ବେଟି ବଚାଓ , ବେଟି ପଢ଼ାଓ

ପରୀକ୍ଷା
June 19, 2022
ଚାରି ଟଙ୍କା
June 19, 2022

ଡଃ. ବିୟତପ୍ରଜ୍ଞା ଆଚାର୍ଯ୍ୟ 

ପ୍ରଫେସର , ବାୟୋକେମିଷ୍ଟ୍ରି

KIMS, KIIT, Bhubaneswar

 

ଯତ୍ର ନାର୍ଯ୍ୟସ୍ତୁ ପୁଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ  |

ଯତ୍ରୈତାସ୍ତୁ ପୁଜ୍ୟନ୍ତେ ସର୍ବାସ୍ତତ୍ରାଫଲାଃ କ୍ରିୟାଃ ||

ଏଭଳି ଧ୍ୱନିରେ ଗୁଂଜରିତ ହେଉଥିଲା ଯେଉଁ ପବିତ୍ର ଭୂମି ଭାରତ; ରାଜନୀତି, ଅର୍ଥନୀତି, କଳାସ୍ଥାପତ୍ୟ, ହୋମ, ଯଜ୍ଞ, ଏପରିକି ବେଦ ରଚନାରେ ପ୍ରବୀଣା ଅନେକ ନାରୀୠଷି ଯେତେବେଳେ ଦେଶର ଭବିଷ୍ୟତ ନିର୍ଦ୍ଧାରଣ କରୁଥିଲେ , କାଳଚକ୍ରରେ ନିଷ୍ପେସିତ ହୋଇ ନାରୀସମାଜ ଧୀରେଧୀରେ ଏକ ଭୋଗ୍ୟ ସାମଗ୍ରୀ ବାପା ମାଙ୍କ ଜୀବନର ବୋଝ ହୋଇ ଉଠିଲା | ବିଦେଶୀ ଶାସକମାନଙ୍କ ବାରମ୍ବାର ଆକ୍ରମଣ , ଧର୍ମ ପରିବର୍ତ୍ତନ ତଥା ନାରୀ ନିର୍ଯାତନାରେ ବୋଧହୁଏ ଅତିଷ୍ଠ ହୋଇ ବାଲ୍ୟବିବାହ ପ୍ରଥା ସମାଜରେ ନିଜର ଚେର ଲମ୍ବାଇ ଚାଲିଲା | ଏଭଳି ସାମାଜିକ ପରିସ୍ଥିତିରେ ପିତାମାତା ନିଜର କନ୍ୟାସନ୍ତାନମାନଙ୍କ ଜୀବନ ପରଘରକୁ ବୋଲି ଭାବିନେଲେ | ଯେଉଁ ବୟସରେ କନ୍ୟାମାନେ ଗୁରୁକୂଳକୁ ଯାଇ ବିଦ୍ୟାରମ୍ଭ କରୁଥିଲେ , ସେ ପ୍ରଥାକୁ ଭାଙ୍ଗି କ୍ରମଶଃ ବ୍ରହ୍ମଚର୍ଯ୍ୟ ଆଶ୍ରମକୁ ଗୃହସ୍ଥ ଆଶ୍ରମରେ ମିଶାଇ ଦିଆଗଲା | ପିତାମାତାଙ୍କ ସମ୍ମୁଖରେ ଏବେ କନ୍ୟାସନ୍ତାନମାନଙ୍କ ପାଇଁ କେବଳ ଏକମାତ୍ର ହିଁ ଦାୟିତ୍ୱ ରହିଗଲା | ବର୍ଷର ହୋଇଗଲେ , ଏକ ସମ୍ଭ୍ରାନ୍ତ ସ୍ୱଚ୍ଛଳ ପରିବାର ଦେଖି ଝିଅକୁ ବିଦା କରିବା |

ପ୍ରକାର ପ୍ରଥା, ବରଂ କହିବା କୁପ୍ରଥା ଯୋଗୁଁ ଅନେକ ଯୁଗରୁ ଚଳି ଆସୁଥିବା ଜୀବନର ଚତୁଃ ଆଶ୍ରମ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଗଲା

ଏଥର ଝିଅଟିଏକୁ ଯିଏ ବାଲ୍ୟବିବାହ କରି ଘରକୁ ନେଲା ସେ ତାଲାଳନ ପାଳନ  ବାବଦକୁ କନ୍ୟାପିତା ଠାରୁ ଅର୍ଥ ମଧ୍ୟ ଆଶା କଲା | ଏହିଭଳି ଭାବେ ଉପହାର , ଉପଢୌକନଠାରୁ ଆରମ୍ଭ ହୋଇ ଯୌତୁକନାମ୍ନୀ କୁପ୍ରଥା ଆମ ସମାଜକୁ ଆବୋରି ବସିଥିଲା

ଦୁହିତା ଦୁଇ କୁଳକୁ ହିତା” – ହେଲେ ଶିକ୍ଷା ଦୀକ୍ଷା ଅଭାବରୁ, ଖୁବ କମ ବୟସରୁ ମାତୃତ୍ଵଲାଭ ପରିବାର ଜଞ୍ଜାଳରେ ପେଷି ହୋଇ ସମସ୍ତଙ୍କର ହିତ ଚାହୁଁଥିବା ଦୁହିତା ମାନେ କିନ୍ତୁ ନିଜର ଆତ୍ମବିଶ୍ୱାସ ହରାଇଲେ | ନିଜ ପାଇଁ ହେଉଥିବା ଅନ୍ୟାୟ ପାଇଁ ମୁହଁ ଖୋଲିବା ମଧ୍ୟ ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇ ଉଠିଲା | ସେମାନେ ସିଧାସଳଖ ଅର୍ଥ ରୋଜଗାର କରି ପାରୁ ନଥିବାରୁ ସେମାନଙ୍କୁ ପାଦର ପାଣ୍ଢୋଇ, ଗାଧୁଆ ତୁଠର ଗୋଡ଼ଘଷା ପଥରରୂପେ ଦେଖାଗଲା

ଏହିଭଳି କିଛି ପୀଢ଼ିର ନାରୀ ଅଶିକ୍ଷିତ ରହିବାଦ୍ୱାରା ସେମାନେ ନିଜ ପରବର୍ତ୍ତୀ ପୀଢ଼ି ନାରୀମାନଙ୍କର ଶତ୍ରୁ ସାଜିଲେ | ଏହାସବୁ ଅଶିକ୍ଷାର ଫଳ ନୁହେଁ ତା ଆଉ ?

ଆମେରିକୀୟ ଅଧ୍ୟାମିକତାବାଦର ନେତା ବ୍ରିଗାମ ୟଙ୍ଗ (Brigham Young)  କହିଥିଲେ

When you educate a man , you educate a man ; you educate a woman ,  you educate a generation. 

କେତେ ସତ୍ୟତା ଅଛି ସତେ ବାକ୍ୟରେ ! ଗୋଟିଏ ନାରୀକୁ ଶିକ୍ଷିତ କଲେ ଗୋଟିଏ ପୀଢ଼ିକୁ ଶିକ୍ଷିତ କରାଯାଇ ପାରେ |

ମାହିଁ ସନ୍ତାନର ପ୍ରଥମ ଗୁରୁ | ପ୍ରାୟତଃ ସନ୍ତାନମାନଙ୍କର ପାଳନ ପୋଷଣ ଶିକ୍ଷାଦୀକ୍ଷାରେ ଓତଃପ୍ରୋତଃ ଭାବେ ଜଡିତ ଥାନ୍ତି | ସେ ଶିକ୍ଷିତା ହେଲେ କେବଳ ନିଜ କନ୍ୟାସନ୍ତାନକୁ ସଶକ୍ତକରି ଗଢିବେ ନାହିଁ ବରଂ ନିଜ ପୁତ୍ରସନ୍ତାନଙ୍କୁ ଶିକ୍ଷିତ କରିବା ସେମାନଙ୍କୁ ରୋଜଗାରକ୍ଷମ କରି ନିଜ ଗୋଡ଼ରେ ଠିଆ କରାଇବା ଶିକ୍ଷା ଦେଲେ ସମାଜରେ ଏକ ପରିବର୍ତ୍ତନର ସ୍ରୋତ ବୋହିବ |

କନ୍ୟାସନ୍ତାନମାନଙ୍କୁ ଯୌତୁକ ଦେବା ଭୟ ହେଉ , ସେମାନଙ୍କର ଶାରୀରିକ ଦୁର୍ବଳତା ଯୋଗୁଁ ସଦା ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବାର ଆବଶ୍ୟକତା ହେଉ ଅଥବା ରୋଜଗାର କରିବାର ଅକ୍ଷମତା ହେଉ ସମସ୍ତ କାରଣ ଯୋଗୁଁ କନ୍ୟାସନ୍ତାନଟି ପିତାମାତାଙ୍କ ପାଇଁ ଏଭଳି ବୋଝ  ହୋଇ ଉଠିଛି ଯେ ଆମ ସମାଜରେ ଆଜି କନ୍ୟା ଭ୍ରୂଣହତ୍ୟା , ନାରୀ ନିର୍ଯାତନା , ଯୌତୁକ ନିର୍ଯ୍ୟାତନା , ପ୍ରଚଣ୍ଡଭାବେ ବୃଦ୍ଧି ପାଇଛି  

ଫଳସ୍ୱରୂପ , ଆମ ଦେଶରେ (Child sex ratio ; CSR) ଅର୍ଥାତ ୧୦୦୦ ବାଳକ ତୁଳନାରେ ବାଳିକାମାନଙ୍କ ସଂଖ୍ୟା ( ବର୍ଷ ଭିତରେ ) ସଂଖ୍ୟାହାର କ୍ରମଶଃ କମିବାକୁ ଲାଗିଲା ୧୯୬୧ ମସିହାରେ ଏହା ୯୭୬ ଥିବାବେଳେ ୨୦୧୧ ରେ ଏହା ୯୧୮ କୁ ଖସି ଆସିଥିଲା ଏହି ହାର ୧୯୬୧ ରୁ କ୍ରମାଗତଭାବେ କମିବାରେ ଲାଗିଛି

କେବଳ ଅଲଟ୍ରାସାଉଣ୍ଡ ଦ୍ୱାରା ଲିଙ୍ଗ ନିରୂପଣ କରି କନ୍ୟା ଭ୍ରୂଣହତ୍ୟା ନୁହେଁ ବରଂ ଜନ୍ମ ପରେ ମଧ୍ୟ କନ୍ୟାସନ୍ତାନର ସ୍ଵାସ୍ଥ୍ୟ ପୁଷ୍ଟିକର ଖାଦ୍ୟରେ ଅବହେଳା ଦେଖା ଯାଇଛି ଆଜି ଯେଉଁ ନାରୀମାନେ ନିଜ ନିଜ କର୍ମକ୍ଷେତ୍ରରେ ପ୍ରତିଷ୍ଠିତା , ସେମାନଙ୍କ ସଫଳତା ପଛରେ ଉଦାର ହୃଦୟ ପିତା , ମାତା ଅଥବା ଦୁହେଁ କିମ୍ବା ଏକ ପ୍ରକୃଷ୍ଟଭାବେ ଶିକ୍ଷିତା ମାଟିଏ ନିଶ୍ଚିତ ଥିବେ

ଏହିଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ପରିସ୍ଥିତିର ମୁକାବିଲା କରିବା ପାଇଁ ଦେଶର ଭବିଷ୍ୟତକୁ ସାକାର କରିବା ପାଇଁ ଭାରତ ସରକାରବେଟି ବଚାଓ , ବେଟି ପଢ଼ାଓଅଭିଯାନ ଆରମ୍ଭ କରିଛନ୍ତି ୨୦୧୫ ରେ

ଏଥିରେ ଅନ୍ତର୍ଗତ ଅଛି

) ଲିଙ୍ଗଭେଦରେ ଭ୍ରୂଣହତ୍ୟା ବନ୍ଦ କରିବା 

) କନ୍ୟା ସନ୍ତାନର ଜୀବନ ଧାରଣା ସୁରକ୍ଷାର ଦାୟିତ୍ୱ

) କନ୍ୟା ସନ୍ତାନର ସୁରକ୍ଷା

ଏଥି ଅନ୍ତର୍ଗତ ପ୍ରଥମେ ଲିଙ୍ଗଜନିତ ଭେଦଭାବ ସର୍ବାଧିକ ଥିବା ୧୦୦ ଟି ଜିଲ୍ଲାରେ ଆଗ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରାଯାଇଛି | ଆମ ଓଡିଶାର ନୟାଗଡ ଜିଲ୍ଲା ଏଥିରେ ଅନ୍ତର୍ଭୁକ୍ତ ହୋଇଛି | ଏହି ଜିଲ୍ଲାରେ ଜାତୀୟ ହାରଠୁ ବି ଅନେକ କମ ହାର –  ୮୫୫ ସାଲ ୨୦୧୧ ରେ ଥିଲା | ଏହି ଅଭିଯାନ ପରେ ଏହି ହାର ବଢି ୨୦୧୮୧୯ ରେ ୯୦୮ ହୋଇଛି |

ଏହି ଯୋଜନାରେ ଟି ମୁଖ୍ୟ ଉପାଦାନ ଅଛି  

) Mass communication Campaign — ସଚେତନତା ଅଭିଯାନ

) Multi-sectional action in 100 districts as a pilot project

୧୦୦ ଟି ଜିଲ୍ଲାର ପ୍ରଥମ ସୋପାନରେ ଯୋଜନା ପାଇଲଟ ପ୍ରୋଜେକ୍ଟ ହିସାବରେ ଲାଗୁ କରିବା

ଏହା ଜାତୀୟ , ରାଜ୍ୟ , ଜିଲ୍ଲା ତଥା ସମ୍ପ୍ରଦାୟ ସ୍ତରରେ ଲାଗୁ କରାଯାଇଛି

ଏଥିରେ ଗର୍ଭବତୀ ମହିଳାମାନଙ୍କର ପଞ୍ଜୀକରଣ, ସ୍ୱାସ୍ଥ୍ୟଯାଞ୍ଚ , ଡାକ୍ତରଖାନାରେ ଡେ଼ଲିଭରୀ କରାଯାଉଛି NGO Frontline workers ମାନଙ୍କୁ ପୁରସ୍କୃତ କରି ପ୍ରୋତ୍ସାହିତ କରାଯାଉଛି | PNDT cellକୁ ଆହୁରି ସୁଦୃଢ଼ କରାଯାଇଛି ଭ୍ରୂଣହତ୍ୟା ରୋକିବା ପାଇଁ

ବାଳିକାମାନଙ୍କୁ ସ୍କୁଲରେ ନିଶ୍ଚିତ ଶିକ୍ଷାଦାନ , ସ୍କୁଲଶିକ୍ଷା ଅଧାରୁ ଛାଡିବାକୁ ଯତ୍ନବାନ ହେଉଛନ୍ତି | ସ୍କୁଲରେ ଛାତ୍ରୀମାନଙ୍କ ସୁବିଧା ସୁଯୋଗକୁ ମଧ୍ୟ ଧ୍ୟାନ ଦିଆଯାଉଛି | ବାଳିକା ଶୌଚାଗାର ଆଦି ମଧ୍ୟ ନିର୍ମାଣ କରାଯାଉଛି |

ବ୍ୟକ୍ତିଗତ ସ୍ତରରେ ଆମେ କଣ କରି ପାରିବା ??

  • ଆମେ ଏକ ଅଗ୍ରଣୀ ସମାଜର ଉତ୍ତରାଧିକାରୀ ଭାବେ ନିଜର ଗୌରବମୟ ଇତିହାସ ସଂସ୍କୃତିକୁ ଆଖି ଆଗରେ ରଖି ଆମ ପରିବାରରେ କନ୍ୟା ସନ୍ତାନର ଜନ୍ମକୁ ସ୍ୱାଗତ କରିବା |  
  • ନିଜ ସନ୍ତାନ ମାନଙ୍କ ମଧ୍ୟରେ କୌଣସି ପ୍ରକାର ଭେଦଭାବ କରିବା ନାହିଁ
  • ପୁତ୍ର କନ୍ୟା ସନ୍ତାନମାନଙ୍କୁ ସମାନ ଭାବେ ସୁବିଧା ସୁଯୋଗ ଦେବା
  • ଯୌତୁକ ପ୍ରଥାକୁ ସମୂଳେ ନାଶତା କରିବା , ବାହାଘର ଗୁଡିକୁ କମ ଆଡମ୍ବର ପୂର୍ଣ୍ଣ ମଧ୍ୟ କରିବା |
  • ନାରୀମାନଙ୍କୁ କେବଳ ପୁସ୍ତକଗତ ଶିକ୍ଷା ନୁହେଁ ବରଂ ଶାରୀରିକ ସାମର୍ଥ୍ୟ ମଧ୍ୟ ଦେବା ଯଦ୍ଦ୍ଵାରା ସେମାନେ ନିଜେ ନିଜର ସୁରକ୍ଷା କବଚ ତିଆରି କରି ପାରିବେ |
  • ସେମାନଙ୍କୁ ରୋଜଗାର କ୍ଷମ କରି ପ୍ରକୃଷ୍ଟ ଭାବେ ସଶକ୍ତିକରଣ କରିବା |

ତେବେ ଯାଇ ପୁଣି ଅନୁରଣିତ ହେବ ସ୍କନ୍ଦପୁରାଣର ସେଇ ଶ୍ଳୋକ

 

ଦଶପୁତ୍ରସମାକନ୍ୟା ଦଶପୁତ୍ରାନ ପ୍ରଵର୍ଦ୍ଧୟନ

ଯତ ଫଲଂ ଲଭତେ ମର୍ତ୍ତସ୍ତଲ୍ଲଭ୍ୟଂ କନ୍ୟୟୈକୟା |

Leave a Reply

Your email address will not be published. Required fields are marked *