ପ୍ରତିକ୍ଷ୍ୟା କେବଳ ତୁମ ପାଇଁ

ସତ୍ୟର ସଂଧାନେ
April 16, 2022
ମୁକ୍ତିର ଆନନ୍ଦ
April 16, 2022

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ  

ବେଳେବେଳେ ଆମେ ଆମ ପ୍ରତୀକ୍ଷା ଯେ କାହା ପାଇଁ, ସେ ବିଷୟରେ ସନ୍ଦିହାନ ଥାଉଁ …କେଜାଣି କିଏ କେଉଁ ଏକ ଅପହଞ୍ଚ ଦୂରତାରେ ରହି ହାତ ଠାରି ଡାକୁଥାଏ I ମନ ବ୍ୟାକୁଳ ସେଇ ଧୂଆଁ  ଧୂଆଁ ପରଦାକୁ ହଟେଇ ଦେଇ ନିଜ ପ୍ରିୟତମର ଏକ ଝଲକ ଦେଖିବା ପାଇଁ  I ମନେହୁଏ ସତେ ଯେମିତି ଜନ୍ମ-ଜନ୍ମାନ୍ତରର ଆକର୍ଷଣ ଏ …କେତେବେଳେ ମନରେ ପୁଣି ସନ୍ଦେହର ବିଜୁଳି ଚମକି ଯାଏ ….ମୋ ପ୍ରିୟତମ ଆସିବେ ତ ???

————————————————————————————————————————————-

 

ତୁମରି ପଥକୁ ଚାହିଁ ବସିଛି ଗୋ

ତୁମ ପଦପାତକୁ କାନ ଡ଼େରିଛି

ମୋ ପ୍ରତୀକ୍ଷାକୁ ସଫଳ କରି

ବାହୁ ବେଷ୍ଟନୀ ମଧ୍ୟକୁ ଆସିବକି ପ୍ରିୟ ?

 

ପ୍ରତ୍ୟେକ କ୍ଷଣ ହୁଏ ତୁମ ଚିନ୍ତାରେ ଅତୀତ

ମୁଁ ଯେ ଯୁଗ ଯୁଗ ଧରି ଅପେକ୍ଷମାଣା

ତୁମ ପାଷାଣ ହୃଦୟ କି ତରଳିବ ?

ମୋ ନିକଟକୁ ଆସି

ମୋ ହୃଦୟକୁ ତୋଳି ଧରିବକି ପ୍ରିୟ ??

 

ଦୂର ପାହାଡ଼ରୁ ସୂର୍ଯ୍ୟଙ୍କ କିରଣ ଲିଭିବାଯାଏଁ

ଚନ୍ଦ୍ରବିଧୌତ ରଜନୀରେ ଚନ୍ଦ୍ରମା ବିଲୀନ ହେବା ଯାଏଁ

ତୁମ ପ୍ରିୟା ଚାହିଁ ବସେ ତୁମକୁ

“ତୁମକୁ ” କେବଳ “ତୁମକୁ” |

ମୋ ପ୍ରତୀକ୍ଷାର ମୂଲ୍ୟ ଦେବ କି ପ୍ରିୟ ?

ମୋ ଜୀବନକୁ ସାର୍ଥକ କରିବକି ପ୍ରିୟ ??

Leave a Reply

Your email address will not be published. Required fields are marked *