସିଥିବା ମୋ ସାଙ୍ଗକୁ ଫୁସଫୁସ କରି ଡାକିଲି , “ରୀନା (ରୀନା ଶୁଶାରୀ), ତୋ ହାତୀଟା ଟିକେ ଦେଖା ନା  I” ସେ ବଡ଼ କଷ୍ଟରେ ମୋତେ ତାଖାତାଟା ଠିଆ କରି ଟିକେ ସମୟ ପାଇଁ ଦେଖେଇ ଦେଲା I ସେ ବି ହାତୀ ଭଳି ଦିଶୁଥିବା ଜନ୍ତୁଟିଏ ବନଉଥାଏ l ଟିକିଏ ସାହସ ଆସିଲା , ତାପରେ ମନେ ପଡ଼ିଲା ମୋ ବୋଉଙ୍କ ହାତୀ ଚିତା I

ଅରକ୍ଷିତକୁ ଦଇବ ସାହାଯାହଉ ଶେଷ ବେଞ୍ଚର କୋଣ ସିଟଟା ମୋତେ ମିଳିଥାଏ l ହେଲେ ଯୋଉ ଚିତ୍ରକଳା କାଗଜରେ ଉଭୁରି ଆସୁଥିଲା , କୌଣସି ଶିକ୍ଷୟିତ୍ରୀ ଦେଖିଥିଲେ ମୋ କାନମୁଣ୍ଡା ଲାଜରେ ଲାଲ ହୋଇ ଯାଇଥାନ୍ତା I

କହିବା ବାହୁଲ୍ୟ, ସେତେବେଳେ ଚିତ୍ରକଳା ପ୍ରତି ସେମିତି ବିଶେଷ ଧ୍ୟାନ ଦିଅ ଯାଉ ଥିଲା I ଯିଏ ଭଲ କଲା , ହଁ , ଭଗବାନ ତାକୁ କେତେ କଳା ଦେଇଛନ୍ତି ଆଉ ! ବାସ ସେତିକି I

ଭଙ୍ଗାତୁଟା ଅଳ୍ପ କିଛି  କ୍ରେୟନ ଆମର ଗାଏ ମୋଟ ସମ୍ବଳ ଥିଲା I ହେଲେ ଆଜିକାଲି ଛୁଆ ମାନେ ସ୍କୁଲ ଜୀବନରେ ଅନ୍ତତଃ ପକ୍ଷେ କେଜିଏ ହେବ କ୍ରେୟନ, କେତେ ପ୍ରକାର କଲର, ଯନ୍ତ୍ରପାତି ବ୍ୟବହାର କରି ଦଉଥିବେ I

ମୋତେ ଭାରି ଈର୍ଷ୍ୟା ହେଉଥିଲା ହେଲେ ଖୁବ ସମ୍ମାନ ଆସୁଥିଲା ଯଦି କିଏ ଭଲ ଡ୍ରଇଂ କରି ପାରୁଥିଲା l ମୋ ବେଷ୍ଟ ଫ୍ରେଣ୍ଡ କୁ ଦେଖି ଦେଖି ଧୀରେ ଧୀରେ ସୁନ୍ଦରୀ  ଝିଅ ମୁହଁ ଟିଏମାନ  ରଫଖାତା ପଛରେ ଆଙ୍କି ଶିଖିଲି ଭାଗ୍ୟକୁ ଦଶମ ବୋର୍ଡରେ ବିଷୟ ଥିଲା ହୃତକମ୍ପ ଜାତ କରିବା ପାଇଁ I

ଯୁକ୍ତ ଦୁଇ ଶ୍ରେଣୀରେ ଯେତେବେଳେ ପ୍ରଥମ କରି ମାଇକ୍ରୋସ୍କୋପ ଟିଏ ଦେଖି ଦେଖି ମୋ ବୋଟନୀ  ରେକର୍ଡରେ ଯେତେବେଳେ ଆଙ୍କିଲି, ମନ ବଡ଼ ଆତ୍ମସନ୍ତୋଷରେ ଭରି ଉଠିଲା Iହେଲେ ଆତ୍ମସନ୍ତୋଷ ଉପରେ କୁଠାରାଘାତ କଲେ ବୋଟନୀ ମାଡାମ ….”ଟ୍ରେସ କରିଛୁ ନା କାର୍ବନ ପକେଇ ଉତ୍ତାରିଛୁ l” 

ମୋର ଚିତ୍ରକଳା ଉପରେ ସୀମିତ ଜ୍ଞାନ ବିଷୟରେ ଜାଣି ପାରୁଥିବେ I କାର୍ବନ ଆଉ ଟ୍ରେସିଙ୍ଗ ବିଷୟରେ କୌଣସି ଧାରଣା ଥିଲା I ହେଲେ, କପି ଜୀବନରେ ଥରେ  ଯାହା ସେଇ  ହାତୀ ଚିତ୍ରର କପି କରିଥିଲି I ପରେ ଭାବିଲି , ଆଚ୍ଛା , ତେବେ ମୋ ଚିତ୍ର ଟା ସେତିକି ଭଲ ହୋଇଛି ବୋଲି ମାଡାମ ସିନା ଭାବିଲେ କାର୍ବନ ପକେଇ ଉତାରିଛି !

ଏଥର ଜୋଶ ବଢ଼ିଲା ….ମଡ଼େର୍ଣ ଆର୍ଟ ଗୁଡା ସହଜ ଲାଗିଲାଅନେକ ଗୁଡିଏ କରି ଚାଲିଲି I ହେଲେ ସେଇ ପ୍ଲାଗିଆରିଯମ(plagiarism)ରେ ହିଁ ମୋ ଚିତ୍ରକଳା ସୀମିତ ରହିଲା I

ତେବେ ସେଇ ଯେଉଁ ଚିତ୍ରକଳା ଶିଖିବାର ଅଧୁରାପଣ ରହିଗଲା, ସେତକ ମୋ ସାନ ଝିଅ ତନ୍ନିଷ୍ଠା (ମୁନମୁନ) ତୂଳୀରଙ୍ଗ ସାକାର କଲା I

Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *