ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
*********************
ବହୁ ଆକାଂକ୍ଷିତ ଚଉଷଠି ଯୋଗିନୀ ମନ୍ଦିର ଦର୍ଶନ ଭାଗ୍ୟରେ ଜୁଟିଲା ଏ କରୋନା ମହାମାରୀ ଯୋଗୁଁ l ଭୁବନେଶ୍ୱରକୁ ଆସିବା ପରେ ମୋର ଇଛା ଥିଲା ପ୍ରତି ରବିବାର ଭୁବନେଶ୍ୱର ର ଗୋଟିଏ ଗୋଟିଏ ମନ୍ଦିର ବୁଲିବି ଓ ତା ଉପରେ ଗୋଟିଏ ଗୋଟିଏ ସନ୍ଦର୍ଭ ଲେଖିବି l ହାଏ ! ମୁଁ ବାମନ ହୋଇ ଚନ୍ଦ୍ରକୁ ହାତ ବଢେଇବା ପାଇଁ କେମିତି ଭାବି ଦେଲି ? ଘର, ପରିବାର, ସମ୍ପର୍କୀୟମାନଙ୍କ କଥା ବୁଝୁ ବୁଝୁ ଏ ଭିତରେ ୭ ବର୍ଷ ବିତିଗଲା l ବର୍ଷ ଶେଷ , ଛୁଟି ଅଳ୍ପ ବଳିଛି ; କାରଣ ଏଥର କୌଣସି କନଫରେନ୍ସ ଯାଇନି l ମହାମାରୀ ଯୋଗୁଁ ବେଶୀ ଦୂର ବୁଲାବୁଲି ବି ମନା I ଏତେ ଦିନ ପରେ ମଉକା ମିଳିଲା —ପିଲାଙ୍କ ନା ନୁକୁର ପରେ ମଧ୍ୟ ଆମେ ଗୁଗୁଲ ଭାଇନାଙ୍କ ସହାୟତାରେ ଗନ୍ତବ୍ୟ ସ୍ଥଳରେ ପହଂଚିଗଲୁ I
ଦୁର୍ଭାଗ୍ୟ! ତାଲା ବନ୍ଦ ! ଆହୁରି ସରକାରୀ ଅର୍ଡର ଆସିନି ମନ୍ଦିର ଖୋଲିବା ପାଇଁ I ପାଖରେ ଏକ ବଡ ପୋଖରୀ, ବରଗଛ, ଯାତ୍ରୀ ବିହୀନ ଥିବାରୁ ସବୁ ଖୋଲା ଖୋଲା …ବାସ ମନ ଖୁସି ହୋଇଗଲା I
ଭାବିଲି ଦେବଦେବୀଙ୍କର ବୋଧେ ଦର୍ଶନ ପାଇଁ ଯୋଗ ନାହିଁ …ହଉ ଠିକ ଅଛି, ପ୍ରଭୁଙ୍କ ଇଛା I ବୋଧେ ଆଉ ଥରେ ଏଠିକି ଆସିବାକୁ ଯୋଗ ଅଛି I ଏମିତି ଭାବୁ ଭାବୁ ଘାଏଁ କରି ଏକ ବଡ ଆମ୍ବାସଡର ଗାଡ଼ି ଆମକୁ ମଡ଼େଇ ଦେଲା ପରି ଆସି ପାଖରେ ବ୍ରେକ ଦେଲା I କଳା ସୁଟ ପ୍ୟାଣ୍ଟ ପରିହିତ ବାବୁ ଜଣେ ଗାଡ଼ିରୁ ସଦର୍ପେ ଓହ୍ଲେଇଲେ ସସ୍ତ୍ରୀକ I ମୁଁ ଗାଢ଼େଇ କି ଡ୍ରାଇଭରକୁ ଅନେଇଲି ଏମିତି କ‘ଣ ଗାଡି ଚଳାଉଛି ବୋଲି , ହେଲେ ସେ ଶିବଙ୍କ ବୃଷଭ ଭଳି ମନେ ହେଲା I
ବାବୁ ଜଣଙ୍କ ବେଶ ବଡ ଅଫିସର ହେଇଥିବେ ପରା ! ସଦର୍ପେ ମାଡି ଗଲେ ଗେଟ ପାଖକୁ I ଜଗୁଆଳିକୁ କହିଲେ, ତାଲା ଖୋଲ , ମୁଁ ହୋମ ଡିପାର୍ଟମେଣ୍ଟରୁ ଆସିଛି , ଚେକ ଚାକ କରିବି , ସବୁ ଠିକ ଅଛି କି ନାହିଁ I
ମୁଁ ମୋ ଗାଡି ପାଖକୁ ଯାଉ ଯାଉ ଟିକିଏ ଅଟକି ଗଲି I ଆଶା ଥିଲା , ଯଦି ବାବୁଙ୍କ ଲାଗି ଗେଟ ଖୋଲିବା ଆମେ ବି ଟିକେ କରିବୁ …ଟିକେ କୌତୁହଳ ବି ଥିଲା ଦେଖିବାକୁ ବାବୁ ମିଛ କହି ଜିଣୁଛନ୍ତି କି ନାହିଁ I ଆମ ପରେ ପରେ କିଛି ଛାତ୍ର ଛାତ୍ରୀଙ୍କର ପିକନିକ ଦଳ ବି ଠିଆ I ଆଗରୁ ତ କହିଛି, ଆମେ ସମସ୍ତେ ଦୁର୍ନୀତି ହେଉଛି ବୋଲି ପାଟି କରୁ , ହେଲେ ମଉକା ମିଳିଲେ କେହି ସେତକ କରିବାକୁ ପଛାଉ ନାହିଁ I
ଏଥର ଦେଖିଲୁ ଯୁକ୍ତି ତର୍କ ଆରମ୍ଭ ହେଲା ଜଗୁଆଳୀ ଓ ବାବୁଙ୍କ ଭିତରେ I ବାବୁ ବୋଧେ ସ୍ତ୍ରୀ ଙ୍କ ଆଗରେ ଆଗରୁ ବାହାସ୍ଫୋଟ ମାରିଛନ୍ତି ଯେମିତି ହେଲେ ମନ୍ଦିର ଦର୍ଶନ କରେଇବେ I ଏବେ ଛାର ଜଗୁଆଳି ତାଙ୍କୁ ଭିତରକୁ ଛାଡ଼ୁନି …ଆହା କି ବିକଳ ଅବସ୍ଥା ବାବୁଙ୍କର ! ଏଥର ନିଜ ଆଇ –କାର୍ଡ କାଢି ଦେଖେଇଲେ…ଜଗୁଆଳି ନଛୋଡବନ୍ଧା I ତା ପରେ ଫୋନ ଲଗେଇ ଉପରିସ୍ଥ ଅଫିସରଙ୍କ ସଂଗେ କଥା ହେବାକୁ କହିଲେ …ତାକୁ ବି ଜଗୁଆଳି ବେଖାତିର କଲା I
ସଂଘର୍ଷ ଆଉ ତିକ୍ତ ହେବl ଆଗରୁ ମୁଁ ସେ ସ୍ଥାନ ଛାଡି ପଳେଇ ଆସିଲି I
ମନରେ କିଛି ପ୍ରଶ୍ନ ଉଦ୍ରେକ ହେଲା :