ମୋ ଟ୍ରାଫିକ- ଆବୁରୁଜାବୁରୁ ଗପ ୨

Dr VP Acharya
ରାଜା ଛତା
April 15, 2022
ମୋ ଟ୍ରାଫିକ- ଆବୁରୁଜାବୁରୁ ଗପ
ମୋ ଟ୍ରାଫିକ- ଆବୁରୁଜାବୁରୁ ଗପ
April 15, 2022
ମୋ ଟ୍ରାଫିକ- ଆବୁରୁଜାବୁରୁ ଗପ ୨

ହାତଟା ଆପେ ଆପେ ବାଁ ସାଇଡ ଇଣ୍ଡିକେଟରକୁ ଚାଲିଗଲା | “ବୁଦ୍ଦୁ! ବାଁ ପଟକୁ ତ ଯାଉଛୁ , ରାସ୍ତା ତ ପଡିଛି ସେଇ ଆଡକୁ | କିଁ କିଁ କରି ଇଣ୍ଡିକେଟରଟା ମାଇଲୁ କିଆଁ ? କଣ ରାସ୍ତାରେ କମ ସୋରଶବ୍ଦ କି?”

“ହେଃ ..ହେଃ ! ତୁ ବୁଦ୍ଦୁ ! ଏଇଟା ଭାରତ , ରଙ୍ଗ ସାଇଡ କଥାଟା ପାଶୋରି ଯାଇଛୁ | ମୁଁ ସିନା ଠିକ ରାସ୍ତାରେ , ରଙ୍ଗ ସାଇଡ ରେ ଆସୁଥିବା ଲୋକଙ୍କୁ ଜଣେଇବାକୁ ପଡିବ ନା- ବାପାରେ , ମୁଁ ଆସୁଛି , ମୋ ବାଟରେ, ମୋ ପାଇଁ ଟିକେ ଜାଗାଟା ଦିଅ ବାପା |
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx

ଆରେ ଯାଉନୁ କି ବାଟ ଛାଡ଼ୁନୁ | ଘରଟାକର ଗାଡ଼ିଟେ ……କଣ ଗୋଟେ XUV, SUV ନାଁ ସବୁରେ ଆସୁଛି | ପ୍ରକାଣ୍ଡ ହସ୍ତୀ ସମ କାୟା | ମୋ କାର୍ ପଛରେ ଆସୁଥିଲେ ଏ ଭଳି ଗାଡି ସବୁ ହର୍ନ ମାରି ମାରି କାନ ଅତଡ଼ା ପକେଇ ଦିଅନ୍ତି | ଭିତରୁ ଆତ୍ମା ଚିତ୍କାର କରେ – ଯାଉଛି ତ, ଆଗରେ ଗୋଟେ କାର, ଦୁଇଟା ବାଇକ ଚାଲିଛନ୍ତି | ମୁଁ କଣ ରଜନୀକାନ୍ତ କି ?..ଉଡି ପଳେଇବି …. ଧେତ୍ |
ସେ ଗାଡି ସବୁ ଟିକେ ଥାନ ପାଇଲା ମାତ୍ରେ ମରଣା ଷଣ୍ଢ ପରି ହୁଁ ହୁଁ ହୋଇ ରାସ୍ତା କାଟି ଚାଲିଯାନ୍ତି | ଆଉ ଆଜି ମୋ ଆଗରେ ଚାଲିଛି ଯେ , ଏତେ ହର୍ଣ୍ଣ ଦେଲା ପରେ ମଧ୍ୟ ମୋ କାରକୁ ବାଟ ଦେଉନି !

ବଡ କଷ୍ଟରେ ରାସ୍ତା ପାଇ କାଟିକି ଆଗେଇଲା ବେଳକୁ ବିରକ୍ତିମିଶା ନଜରଟିଏ ଡ୍ରାଇଭର ଆଡକୁ ପକାଇଲି | ୨୪ – ୨୫ ବର୍ଷର ଧନାଢ୍ଯ ଯୁବକ; ଗୋଟିଏ ହାତରେ ଷ୍ଟିଅରିଂ , ଆର ହାତରେ ମୋବାଇଲ |

ହୁଃ ! ଯୌବନ , ଧନବୃଦ୍ଧି, ପ୍ରଭୁତ୍ୱ, ଅବିବେକିତା | ଚାରିଟାଯାକ ଏକାଠି ହେଲେ ଆଉ କଣ ହେବ – ସତ୍ୟାନାଶ !
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx

୧୨୩୪ – ଆହାଃ ! କେତେ ପଇସା ଦେଇଛ ଭାଇନା ଏ ଭି. ଆଇ .ପି ନମ୍ବରଟା ପାଇବା ପାଇଁ ? ହଉ, ହଉ enjoy | ଗାଡି ଯେତେବେଳେ ପଚିଶ ଲକ୍ଷର, ଇଏ ଅବା କୋଉ ବେଶି କି ? ଯା ହଉ, ଏମିତି ଭାଇନା ମାନେ ଦାମୀ ବିଦେଶୀ ଗାଡି କିଣିଲାରୁ ଦେଶବାସୀଙ୍କ ଲାଭ I ଏ ଗାଡି ଦାମ୍ ର ଅର୍ଦ୍ଧାଧିକ ଟିକସ ବାବଦକୁ ସରକାରଙ୍କ ପାଣ୍ଠିକୁ ଗଲା I ମାଲିକର ଅହଂ ସନ୍ତୁଷ୍ଟ, ଆଉ ଆମ ରାଜକୋଷ ପୁଷ୍ଟ I

ଇଲୋ ବୋପାଲୋ BOSS ….. ୫୦୫୫ number ଟାକୁ ଏମିତି ସଜେଇ ଲେଖା ହୋଇଛି ଯେ ବସ୍ ପରି ଦିଶୁଛି | ନା ଇଏ ଘରେ ସ୍ତ୍ରୀର boss ହୋଇଥିବ, ନା ବାପା ମାଙ୍କର ଆଗରେ ମୁହଁ ଖୋଲି ପାରୁଥିବ | ସେଥିପାଇଁ ଏମିତି ନମ୍ବର ପ୍ଲେଟଟିଏ ଲଗେଇ ମନର ଭଡାସ ବାହାର କରୁଛି |

ହେଁ … ହେଁ …. ହେଁ ମନେ ମନେ ହସି ଆକ୍ସିଲରେଟରରେ ପାଦ ମଡ଼େଇ ଦେଲି |

ଇଏ ମଧ୍ୟମବର୍ଗୀୟ ଲୋକଟିଏ I ୮୮୪୪ ମିଶେଇଦେଲେ ୬; ଲୋକଟା ୩, ୬, ୯ କ୍ରମର ଲୋକ | ଅର୍ଥାତ, ଜାତକ ଦେଖି ଜ୍ୟୋତିଷ କହିଥିବେ, କେଉଁ ସଂଖ୍ୟା ଶୁଭ ହେବ I ଭି. ଆଇ .ପି ସଂଖ୍ୟା ଆଣିବା ପାଇଁ ପାଗଳାମି ନାହିଁ ହେଲେ ଟିକିଏ ତେଲେଇ ଫୁସୁଲେଇ ନିଜ ଜାତକକୁ ଶୁଝିଲା ପରି ସଂଖ୍ୟାଟିଏ ଆଣିଥିବେ |

ହେଇଲୋ ! ଏ OD O2 ଆଉ OD 33 ଭିତରେ OD – 15 ଗାଡି କୁଆଡୁ ଆଇଲା ? ସେଥିପାଇଁ ଏମିତି ଚଲଉଛି, ହଉ ଯା ତୋ ଡର ତ ତୋତେ ଖାଉଥିବ | ଡାକ୍ତରଖାନା ନ ହେଲେ ସେକ୍ରେଟେରିଏଟ କୁ ତ ଆସିଥିବୁ …ସେମିତିରେ ମୁଣ୍ଡ ଖରାପ …ହଉ ଯା ଯା …ଭଲରେ ଯା I

ଡ: ବିୟତ ପ୍ରଜ୍ଞା ଆଚାର୍ଯ୍ୟ

Leave a Reply

Your email address will not be published. Required fields are marked *