Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1338

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1343

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1365

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1366

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1367
ଗପରୁ ଗପଟିଏ
June 19, 2022
ଈଶ୍ୱର କେଉଁଠି?

ଡ଼: ବିୟତ ପ୍ରଜ୍ଞl ଆଚାର୍ଯ୍ୟ

   ଆଜ୍ଞା, ଶିରୋନାମା ଦେଖି ମୁଣ୍ଡ ଭିତରେ ଗୁଡ଼ାଏ ଆବୁରୁ ଜାବୁରୁ ପ୍ରଶ୍ନ ଉଠୁଥିବ l ଭାବୁଥିବେ ଲାଇଭ କ୍ରିକେଟ ଦେଖୁଛୁ , ଛୁଆ ବୋରିଂ ୱେଲ ରେ ପଡିଗଲେ ଦିନରାତି ଚବିଶ ଘଣ୍ଟିଆ ଲାଇଭ କଭରେଜ ଦେଖୁଛୁ, ବନ୍ୟାବାତ୍ୟା ଲାଇଭ ଦେଖୁଛୁ , ରିୟାଲିଟି ଶୋ ଲାଇଭ ଦେଖୁଛୁ ; ଆଉ ଲାଇଭ ମନ୍ଦାରଟା  ପୁଣି କଣ? ମନ୍ଦାରଟା ଫୁଲଟେମାନେ ଜୀବନ୍ତସବୁବେଳେ ଲାଇଭ, ଡେଡ଼ ହେଲେ କିଛି କାମର ନୁହେଁ l କୋଉ ଦେବାଦେବୀଙ୍କୁ ଅବା ଚଢିବ? ସେ ନେଇ ଗୋଟେ ଶିରୋନାମା ପୁଣି!

  ଆଜ୍ଞା, କଥାଟା ଏମିତି l ଆମର ଆପାର୍ଟମେଣ୍ଟର ଶତାଧିକ ପରିବାର ପାଇଁ କାଂଥ କୁ ଲାଗି ଟିକିଏ ଟିକିଏ ମାଟି ରେ ଅଳ୍ପ ଅଳ୍ପ ଗଛ ଲାଗିଛି l ଆମେ ସମସ୍ତେ ଈଶ୍ୱର ବିଶ୍ୱାସୀ, ସମସ୍ତଙ୍କୁ ଫୁଲ ଦରକାର ପୂଜା ପାଇଁ I ଆପାର୍ଟମେଣ୍ଟ ରେ ଆସି ରହିବ ରହିବା ପରେ ପୂଜାର୍ଥିନମାନଙ୍କ ଭିତରେ ମୁଠାଏ ପୂଜା ଫୁଲ ପାଇଁ ରୀତିମତ ପ୍ରତିଯୋଗିତା I (ଅବଶ୍ୟ ମୁଠା କେତେ ବଡ ସେଇଟା ବିଚାର୍ଯ୍ୟ ) l ତେବେ ପ୍ରତିଯୋଗିତା  ଏତେ ତୀବ୍ର ଯେ, ମୋତେ ତାହା ମେଡିକାଲ ପ୍ରବେଶିକା ପରୀକ୍ଷା ଠାରୁ ବି ଧୀରେ ଧୀରେ କ୍ଲୀଷ୍ଟ ଲାଗିଲା l

   ଭୋର ଅନ୍ଧାର ଟିକିଏ କଟୁ କଟୁ ଯେତେବେଳେ ଫୁଲ ଚାଙ୍ଗୁଡ଼ିଟିଏ ଧରି ମୁଁ ଛୋଟିଆ ସାଧାରଣ (common) ବଗିଚାଟିକୁ ଧପାଲେ, ସେତେବେଳକୁ ଆଉ କିଛି ପୂଜାର୍ଥିନ ଟପଟାପ ଫୁଲ ସବୁ ଛୀଡେଇନେଇ ପଳେଇଲାବେଳେ ପଦପାତ ଆପେ ତ୍ୱରାନ୍ୱିତ ହୋଇଯାଏ l ସମସ୍ତଙ୍କୁ ଆବଶ୍ୟକତାଠାରୁ ଅଧିକ ଦରକାର l ଫୁଲ ପାଇ ହତାଶାରେ ମୁଁ ଆଉ ଟିକିଏ ଜୋର ଦେଇ ମନ୍ଦାର ଗଛ , ଟଗର ଗଛକୁ  ଉପର ତଳ କରି ଆଡେଇ ଦେଖେ l କାଁ ଭାଁ ଗୋଟେ କୁଜl କେମ୍ପା ଫୁଲ ପାଏ l ଫେରି ଯାଉ ଯାଉ ପୁଣି ମା ତା ଛୁଆର ଡାଇପର ଟେକି ଝାଡା ପରିସ୍ରା କରିଛି କି ନାହିଁ , ଛନକାରେ ଯେମିତି ଦେଖେ , ସେମିତି ଗଛ ଗୁଡାକୁ ମୁଁ ଆଉ ଥରେ ଆଡେଇ ଆଡେଇ ଦେଖିନିଏ l

   ଖବର ମିଳିଲା ଯେ, ପୂଜାର୍ଥୀ ମାନେ ନିଜେ ଆସି କିମ୍ବା ନିଜ ଡ୍ରାଇଭର କିମ୍ବା ଚାକରାଣୀ ମାନଙ୍କ  ହାତରେ ସନ୍ଧ୍ୟାରୁ  କଢ଼ ସବୁ ତୋଳାଇ ନେଉଛନ୍ତି l ଏଥର ପ୍ରତିଯୋଗିତା ରେ ଟକ୍କର ଦେବା ପାଇଁ ଚେଷ୍ଟା କଲି ଦିନେ ଦୁଇ ଦିନ ପରେ ପୁଣି ବିଫଳ l ଧୀରେ ଧୀରେ କୁଜl କେମ୍ପା ଫୁଲ ମଧ୍ୟ ମିଳିବା  କଷ୍ଟକର ହୋଇ ପଡିଲା

  ପିଲାଦିନେ ପହେଲି ପଚରା ଯାଉଥିଲା – ” ମାମୁ ଘରେ ଗୋଠେ ଗାଈ, ରାତି ପହିଲେ ଗୋଟେ ନାହିଁI ସେତେବେଳେ ଯାହା ଉତ୍ତର ହେଉ କାହିଁକି , ଏବେ କିନ୍ତୁ ମୋ ପାଇଁମନ୍ଦାର କଢିI ଆଜି ଦେଖିଥିବି ଶହେ ହେବ ମନ୍ଦାର କଢି , ହେଲେ ଫୁଟନ୍ତା ଲାଇଭ ମନ୍ଦାରଟିଏ ମିଳିବl କଷ୍ଟ l ମୋର ବି ଜିଦ୍ଦି ବଢ଼ିଲା l ଭାବିଲି , କଢ଼ି ଆଜି ଉପରଓଳି କାହିଁକି, ଏଇ ସକାଳୁ ହିଁ  ତୋଳି ନେବି ଯେ , ପାଣିରେ ପକେଇ ଦେଲେ ସିଧା କାଲିକି ପୂଜାରେ ଲଗେଇବି l କିଛି ଦିନ ସେମିତି ଚାଲିଲା

   ଯେତେବେଳେ ଅନ୍ୟମାନେ ମନ୍ଦାର ଫୁଲଟିଏ ପାଇ ଅଶାନ୍ତିରେ ଗୁଣୁଗୁଣୁ ହେଇ ଯାନ୍ତି , ମୁଁ ମନେମନେ କିରିକିରି ହେଇ ବିଜୟିନୀର ହସ ହସେ l ଭାବେ ମୋର ଟି ମନ୍ଦାର ସବୁବେଳେ ଆଗୁଆ ଥୁଆ l ଚର୍ଚ୍ଚା ଚାଲେ ଅମୁକ ବାବୁଙ୍କର ଡ୍ରାଇଭର , ସମୁକ ମାଡାମଙ୍କ ଚାକରାଣୀ , ମିସେସ ଅମୁକ , ଅମୁକର ସମୁକକିଏ କେତେ ଫୁଲ ନେଇ ଚାଲି ଯାଉଛନ୍ତି l ଆଉ ସେମିତି ଚର୍ଚ୍ଚା ଭିତରେ  ଜନୈକI ମହିଳା ନିଜ ପଲିଥିନଟିକୁ ବେଶ ପେଟୁଆ କରି ସାରିଥାନ୍ତି l ସେ ପ୍ରାତଃ ଭ୍ରମଣର ସଦୁପଯୋଗ କରି ଆପାର୍ଟମେଣ୍ଟ ବାହାରୁ ମଧ୍ୟ ଫୁଲ ନେଇ ଆସିଥାନ୍ତି l ମୋ  ଦେଖାଦେଖି ମନ୍ଦାର କଢି ବି ଟୁପ୍ ଟାପ ତୋଳି ନେଉଥାନ୍ତି l     

   ଅନାୟାସରେ ମୋ ପାଟିରୁ ବାହାରି ପଡେ – ” ମାଡ଼ାମ , କେଉଁଠିକି ପଠାଉଛନ୍ତି କି ?” ମାଡ଼ାମ ଲଜ୍ଜିତ ହେବ ପରିବର୍ତ୍ତେ କହନ୍ତି– ” ନା ନାଆମ ଘରେ ବହୁତ ଠାକୁର l ନିଅନ୍ତୁ, ନିଅନ୍ତୁ ଆପଣ ବି ଦୁଇଟା ନିଅନ୍ତୁ , ବେଶୀ ଫୁଲ ପାଇ ନାହାନ୍ତି ବୋଧହୁଏ l” ମୋ ଲୋଭୀ ମନ ମଧ୍ୟ ଆପେ ଜରୀ ଟି ଦେଖେଇ ତାଙ୍କଠୁ ଫୁଲ ଗ୍ରହଣ କରିନିଏ l ବାସ , ମୋ ପାଟି ଚୁପ l ଏଇ ଟିକିଏ ସମୟ ପୂର୍ବରୁ ଯେଉଁ ମନ ମୋତେ ଦୁର୍ନୀତି, ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ କହୁଥିଲାଏବେ ବୁଝେଇ ଦେଉଛି , ‘ ଧୀରେ ବସ , ଏଇ ମାଡାମ ଟିକୁ ହାତରେ ରଖିଲେ ତୋ ଫୁଲ ପାଇବାରେ ଅସୁବିଧା ହେବନି ଅନ୍ତତଃ l ଭାଡ଼ ମେଁ ଯାଏ ଜମାନା .

   ପରେ ଘରକୁ ଆସି ମନକୁ ପଚାରିଲି ଯେତିକି ମୋର ଦରକାର ଥିଲା, ସେତିକି ତା ପାଇଥିଲି, ପୁଣି ଲୋଭ ଅବା କଲି କାହିଁକି? ମୋର ଦରକାର ଟି ମନ୍ଦାର, ତା କାଲିଠୁ ଯୋଗାଡ଼ କରି ରଖିଛି I ଆସନ୍ତାକାଲି ପାଇଁ ବି ଟି କାଢ଼ ଯୋଗାଡ଼ କରିଛି I ତେବେ ଲୋଭ କରି ଅଧିକ ଗ୍ରହଣ କଲି ବା କାହିଁକି?? ଯେଉଁ କଢି ଖର୍ବlକାରରେ ଦୁଇ ଦିନ ପରେ ଫୁଟିବ ତାକୁ ମଧ୍ୟ ଗ୍ରହଣ କରିନେଲି! ପ୍ରକୃତି ମା ଯେତିକି ଦେଇଛି, ସେତିକି ଯଦି ଆମେ ଭାଗ ବାଣ୍ଟି ନେବା, ସମସ୍ତଙ୍କୁ ମିଳିବ, ଅଧିକ ଦିନ ଯାଏ ବି ମିଳିବ l ମାନସିକତା ଲାଇଭ ମନ୍ଦାର ପାଇଁ କେବଳ ନୁହେଁ, ପ୍ରତ୍ୟେକ କ୍ଷେତ୍ରରେଆମେ ଭାରତୀୟ ନିଜକୁ ଖୁବ ଆଧ୍ୟାତ୍ମିକ ବୋଲି ଦାବି କରୁ l ଭଗବାନଙ୍କ ଉପରେ ବହୁତ ଭରସା, ବିଶ୍ୱାସତେବେ ଆମେ ଆସନ୍ତାକାଲି ପାଇଁ ଏତେ ଚିନ୍ତିତ କାହିଁକି? ନିଃଶ୍ୱାସ ଊର୍ଧ୍ୱକୁ ଗଲେ ତଳକୁ ଫେରିବ କି ନାହିଁ ସେତକ ଜଣI ନାହିଁ, ଅଥଚ ମୁଁ ଦୁଇ ଦିନ ପାଇଁ ମନ୍ଦାର କଢି ବେଶ ସଂଚୟ କରିଦେଲି! ଆମେ ଧାର୍ମିକ ନା ଧର୍ମକୁ ଆଖି ଠାର ମାରୁଥିବା ପ୍ରବଞ୍ଚକ!

  ସତରେ କଣ ଧର୍ମରେ ବଂଚିବା ଏତେ କଷ୍ଟକର! ମୋ ସାତ୍ତ୍ଵିକ ମନ ମଧ୍ୟ ଫୁଲ ଦୁଇଟା ଲାଞ୍ଚ ଆକାରରେ ପାଇ ସମସ୍ତ ଚିନ୍ତା ଚେତନାକୁ ପଲିଥିନ ଜରୀରେ ଗୋଟେଇ ନେଇ ବେଶ ସୁନ୍ଦର ଘରକୁ ଚାଲି ଆସିଲା !

Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *