ମାରାଥନର ଶେଷ କିଲୋମିଟର

“ଇଏ କି?” ସିଣ୍ଡ୍ରୋମ
June 19, 2022
ମୋ ଈଶ୍ୱରଙ୍କ ସଂଖ୍ୟା ଏକ
ମୋ ଈଶ୍ୱରଙ୍କ ସଂଖ୍ୟା ଏକ
June 19, 2022

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ

ପ୍ରଫେସର ବାୟୋକେମିଷ୍ଟ୍ରି  

——————————–

ଆଉ ଭଲ ଲାଗୁନି ନା !

ଗତ ବର୍ଷ ଲକଡାଉନରେ କେତେ short video upload କଲେ | କେତେ ପ୍ରକାରର ରାନ୍ଧଣାର ଫଟୋ ଉଠାଇ ପକାଇଲେ | ପରିବାର ସହ ମିଶି ରାମାୟଣ ମହାଭାରତ ଦେଖିଲେ – ତାଳି ମାରିଲେ , ଥାଳି ବଜେଇଲେ , “ଗୋ କରୋନା ଗୋ ଚିତ୍କାର କଲେ , ଶଙ୍ଖ ଫୁଙ୍କିଲେ | କୋଭିଡ warrior ମାନଙ୍କୁ ସମ୍ମାନିତ କଲେ ଆକାଶମାର୍ଗରୁ ପୁଷ୍ପବର୍ଷା କରି

ହେଲେ ଏ ବର୍ଷ ଆଉ ସେ ସବୁ କରିବାକୁ ମନ ଡାକୁ ନାହିଁ  କାହିଁକି ? ଆମ ଦେଶର ନେତା ବି ଆଜି ଚୁପ

କଣ ସତରେ ପ୍ରଳୟ ଆସିଗଲା ?

 ଆମେ ସବୁ କରୋନାର କରାଳ ଗତିରେ କବଳିତ ହୋଇଗଲେ କି ? ସତରେ ଆଉ କେହି ରହିବାନି ? କେଜାଣି ମୋ ବାପା ମାଙ୍କୁ ହରାଇବି କି ? ଏଥର କଣ ଯୁବବର୍ଗ ବି  ଅନେକ ଯାଉଛନ୍ତି ? ମୁଁ ସେଥିରେ ପଡି ଯିବିନି ?

xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx

କେବେ ସାଇକେଲରେ ନିଜର କିଛି କି.ମି. ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ? କେବେ ମାରାଥନ ଦୌଡ଼ିଛନ୍ତି ? ଏଠି ଆଗପଛ ଅପେକ୍ଷା ନିଜ ଲକ୍ଷ୍ୟସ୍ଥଳରେ ପହଂଚିବା ହିଁ ମୁଖ୍ୟ ଲକ୍ଷ୍ୟ | ଯଦି କେବେ ଯଦି ମର୍ଣ୍ଣିଙ୍ଗ ୱାକରେ ବି ଦୂରକୁ ପଳେଇଛନ୍ତି ମନେ ପକାନ୍ତୁ , କେମିତି ଲାଗେ ନିଜର ଆରମ୍ଭ ସ୍ଥଳରେ ଆସି ପହଞ୍ଚିଲା ବେଳକୁ ?

କି.ମି. ଧାର୍ଯ୍ୟ କରିଥିଲେ ଯେମିତି ଲାଗେ , ୧୦ କି. ମି. ଧାର୍ଯ୍ୟ କରିଥିଲେ  ମଧ୍ୟ ସେମିତି ଲାଗେଶେଷ ୧୦ ମିନିଟ ବେଳକୁ ଲାଗେ, ନାଃ…. ଆଉ ନୁହେଁ | ଆଉ ପାରିବିନି | ବାସ୍ ବହୁତ ହୋଇଗଲା |

ଫଇସଲାଟା ଆପଣଙ୍କର –  ରେସରେ ରହିବେ ନା ସେଇଠେ ଥକାମାରି ଶେଷ ନିଃଶ୍ୱାସ ତ୍ୟାଗ କରିବେ ; ନା , ଅଳ୍ପ ଦମ ନେଇ ପୁଣି ଉଠି ଦୌଡ଼ିବେ , ଚାଲିବେ ଅବା ସାଇକେଲ ପେଡାଲ ମାରିବେ |

He couldn’t win because he couldn’t last for the last five minutes.

xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx

ଆମେ ମାରାଥନର ଶେଷ କି.ମି. ଦୌଡରେ | ଆଉ ଟିକିଏ ଧୈର୍ଯ୍ୟ ଧରନ୍ତୁ | ନିଜକୁ ବ୍ୟସ୍ତ କିମ୍ବା ମାତ୍ରାଧିକ ବ୍ୟସ୍ତ ରଖନ୍ତୁ | video ବନାନ୍ତୁ , ଗୀତ ବୋଲନ୍ତୁ , କଲମ ଚଳାନ୍ତୁ , ପୂଜାଘରେ ସାଧନା କରନ୍ତୁ | କିନ୍ତୁ ନକରାତ୍ମକ ଶକ୍ତି ଠାରୁ ଦୁରେଇ ରୁହନ୍ତୁ

ନକରାତ୍ମକନ୍ୟୁଜ୍ ଚ୍ୟାନେଲ୍ଠାରୁ ଦୁରେଇ ରୁହନ୍ତୁ |

  ଅମ୍ଳଜାନ (Oxygen) ଅଭାବରେ ଜଣେ ରୋଗୀ ମରିବା ଦୃଶ୍ୟକୁ ୧୦୦ ଥର ଘୋରି ଦେବେ ସମାଚାର ଚ୍ୟାନେଲ ସବୁ | ଆପଣଙ୍କ ଭୟ ମଧ୍ୟ ୧୦୦ ଗୁଣରେ ବଢି ଚାଲିବ | କିନ୍ତୁ ସେମାନେ ଦେଖେଇବେନି କେତେ ରୋଗୀ ଭଲ ହୋଇ ଘରକୁ ଫେରିଲେ | କେତେ ଲିଟର   ଅମ୍ଳଜାନ ସାଙ୍ଗେ ସାଙ୍ଗେ ଆସିଲା | କାରଣ ଏଠି ଖାଲି ଖରାପ ହେଲେ ହିଁ ଖବର |

ଧରି ନିଅନ୍ତୁ, ମୁଁ ଆପଣଙ୍କୁ ପ୍ରତିଦିନ କ୍ୟାନ୍ସର ଜନିତ ମୃତ୍ୟୁ କେତେ ଜଣଙ୍କୁ କ୍ୟାନ୍ସର ହେଲା (cancer positivity) ରେଟ ଗଣେଇବି, ଆପଣ ଏଇ ଅଳ୍ପ  ଦିନ ଭିତରେ ମୁଣ୍ଡ ବିନ୍ଧା ହେଉ , ବଥା ହେଉ , ପେଟକଟା ହେଉଆପଣଙ୍କୁ କ୍ୟାନ୍ସର ହେଲା  ବୋଲି ଭାବିବେ |  

ଯଦି ପ୍ରତ୍ୟେକ ଦିନ ମୁଁ ସଡକ ଦୁର୍ଘଟଣାର ଖବର ମୃତ୍ୟୁହାର ଦେବି, ଆପଣ ଗାଡି ଚଳାଇବାକୁ ଡରିବେ | ଚଳେଇଲେ ବି ଦିନରେ ଦୁଇଥର ଝୁଣ୍ଟି ହେବେ | ସତକୁ ସତ ଛୋଟ ମୋଟ ଦୁର୍ଘଟଣା   କରିଦେବେ |

ନା ଆପଣ ସ୍ୱାସ୍ଥ୍ୟ ମନ୍ତ୍ରୀ, ନା ଆପଣ ପ୍ରଧାନମନ୍ତ୍ରୀ ନା ଆପଣ ମୁଖ୍ୟମନ୍ତ୍ରୀ; ଆପଣ ନୀତି  ନିର୍ଦ୍ଧାରକ ନୁହନ୍ତି କିମ୍ବା ଡାକ୍ତର ମଧ୍ୟ ନୁହନ୍ତି  | 

ଆପଣ କେବଳ ଏତିକି କରି ପାରିବେ  

) ଦିନକୁ ଥରେ କେବଳ ମୁଖ୍ୟ ଖବର ପଢନ୍ତୁ |

  ) ନିଜର ଅବକାଶ କାର୍ଯ୍ୟକଳାପ (hobbies) ବିକାଶ କରନ୍ତୁ

) ଦିନରେ ଅନ୍ତତଃ ଗୋଟିଏ ଲୋକ କଲ୍ୟାଣକର କାର୍ଯ୍ୟ କରନ୍ତୁ , ଯାହା ନିଜ ପରିବାର ପାଇଁ ଉଦ୍ଦିଷ୍ଟ ହୋଇ ନଥିବ |  

) ଦିନରେ ଜଣଙ୍କୁ ହସାନ୍ତୁ |

5) ସର୍ବଦା ମାନସିକ ସ୍ତରରେ ଜାଗ୍ରତ ରହନ୍ତୁ (mindful) ମାସ୍କ ବ୍ୟବହାର କରନ୍ତୁ | ଅନାବଶ୍ୟକ ସ୍ଥଳେ ମାସ୍କ ବ୍ୟବହାର ବା ଅତିଶୟ ଶୌଚ ଅଭ୍ୟାସ କରନ୍ତୁ ନାହିଁ | ଯେମିତି କିଛି ଲୋକ ମିନଟ ରେ ହାତ ସାନିଟାଇଜ଼ କରୁଛନ୍ତି | ଅତ୍ୟଧିକ ବ୍ୟବହାର କରି କରି ଲୋକେ ଥକି ପଡୁଛନ୍ତି, ଯାହାକୁ ଆମେକୋଭିଡ ଫ୍ୟାଟିଗ” (COVID fatigue) କହୁ | ଏପରି ଜଗିରଖି ମାସ୍କ ସାନିଟାଇଜର ବ୍ୟବହାର କଲେ , ପ୍ରକୃତରେ ଯେତେବେଳେ ସବୁର ଆବଶ୍ୟକତା ରହିବ ଆପଣ Covid fatigue ରେ ପଡିବେନି

6) Covid vaccine ଆପଣଙ୍କର ରକ୍ଷା କବଚ କେବେଠାରୁ ହେବ, ଜଣା ନାହିଁ; ତେଣୁ vaccine ନେଇ ଥିଲା ବେଳେ ଯେପରି ଜାଗ୍ରତରେ ଚଳୁଥିଲେ , ସେହିପରି ଚଳନ୍ତୁ |

7) ସନ୍ତୁଳିତ ଖାଦ୍ୟ ଖାନ୍ତୁ | Lockdown ବେଳେ ଛୁଟିର ସଦୁପଯୋଗ କରି ନାନାବିଧ ସୁଖାଦ୍ୟ ଖାଇ, ଏକ ସୁଷମ ଖାଦ୍ୟ ଖାନ୍ତୁ | ଯଥେଷ୍ଟ ପରିମାଣରେ ପ୍ରାଣାୟାମ ବ୍ୟାୟାମ କରନ୍ତୁ

“It is the darkest before the dawn”- (The Mother)

ଆମେ ସମସ୍ତେ ଉଦିତ ସୂର୍ଯ୍ୟର ଆବାହନୀକୁ ଅନେଇ ବସିଛେବ୍ୟସ୍ତ ହୁଅନ୍ତୁ ନାହିଁ, ପ୍ରଳୟ ଆସୁନିବରଂ ଆମେ ଏବେ ଉତ୍ତରଣ ଦ୍ୱାପର ଯୁଗରେ |

ସର୍ବେ ଭବନ୍ତୁ ସୁଖିନଃ , ସର୍ବେ ସନ୍ତୁ ନିରାମୟାଃ | ଜୟ ଜଗନ୍ନାଥ ||

Leave a Reply

Your email address will not be published. Required fields are marked *