Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1338

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1343

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1365

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1366

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1367
ପରୀକ୍ଷା
June 19, 2022
ଚାରି ଟଙ୍କା
June 19, 2022

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1338

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1343

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1365

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1366

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1367

ଡଃ. ବିୟତପ୍ରଜ୍ଞା ଆଚାର୍ଯ୍ୟ 

ପ୍ରଫେସର , ବାୟୋକେମିଷ୍ଟ୍ରି

KIMS, KIIT, Bhubaneswar

 

ଯତ୍ର ନାର୍ଯ୍ୟସ୍ତୁ ପୁଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ  |

ଯତ୍ରୈତାସ୍ତୁ ନ ପୁଜ୍ୟନ୍ତେ ସର୍ବାସ୍ତତ୍ରାଫଲାଃ କ୍ରିୟାଃ ||

ଏଭଳି ଧ୍ୱନିରେ ଗୁଂଜରିତ ହେଉଥିଲା ଯେଉଁ ପବିତ୍ର ଭୂମି ଭାରତ; ରାଜନୀତି, ଅର୍ଥନୀତି, କଳାସ୍ଥାପତ୍ୟ, ହୋମ, ଯଜ୍ଞ, ଏପରିକି ବେଦ ରଚନାରେ ପ୍ରବୀଣା ଅନେକ ନାରୀୠଷି ଯେତେବେଳେ ଏ ଦେଶର ଭବିଷ୍ୟତ ନିର୍ଦ୍ଧାରଣ କରୁଥିଲେ , କାଳଚକ୍ରରେ ନିଷ୍ପେସିତ ହୋଇ ନାରୀସମାଜ ଧୀରେଧୀରେ ଏକ ଭୋଗ୍ୟ ସାମଗ୍ରୀ ଓ ବାପା ମା’ଙ୍କ ଜୀବନର ବୋଝ ହୋଇ ଉଠିଲା | ବିଦେଶୀ ଶାସକମାନଙ୍କ ବାରମ୍ବାର ଆକ୍ରମଣ , ଧର୍ମ ପରିବର୍ତ୍ତନ ତଥା ନାରୀ ନିର୍ଯାତନାରେ ବୋଧହୁଏ ଅତିଷ୍ଠ ହୋଇ ବାଲ୍ୟବିବାହ ପ୍ରଥା ସମାଜରେ ନିଜର ଚେର ଲମ୍ବାଇ ଚାଲିଲା | ଏଭଳି ସାମାଜିକ ପରିସ୍ଥିତିରେ ପିତାମାତା ନିଜର କନ୍ୟାସନ୍ତାନମାନଙ୍କ ଜୀବନ ପରଘରକୁ ବୋଲି ଭାବିନେଲେ | ଯେଉଁ ବୟସରେ କନ୍ୟାମାନେ ଗୁରୁକୂଳକୁ ଯାଇ ବିଦ୍ୟାରମ୍ଭ କରୁଥିଲେ , ସେ ପ୍ରଥାକୁ ଭାଙ୍ଗି କ୍ରମଶଃ ବ୍ରହ୍ମଚର୍ଯ୍ୟ ଆଶ୍ରମକୁ ଗୃହସ୍ଥ ଆଶ୍ରମରେ ମିଶାଇ ଦିଆଗଲା | ପିତାମାତାଙ୍କ ସମ୍ମୁଖରେ ଏବେ କନ୍ୟାସନ୍ତାନମାନଙ୍କ ପାଇଁ କେବଳ ଏକମାତ୍ର ହିଁ ଦାୟିତ୍ୱ ରହିଗଲା | ୭ – ୮ ବର୍ଷର ହୋଇଗଲେ , ଏକ ସମ୍ଭ୍ରାନ୍ତ ସ୍ୱଚ୍ଛଳ ପରିବାର ଦେଖି ଝିଅକୁ ବିଦା କରିବା |

ଏ ପ୍ରକାର ପ୍ରଥା, ବରଂ କହିବା କୁପ୍ରଥା ଯୋଗୁଁ ଅନେକ ଯୁଗରୁ ଚଳି ଆସୁଥିବା ଜୀବନର ଚତୁଃ ଆଶ୍ରମ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଗଲା | 

ଏଥର ଝିଅଟିଏକୁ ଯିଏ ବାଲ୍ୟବିବାହ କରି ଘରକୁ ନେଲା ସେ ତା’ ଲାଳନ ପାଳନ  ବାବଦକୁ କନ୍ୟାପିତା ଠାରୁ ଅର୍ଥ ମଧ୍ୟ ଆଶା କଲା | ଏହିଭଳି ଭାବେ ଉପହାର , ଉପଢୌକନଠାରୁ ଆରମ୍ଭ ହୋଇ ଯୌତୁକନାମ୍ନୀ କୁପ୍ରଥା ଆମ ସମାଜକୁ ଆବୋରି ବସିଥିଲା | 

“ଦୁହିତା ଦୁଇ କୁଳକୁ ହିତା” – ହେଲେ ଶିକ୍ଷା ଦୀକ୍ଷା ଅଭାବରୁ, ଖୁବ କମ ବୟସରୁ ମାତୃତ୍ଵଲାଭ ଓ ପରିବାର ଜଞ୍ଜାଳରେ ପେଷି ହୋଇ ସମସ୍ତଙ୍କର ହିତ ଚାହୁଁଥିବା ଦୁହିତା ମାନେ କିନ୍ତୁ ନିଜର ଆତ୍ମବିଶ୍ୱାସ ହରାଇଲେ | ନିଜ ପାଇଁ ହେଉଥିବା ଅନ୍ୟାୟ ପାଇଁ ମୁହଁ ଖୋଲିବା ମଧ୍ୟ ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇ ଉଠିଲା | ସେମାନେ ସିଧାସଳଖ ଅର୍ଥ ରୋଜଗାର କରି ପାରୁ ନଥିବାରୁ ସେମାନଙ୍କୁ ପାଦର ପାଣ୍ଢୋଇ, ଗାଧୁଆ ତୁଠର ଗୋଡ଼ଘଷା ପଥରରୂପେ ଦେଖାଗଲା | 

ଏହିଭଳି କିଛି ପୀଢ଼ିର ନାରୀ ଅଶିକ୍ଷିତ ରହିବାଦ୍ୱାରା ସେମାନେ ନିଜ ପରବର୍ତ୍ତୀ ପୀଢ଼ି ନାରୀମାନଙ୍କର ଶତ୍ରୁ ସାଜିଲେ | ଏହାସବୁ ଅଶିକ୍ଷାର ଫଳ ନୁହେଁ ତା ଆଉ କ‘ଣ ?

ଆମେରିକୀୟ ଅଧ୍ୟାମିକତାବାଦର ନେତା ବ୍ରିଗାମ ୟଙ୍ଗ (Brigham Young)  କହିଥିଲେ –

When you educate a man , you educate a man ; you educate a woman ,  you educate a generation. 

କେତେ ସତ୍ୟତା ଅଛି ସତେ ଏ ବାକ୍ୟରେ ! ଗୋଟିଏ ନାରୀକୁ ଶିକ୍ଷିତ କଲେ ଗୋଟିଏ ପୀଢ଼ିକୁ ଶିକ୍ଷିତ କରାଯାଇ ପାରେ |

ମା’ ହିଁ ସନ୍ତାନର ପ୍ରଥମ ଗୁରୁ | ପ୍ରାୟତଃ ସନ୍ତାନମାନଙ୍କର ପାଳନ ପୋଷଣ ଓ ଶିକ୍ଷାଦୀକ୍ଷାରେ ଓତଃପ୍ରୋତଃ ଭାବେ ଜଡିତ ଥା‘ନ୍ତି | ସେ ଶିକ୍ଷିତା ହେଲେ କେବଳ ନିଜ କନ୍ୟାସନ୍ତାନକୁ ସଶକ୍ତକରି ଗଢିବେ ନାହିଁ ବରଂ ନିଜ ପୁତ୍ରସନ୍ତାନଙ୍କୁ ଶିକ୍ଷିତ କରିବା ଓ ସେମାନଙ୍କୁ ରୋଜଗାରକ୍ଷମ କରି ନିଜ ଗୋଡ଼ରେ ଠିଆ କରାଇବା ଶିକ୍ଷା ଦେଲେ ସମାଜରେ ଏକ ପରିବର୍ତ୍ତନର ସ୍ରୋତ ବୋହିବ |

କନ୍ୟାସନ୍ତାନମାନଙ୍କୁ ଯୌତୁକ ଦେବା ଭୟ ହେଉ , ସେମାନଙ୍କର ଶାରୀରିକ ଦୁର୍ବଳତା ଯୋଗୁଁ ସଦା ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବାର ଆବଶ୍ୟକତା ହେଉ ଅଥବା ରୋଜଗାର କରିବାର ଅକ୍ଷମତା ହେଉ ଏ ସମସ୍ତ କାରଣ ଯୋଗୁଁ କନ୍ୟାସନ୍ତାନଟି ପିତାମାତାଙ୍କ ପାଇଁ ଏଭଳି ବୋଝ  ହୋଇ ଉଠିଛି ଯେ ଆମ ସମାଜରେ ଆଜି କନ୍ୟା ଭ୍ରୂଣହତ୍ୟା , ନାରୀ ନିର୍ଯାତନା , ଯୌତୁକ ନିର୍ଯ୍ୟାତନା , ପ୍ରଚଣ୍ଡଭାବେ ବୃଦ୍ଧି ପାଇଛି । 

ଫଳସ୍ୱରୂପ , ଆମ ଦେଶରେ (Child sex ratio ; CSR) ଅର୍ଥାତ ୧୦୦୦ ବାଳକ ତୁଳନାରେ ବାଳିକାମାନଙ୍କ ସଂଖ୍ୟା (୦– ୬ ବର୍ଷ ଭିତରେ ) ସଂଖ୍ୟାହାର କ୍ରମଶଃ କମିବାକୁ ଲାଗିଲା । ୧୯୬୧ ମସିହାରେ ଏହା ୯୭୬ ଥିବାବେଳେ ୨୦୧୧ ରେ ଏହା ୯୧୮ କୁ ଖସି ଆସିଥିଲା । ଏହି ହାର ୧୯୬୧ ରୁ କ୍ରମାଗତଭାବେ କମିବାରେ ଲାଗିଛି ।

କେବଳ ଅଲଟ୍ରାସାଉଣ୍ଡ ଦ୍ୱାରା ଲିଙ୍ଗ ନିରୂପଣ କରି କନ୍ୟା ଭ୍ରୂଣହତ୍ୟା ନୁହେଁ ବରଂ ଜନ୍ମ ପରେ ମଧ୍ୟ କନ୍ୟାସନ୍ତାନର ସ୍ଵାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟରେ ଅବହେଳା ଦେଖା ଯାଇଛି । ଆଜି ଯେଉଁ ନାରୀମାନେ ନିଜ ନିଜ କର୍ମକ୍ଷେତ୍ରରେ ପ୍ରତିଷ୍ଠିତା , ସେମାନଙ୍କ ସଫଳତା ପଛରେ ଉଦାର ହୃଦୟ ପିତା , ମାତା ଅଥବା ଦୁହେଁ କିମ୍ବା ଏକ ପ୍ରକୃଷ୍ଟଭାବେ ଶିକ୍ଷିତା ମା‘ ଟିଏ ନିଶ୍ଚିତ ଥିବେ ।

ଏହିଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ପରିସ୍ଥିତିର ମୁକାବିଲା କରିବା ପାଇଁ ଓ ଦେଶର ଭବିଷ୍ୟତକୁ ସାକାର କରିବା ପାଇଁ ଭାରତ ସରକାର ‘ବେଟି ବଚାଓ , ବେଟି ପଢ଼ାଓ ” ଅଭିଯାନ ଆରମ୍ଭ କରିଛନ୍ତି ୨୦୧୫ ରେ ।

ଏଥିରେ ଅନ୍ତର୍ଗତ ଅଛି –

୧) ଲିଙ୍ଗଭେଦରେ ଭ୍ରୂଣହତ୍ୟା ବନ୍ଦ କରିବା 

୨) କନ୍ୟା ସନ୍ତାନର ଜୀବନ ଧାରଣା ଓ ସୁରକ୍ଷାର ଦାୟିତ୍ୱ

୩) କନ୍ୟା ସନ୍ତାନର ସୁରକ୍ଷା

ଏଥି ଅନ୍ତର୍ଗତ ପ୍ରଥମେ ଲିଙ୍ଗଜନିତ ଭେଦଭାବ ସର୍ବାଧିକ ଥିବା ୧୦୦ ଟି ଜିଲ୍ଲାରେ ଆଗ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରାଯାଇଛି | ଆମ ଓଡିଶାର ନୟାଗଡ ଜିଲ୍ଲା ଏଥିରେ ଅନ୍ତର୍ଭୁକ୍ତ ହୋଇଛି | ଏହି ଜିଲ୍ଲାରେ ଜାତୀୟ ହାରଠୁ ବି ଅନେକ କମ ହାର –  ୮୫୫ ସାଲ ୨୦୧୧ ରେ ଥିଲା | ଏହି ଅଭିଯାନ ପରେ ଏହି ହାର ବଢି ୨୦୧୮ – ୧୯ ରେ ୯୦୮ ହୋଇଛି |

ଏହି ଯୋଜନାରେ ୨ ଟି ମୁଖ୍ୟ ଉପାଦାନ ଅଛି । 

୧) Mass communication Campaign — ସଚେତନତା ଅଭିଯାନ

୨) Multi-sectional action in 100 districts as a pilot project

୧୦୦ ଟି ଜିଲ୍ଲାର ପ୍ରଥମ ସୋପାନରେ ଏ ଯୋଜନା ପାଇଲଟ ପ୍ରୋଜେକ୍ଟ ହିସାବରେ ଲାଗୁ କରିବା ।

ଏହା ଜାତୀୟ , ରାଜ୍ୟ , ଜିଲ୍ଲା ତଥା ସମ୍ପ୍ରଦାୟ ସ୍ତରରେ ଲାଗୁ କରାଯାଇଛି ।

ଏଥିରେ ଗର୍ଭବତୀ ମହିଳାମାନଙ୍କର ପଞ୍ଜୀକରଣ, ସ୍ୱାସ୍ଥ୍ୟଯାଞ୍ଚ , ଡାକ୍ତରଖାନାରେ ଡେ଼ଲିଭରୀ କରାଯାଉଛି । NGO ଓ Frontline workers ମାନଙ୍କୁ ପୁରସ୍କୃତ କରି ପ୍ରୋତ୍ସାହିତ କରାଯାଉଛି | PNDT cellକୁ ଆହୁରି ସୁଦୃଢ଼ କରାଯାଇଛି ଭ୍ରୂଣହତ୍ୟା ରୋକିବା ପାଇଁ | 

ବାଳିକାମାନଙ୍କୁ ସ୍କୁଲରେ ନିଶ୍ଚିତ ଶିକ୍ଷାଦାନ , ସ୍କୁଲଶିକ୍ଷା ଅଧାରୁ ନ ଛାଡିବାକୁ ଯତ୍ନବାନ ହେଉଛନ୍ତି | ସ୍କୁଲରେ ଛାତ୍ରୀମାନଙ୍କ ସୁବିଧା ଓ ସୁଯୋଗକୁ ମଧ୍ୟ ଧ୍ୟାନ ଦିଆଯାଉଛି | ବାଳିକା ଶୌଚାଗାର ଆଦି ମଧ୍ୟ ନିର୍ମାଣ କରାଯାଉଛି |

ବ୍ୟକ୍ତିଗତ ସ୍ତରରେ ଆମେ କଣ କରି ପାରିବା ??

  • ଆମେ ଏକ ଅଗ୍ରଣୀ ସମାଜର ଉତ୍ତରାଧିକାରୀ ଭାବେ ନିଜର ଗୌରବମୟ ଇତିହାସ ଓ ସଂସ୍କୃତିକୁ ଆଖି ଆଗରେ ରଖି ଆମ ପରିବାରରେ କନ୍ୟା ସନ୍ତାନର ଜନ୍ମକୁ ସ୍ୱାଗତ କରିବା |  
  • ନିଜ ସନ୍ତାନ ମାନଙ୍କ ମଧ୍ୟରେ କୌଣସି ପ୍ରକାର ଭେଦଭାବ କରିବା ନାହିଁ | 
  • ପୁତ୍ର କନ୍ୟା ସନ୍ତାନମାନଙ୍କୁ ସମାନ ଭାବେ ସୁବିଧା ସୁଯୋଗ ଦେବା | 
  • ଯୌତୁକ ପ୍ରଥାକୁ ସମୂଳେ ନାଶତା କରିବା , ବାହାଘର ଗୁଡିକୁ କମ ଆଡମ୍ବର ପୂର୍ଣ୍ଣ ମଧ୍ୟ କରିବା |
  • ନାରୀମାନଙ୍କୁ କେବଳ ପୁସ୍ତକଗତ ଶିକ୍ଷା ନୁହେଁ ବରଂ ଶାରୀରିକ ସାମର୍ଥ୍ୟ ମଧ୍ୟ ଦେବା ଯଦ୍ଦ୍ଵାରା ସେମାନେ ନିଜେ ନିଜର ସୁରକ୍ଷା କବଚ ତିଆରି କରି ପାରିବେ |
  • ସେମାନଙ୍କୁ ରୋଜଗାର କ୍ଷମ କରି ପ୍ରକୃଷ୍ଟ ଭାବେ ସଶକ୍ତିକରଣ କରିବା |

ତେବେ ଯାଇ ପୁଣି ଅନୁରଣିତ ହେବ ସ୍କନ୍ଦପୁରାଣର ସେଇ ଶ୍ଳୋକ –

 

ଦଶପୁତ୍ରସମାକନ୍ୟା ଦଶପୁତ୍ରାନ ପ୍ରଵର୍ଦ୍ଧୟନ ।

ଯତ ଫଲଂ ଲଭତେ ମର୍ତ୍ତସ୍ତଲ୍ଲଭ୍ୟଂ କନ୍ୟୟୈକୟା |


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *