ତୁମ ଅପେକ୍ଷାରେ
April 16, 2022
ଜଡ ଲେଖନୀ
April 16, 2022

ପ୍ରଭୁ ! ମୋ ସାଥେ ଅଛ
ସନ୍ଦେହ ନାହିଁ  ଏଥି
ହେଲେହେଁ ଅବୁଝା ମନ ଏ
ଲଢି ବସେ , ଭାବି ବସେ
ଦେଖା ନାହିଁ କାହିଁ
ବିଶ୍ବାସିବି କେମିତି ??
ଯେସନେ ଶିଶୁ ଉଂକି ମାରେ ମାଁ ମୁହଁକୁ
ଆସେ ଖେଳରୁ ଧାଇଁ
ଯେସନେ ପ୍ରେମିକା ମୁହଁ ଫୁଲାଏ
ସରାଗ ପରଖିବା ପାଇଁ
ତେସନେ ଅବୁଝା ଏ ମନ
ମନ୍ଦିରେ ମନ୍ଦିରେ ଉଂକି ମାରେ
ତମକୁ ଥରେ ଦେଖିବା ପାଇଁ

ହତଭାଗିନୀ ମୁଁ କାହିଁ ଜାଣେ ଅବା
ପ୍ରଭୁ ମୋ ନିଃଶ୍ବାସେ ଥାଇ
ସେ ହିଁ ପ୍ରାଣଅପାନ, ବ୍ୟାନ
ତାଂକରି ପାଇଁ ହି ରକ୍ତ ବହମାନ

ସେ ମୋ ଆଂଗୁଳିର ଚଳନ
ଚକ୍ଷୁର ଦର୍ଶନ କର୍ଣର  ଶ୍ରବଣ

ନ ଚିହ୍ନିଲି ପ୍ରଭୁ ତୁମକୁ
ଏତେ ରୂପେ ଦର୍ଶନ ଦେଲ
ମାୟାର ପଟି ବାନ୍ଧି
ଏମନ୍ତ ରୂପେ ବିପଥେ ନେଲ;
ଯେସନେ ସଂସାର ପଂକୁ
ପଂକଜ ଉଂକି ମାରଇ
ତେସନେ ଯେଖ୍ୟଣି ଉର୍ଧ୍ବକୁ
ପାରିଲି ଚାହିଁ
ମାୟାରଜକୁ ତେଜି
ଅମୃତ ବରଷଇ
ଗୁରୁଗମ୍ଭୀର ନାଦେ
ହୃଦ ମୋ କମ୍ପଇ ।
‘ଗୁରୁ’ ବୋଲନ୍ତି ‘ତତ୍ତ୍ବମସି’
‘ହଂସ’ କହେ ‘ସୋଽହଂ’
ମନ୍ଦିର , ମସଜିଦ୍, ତୀର୍ଥ
ଆଉ କାହିଁ ପାଇଁ
ତୀର୍ଥ ମୁଁ , ମନ୍ଦିର ମୁଁ
ହଁ  ମୁଁ ହିଁ ବ୍ରହ୍ମ — ଅହଂ ବ୍ରହ୍ମାସ୍ମି

ବିୟତ୍ ପ୍ରଜ୍ଞା ଆଚାର୍ଯ୍ୟ


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *