Dr VP Acharya
ଥରେ ମା’କୁ ପଚାରି ଦେଖ
April 12, 2022
ବିଦାୟର ବେଳା
ବିଦାୟର ବେଳା
April 12, 2022
ମହାମେରୁ

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ଆଜି ମୁଁ ମହାମେରୁ ସାଜିଛି,
ଅଚଳ ମହାମେରୁ
ମୋ ହୃଦୟ ହୋଇଛି ହୀରକସମ କଠିନ,
ଅଭେଦ୍ୟ , ଅଦୃଶ୍ୟ ଏକ କୁହୁଡିଘେରା ଦୁର୍ଗ ପରି
ଏକ ଭିନ୍ନ ମଣିଷ ପାଲଟିଛି
ମୁଁ ଆଜି ନିଜ ପାଖେ ଅଚିହ୍ନା |

ସବୁ ଦୁଃଖକୁ ହୃଦୟ ମଧ୍ୟରେ ବାନ୍ଧି ରଖିଛି ……..
ଜାଣେନା ତା ‘ କି ରୂପେ ଆତ୍ମପ୍ରକାଶ କରିବ
ଶୀତଳ ହିମବାହ ରୂପରେ
ଅଥବା ତପ୍ତ ଲାଭା ରୂପରେ |
କିନ୍ତୁ ଏତିକି ଜାଣେ ତା’ ତୁମକୁ ଧ୍ୱଂସ କରିଦେବ,
ଛାର ଖାର କରିଦେବ |

ମୁଁ ଆଉ ସେ ପୂର୍ବର ହସି ହସି ଲୋଟି ଯାଉଥିବା
ଛୋଟ ଝିଅ ନୁହେଁ ;
ମୁଁ କାନ୍ଦିବା ଭୁଲି ଗଲିଣି,
ତା ସହ ହସ ମଧ୍ୟ ;
ପଥର ପାଲଟି ଗଲିଣି |
ମୋନାଲିସାର ସ୍ମିତହାସ୍ୟର ପ୍ରଚେଷ୍ଟା କଲେ
ମେଡୁସାର ମୁଖପରି ହୁଏ ବିକୃତା
ମୋତେ ଦେଖନା, ପଥର ପାଲଟିଯିବ
ମୋ ପରି ମହାମେରୁ ପାଲଟି ଯିବ |

>>>>>>>>>>>>>>>>>>>>>>>>>
>>>>>>>>>>>>>>>>>>>>>>>>>
ଉପରକୁ ହସ ହସ ଦିଶୁଥିବା କେଜାଣି କେତେ ଲୋକ ମନ ଭିତରେ ଅସୁମାରୀ କୋହ ସବୁ ଚାପି ଧରି ରଖିଥା’ନ୍ତି l ଉପରକୁ ନିଶ୍ଚଳ ଦେଖା ଯାଉଥିଲେ ବି ହୃଦୟରେ ମହୋଦଧି କୂଳରେ ଲହଡି ସବୁ ମଥା ପିଟିଲା ପରି ଭାବନା ସବୁ ପିଟି ହୋଇ ସତେ ଯେମିତି ଭିତରୁ ଝୁଣି ଖାଉଥାନ୍ତି l କୋହ ସବୁ ଧୀରେ ଧୀରେ ଜମାଟ ବାନ୍ଧି ପଥୁରେଇ ଯା’ନ୍ତି ଆଉ ସେ ଦୁଃଖ ସବୁ ଏକାନ୍ତ ନିଜର ହୋଇ ଉଠନ୍ତି I


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *