ବାସ୍ନା ର ସ୍ମୃତି (୨)

ବାସ୍ନାର ସ୍ମୃତି (୧)
June 19, 2022
ବାସ୍ନା ର ସ୍ମୃତି (୩)
June 19, 2022

ଦୀର୍ଘ ୪୫ ମିନିଟ ଯାତ୍ରାରେ ସମ୍ବଲପୁରରୁ ବୁର୍ଲା  ପହଞ୍ଚିଲା  ଭିତରେ କେତେବେଳେ  ବଗ ପରି ଏକପାଦାସନରେ ଠିଆ  ହୋଇ  ଅଥବା କେତେ ବେଳେ ଆଗକୁ ବା ପଛକୁ ଝୁଙ୍କି  ଶେଷକୁ ଯେତେ ବେଳେ ସିଟ ଖଣ୍ଡେ ପାଏ , ସେତେ ବେଳେ ଗନ୍ତବ୍ୟ ସ୍ଥାନରେ ପଂହଁଚିବାକୁ ଆଉ ମାତ୍ର ମିନିଟ; ହଉ, ଜଗନ୍ନାଥଙ୍କ କୃପା | ଅନ୍ତତଃ  ଆକଣ୍ଠ  ହାଣ୍ଡିଆପାନିତ ପଛ ପଟେ ଠିଆ ହୋଇ ଥିବା ବୃଦ୍ଧଙ୍କ  ସଂସ୍ପର୍ଶରୁ ମିନିଟ ପାଇଁ ତ୍ରାହି | ଘରେ ପଂହଂଚିଲା ବେଳେ ହାତଟା  କଳା ହୋଇଯାଇଥାଏ , ତୀବ୍ର ଲୁହାଗନ୍ଧ ମଧ୍ୟ ହେଉଥାଏ | ହାତ ଧୋଉ ଧୋଉ ଲୁହାଗନ୍ଧର ଖିଅ ମତେ ନେଇ ଛାଡି ଆସିଲା ଟ୍ରେନ ଭିତରେ | ଦ୍ଵିତୀୟ  ଶ୍ରେଣୀ ଡବାରେ ଝରକା ପାଖରେ ବସିଲେ ଗନ୍ଧ ଅତି ସାଧାରଣ |ଅନେକ ରେଳଯାତ୍ରା , ପ୍ରତିଥର କିଛି ନା କିଛି ଘଟଣା | ସେ ଥର ଯାଉଥାଏ ଦିଲ୍ଲୀ, ମାଙ୍କ ସାଥିରେ ସମ୍ବଲପୁରରୁ |ସେଠୁ ରୂଷିକେଷ ଯିବାର ଯୋଜନା ଥାଏ | ତୀର୍ଥସ୍ଥଳ ଦର୍ଶନ ତଥା ହିମାଳୟ ଦର୍ଶନର ସୁଯୋଗ ମିଳିଛି |ମନ ପୁଲକିତ ହୋଇ ଉଠୁଥାଏ |ସିନେମା ଘରକୁ ଯାଇ କିମ୍ବା ପିକନିକ ପାର୍ଟି ରେ ମାତି ଲୋକେ ପଇସା ଉଢାଉଥିବା ବେଳେ ଆମେ ତୀର୍ଥଯାତ୍ରା କରୁଛୁ | ଏଭଳି ଟିକେ ସାତ୍ତ୍ୱିକ ଅହଂ ମନକୁ ଚହଟି ଆସିଥାଏ |

            ଆମ ନିକଟସ୍ଥ କୁପେରେ ଏକ ପଞ୍ଜାବୀ ଯୁବକ ଚଢିଥାଏ ନିଜ ସାଙ୍ଗ ମାନଙ୍କ ସହ | ଖୁବ ହସ ମଜା ରେ ସମୟ କାଟି ସେମାନେ ଯାଉଥାନ୍ତି ଯାହାକି ଆମ ପାଇଁ ଟିକେ ଅସ୍ବସ୍ତିକର ହୋଇ ଉଠିଥାଏ ଏବଂ ସେମାନଙ୍କୁ ଆମେଲଗାମଛଡ଼ାତଥା ଅନ୍ୟ ମାନଂକ ସୁବିଧା ପ୍ରତି ଉଦାସୀନ ଗୋଷ୍ଠୀ ହିସାବରେ ମୋହର ମାରି ଦେଇଥାଉ | ଟ୍ରେନ ରାଉଲକେଲା ଷ୍ଟେସନରେ ରହିବା ମାତ୍ରେ ସେ ଗୋଷ୍ଠୀ ଫକଫାକ ତଳକୁ ଓଲ୍ହାଇ କେହି ଜଳଖିଆ, କେହି ଚା , କେହି ଥଣ୍ଡା ପାନୀୟରେ  ମନଯୋଗ କଲେ |

         ସମୟ ରେ ଏକ ନୁଖୁରାମୁଣ୍ଡି ଝିଅ ବୋଧହୁଅ ବର୍ଷ ହେବ ତା କୁନି କୁନି ହାତରେ ମତ ଡାକି ଇଙ୍ଗିତରେ କିଛି ଖାଇବାକୁ ହାତ ପତେଇଛି  | ମୁଁ ନାସା କୁଞ୍ଚିତ  କରି ପର୍ସ ଭିତରୁ ୫୦୦ ଟଙ୍କିଆ ୧୦୦ ଟଙ୍କିଆ ଆଡେଇ ଚାରେଣିଟିଏ  ତାହାତକୁ ଫିଙ୍ଗିଦେଲି | କହିବା ବାହୁଲ୍ୟ , ଟିକେ ଗର୍ବିତ ବି ହେଲି | ସେ ଡେଇଁ ଡେଇଁ ହାଜର ହେଇଗଲା ସେ ପଞ୍ଜାବୀ ଯୁବକ ଆଗରେ |

ଯୁବକଟି ଏକ ଥଣ୍ଡା ପାନୀୟ ବୋତଲରୁ ଥଣ୍ଡା ପାନୀୟ କଣ୍ଠାଗ୍ରତ କରୁଥାଏ | ସେ ମଧ୍ୟ ପାକେଟରୁ କିଛି ପଇସା ବାହାରକରି ତା ହାତକୁ ବଢ଼େଇଦେଲା | ଝିଅଟି ତା ଥଣ୍ଡା ପାନୀୟ ଆଡେ ଲୋଭାତୁର ହୋଇ ଚାହିଁ ରହିଥାଏ | କଣ ବୁଝିଲା କେଜାଣି ଯୁବକଟି ସେ ଅଧା ବୋତଲ ପାନୀୟଟିକୁ ଝିଅ ହାତକୁ ବଢ଼ାଇଦେଲା | ଆଃ! ତାପରେ କି ଯେ ଚମକ ସେ ଝିଅ ମୁହଁରେହୁଏତ ତାବାପା ମାଙ୍କ ପ୍ରରୋଚନାରେ ହେଉ ବା ଅବସ୍ଥାଚକ୍ରରେ ପଡି ଭିକ୍ଷା ମାଗୁଛି |    ସେ କିନ୍ତୁ ବୁଝେନି ପଇସାର ମୂଲ୍ୟ | ସେ ହୁଏତ ଯେତିକି ପଇସା ପାଇବ ସେତିକି ଟେକିଦେବ ତାମାବାପା କିମ୍ବା କୌଣସି  ଦାଦା ହାତକୁ | ବଦଳରେ ମିଳିବ କିଛି ଉଚ୍ଛିଷ୍ଟ  କିମ୍ବା ବାସି ଖାଦ୍ୟ | କେହି କଣ କେବେ ତାହାତ କୁ ଥଣ୍ଡା ପାନୀୟ ବୋତଲଟିଏ କିଣି ଟେକିଦେବ ? ସେ ମନସ୍ତତ୍ତ୍ୱ ଆମେ ବୁଝି ପାରିଲୁନି କିନ୍ତୁ ବୁଝିଲା ସେ ଲଫଙ୍ଗା ପଞ୍ଜାବୀ ଯୁବକ | ଏଥର ବାକି ଯାତ୍ରା ଏତେଟା ଅସ୍ବସ୍ତିକର ମନେ ହେଲାନି |

Leave a Reply

Your email address will not be published. Required fields are marked *