ମନ୍ଦିର ରାଜନୀତି

ଟ୍ରାଫିକ ଓ ଏକାଗ୍ରତା
January 9, 2024
Good teachers are good storytellers
February 1, 2024

କ୍ଷମା କରିବେ, ଏ କଳାକୃତୀ ମୋର କାହିଁକି ଦେହକୁ ଗଲା ନାହିଁ I ଏମିତି ତରବରିଆ ଭାବେ ନିର୍ବାଚନ ପାଖକୁ ପ୍ରକଳ୍ପ ସବୁ କରିବାର ପରିଣାମ ନୁହେଁ ତ ? ଏ ମାଟି ମୋର କଳାର ମାଟି –କଳାରେ ଉତ୍କର୍ଷ ବୋଲି ଏହାକୁ ଉତ୍କଳ ସମ୍ବୋଧନ କରାଗଲା I ଅଥଚ ଏ ସିଂହ କୁ ଦେଖିଲେ ଆପଣଙ୍କ ମନରେ କି ବିଚାର ଆସୁଛି ? ଗୋଡଟି ଫାଇଲେରିଆ ହୋଇ ଗୋଦର ହେଲା ଭଳି ଦିଶୁଛି; କଟୀ ଭିତରେ ସିଂହ କଟୀ ବୋଲି କୁହ ଯାଏ I ଇଏ ମେଦବହୁଳ ପେଟୀ ପରି ଦିଶୁଛି I ଦାନ୍ତ ଭାଙ୍ଗି ଯାଇଛି, ଜିଭ ଆଗକୁ ଓହଳି ପଡିଛି I ମୁହଁଟା ଏକ ମଣିଷର ମୁହଁ ପରି ବେଶୀ ଦିଶୁଛି Iଏକ ବଳହୀନ ଦୁଃସ୍ଥ ସିଂହର ଛବି ଉଭୁରି ଆସୁଛି I

କିଛି ଦିନ ତଳେ ଅଶୋକ ସ୍ତମ୍ଭର ସିଂହର ମୁହଁ ଖୋଲିଲା କାହିଁକି ବୋଲି କେହି କେହି କମେଣ୍ଟ ଦେଇଥିଲେ (ଗର୍ଜୁଥିବା ସିଂହ ) …ଦେଖିଲେ ଟିକେ, ଏ ଭଳି ଚିଡ଼ିଆଖାନାର ସିଂହ ଆପଣ ମାନଙ୍କୁ ପସନ୍ଦ କି? ଏହା କଣ ବିଧିର ବିଧାନ …ଏହା କଣ ଆମ ଓଡ଼ିଆ ଜାତିର ତାମସିକ, ବଳହୀନ, ନିଷ୍କ୍ରିୟତାକୁ, ନେତୃତ୍ବହୀନତାକୁ ଦର୍ଶାଉଛି !! ଅନ୍ୟ ସିଂହ ମାନଙ୍କ ଜିଭ ସବୁ ଓହଳି ଛାତିରେ ଲାଗୁଛି I ଏଥିରୁ କୌଣସି ମୂର୍ତ୍ତି ଜୀବ ବିଜ୍ଞାନ ଅବା କଳା ବିଜ୍ଞାନକୁ ସୁହାଉ ନାହିଁ I ହେ ଓଡ଼ିଆ ଜାତି, ଜାଗ ଟିକେ, ନିଜ ସ୍ୱାଭିମାନ, ସଂସ୍କୃତିକୁ ଏମିତି ଧୂଳିସାତ ହେବାକୁ ଦିଅ ନାହିଁ I ନିଜ ସ୍ୱାର୍ଥଠାରୁ ଟିକିଏ ଉର୍ଦ୍ଧ୍ୱକୁ ଉଠ l

Mockery of Odisha’s craftsmanship…Utkala is known for excellence in art…or is it depicting impotence of Odias 😡 leg- elephantiasis, obesity, face of lion is humanoid, no valour in lion’s roar…tongue is drooping like that of dog’s, eyes closed 😣. Other lions have XXL tongues 🥴

Leave a Reply

Your email address will not be published. Required fields are marked *