Band baja Barat
ବ୍ୟାଣ୍ଡ, ବାଜା, ବାରାତ (୨)
March 5, 2024
National cherish an antique day
National cherish an antique day
April 16, 2024
Menu of fasting

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର ବାୟୋକେମିଷ୍ଟ୍ରି , କୀମସ
************
୧୧ଟା ବେଳର ଚା’ ଖଟି ଚାଲିଛି | ନିତ୍ୟ ପ୍ରତିଦିନ ଏ ସମୟରେ ଅଧ ଘଣ୍ଟାଏ ଏକାଠି ହୋଇ ଦୀନବନ୍ଧୁ, ଅଶୋକ, ଆକାଶ ଓ ଅପେକ୍ଷାକୃତ ବୟସ୍କ ନରେଶ ବାବୁ ଏକାଠି ହୋଇ ଖଟି ଗପ କରି ନିଜ ମନକୁ ହାଲକା କରନ୍ତି | ଜଣେ ସେଥିରେ ମୂକ ଭାଗୀଦାର ଥାଏ ହରିଆ | ଚା’ ପରସା ତା’ କାମ | ସେ ଚା’ କପ ଅଣା ନିଆ ଭିତରେ ନିଜ ପାନଖିଆ ଦାନ୍ତ ନେଷେଡ଼େଇ ଟିକିଏ ହସି ଦିଏ ତ କେତେବେଳେ ନୂଆ ଖବର ପାଇ କୋଟରଗତ ଆଖି ବଡ ବଡ କରି ସବୁ ଶୁଣେ | ସେ ଖଟିର ଭାଗୀଦାର ନୁହେଁ , କିନ୍ତୁ ଅନ୍ୟତ୍ର ଏ ଖଟି ଜ୍ଞାନ ପହଞ୍ଚେଇବାରେ ସେ ନାୟକ |
ଆଜି କଥା ପଡ଼ି଼ଥାଏ ଭୁବନେଶ୍ୱର ବିରିୟାନୀ କଥା | ନରେଶ ବାବୁ ଖାଲି ବିରିୟାନୀ କେଉଁଠି ଭଲ ମିଳୁଛି କହୁ ନ ଥାନ୍ତି , କେଉଁ ବିରିୟାନୀ କେମିତି ରନ୍ଧା ଯାଏ ତା’ ବି ବଖାଣୁଥାନ୍ତି | ବିରିୟାନୀ ରୁ ଚିକେନ, ଚିଙ୍ଗୁଡ଼ି , ତା ପରେ ପହଁଞ୍ଚିଗଲେ ରସଗୋଲା ପାଖରେ |
ଏତିକି ବେଳେ ହଠାତ କଥାକୁ ରୋକି ଅଶୋକବାବୁ ପଚାରିଲେ, “ନରେଶ ସାର, ଆପଣ ଆଜି ଉପବାସ କରିଛନ୍ତି କି ?
ନରେଶ ବାବୁ ଆଖି ତରାଟି ପଚାରିଲେ – “ଆରେ ! ଆପଣ ଅନ୍ତର୍ଯ୍ୟାମୀ ନା କଣ ? ମୋ ସ୍ତ୍ରୀ କଣ ଗୋଟେ ପୂଜା କରୁଛି ଯେ ମୋତେ ବି ଉପାସ ରଖାଉଛି | ହେଲେ ଆପଣ କେମିତି ଜାଣିଲେ ?”
ଅଶୋକବାବୁ ହୋ ହୋ ହୋଇ ହସିଲେ ଆଉ କହିଲେ ” ଆପଣ ଆଜି ଖଟିକୁ ଖାଦ୍ୟପେୟ ଚର୍ଚ୍ଚାରେ ସରଗରମ କରି ରଖିଛନ୍ତି |
ଓପାସରେ ଖାଇ ନାହାନ୍ତି ସିନା ହେଲେ ମନ ଯାଇ ସେଇ ଖାଇବା ଉପରେ ହିଁ ନିବଦ୍ଧ ହୋଇଯାଇଛି | ଦେଶ ରାଜନୀତି, ଯୁବାବର୍ଗଙ୍କ ଅସଭ୍ୟତା ଇତ୍ୟାଦି ଚର୍ଚ୍ଚା ଛାଡ଼ି ଖାଲି ବିରିୟାନୀ , ଚିକେନ .., ରସୋଗଲା ପାଖେ ବୁଲୁଛନ୍ତି |
” ଆରେ ହରିଆ | ଆଜି ଚା ଆଣେନି … ସମସ୍ତଙ୍କ ପାଇଁ ଆଜି ଫଳରସ ଆଣେ | ଆମେ ବି ଆଜି ମିଶିକି ଓପାସ କରିବା |
ନରେଶ ବାବୁ ସଲ୍ଲଜ ହସ ହସି ମୁଣ୍ଡ ନୁଆଁଇଲେ ହରିଆ ଦାନ୍ତ ନେଷେଡ଼େଇ ନୂଆ ଜ୍ଞାନ ପାଇ ଦୋକାନକୁ ମୁଁହାଇଲା |
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
“ଗେହ୍ଲି! ମୋ ପାଇଁ ଓପାସ କରିଛୁ ?”
” ହେଃ ! ମୋ କାମ ନ ଥିଲା … ତୋ ପାଇଁ ଓପାସ ! ”
” ସତ କହୁଛୁ ? ଆଉ ମନ୍ଦିରରେ ଲାଇନ ଲଗେଇ କାହିଁକି ଠିଆ ହୋଇଥିଲୁ ?”
“ଯାଃ ! ମୁଁ କିଛି ଓପାସ ଫୋପାସ କରିନି | ତୁ ମାଙ୍କଡ ଫୋନ ରଖେ | ଆଉ ସନ୍ଧ୍ୟା ବେଳେ ଆମ ଘର ଆଖପାଖେ ବୁଲିବୁନି .. ହେଲା |”
ମହାଦୀପ ଉଠୁ ଉଠୁ ସଂଧ୍ୟା ଛାତକୁ ଧାଇଁଲା | ସୁଧାଂଶୁ ଆଗରୁ ଜଗିଥିଲା | ମିଛିମିଛିକା ମାରି ମାରି ସଂଧ୍ୟା ତାକୁ ପଛକୁ ଠେଲି ନେଇଗଲା | ସୁଧାଂଶୁ ହସୁଥାଏ କହୁଥାଏ – ” ଆହା ଲୋ , ମୋ ପାଇଁକି ଓପାସ କରିକି ତୋ ମୁହଁଟା କେମିତି ଶୁଖି ଯାଇଛି ଲୋ | ଷ୍ଟେଟସରେ ଖାଲି ପଣା, ସରବତ, ଫଳରସ, ଭୋଗ ଥାଳୀ , ଭେଜିଟେରିଆନ ରେଷ୍ଟୁରାଣ୍ଟର ଠିକଣା ଭର୍ତ୍ତି — ହାଃ, ହାଃ, ହାଃ |”
ସଂଧ୍ୟାର ହାତଦୁଇଟା ଧରିନେଇ ପାଖକୁ ଭିଡ଼ିନେଇ କହିଲା – ” ନେ, ଏ ଲସିରେ ଓପାସ ଭାଙ୍ଗେ — ରାବିଡି ଡବଲ ପକେଇଛି |” ସଂଧ୍ୟା ଲଜ୍ଜା ଓ ଅପମାନରେ ଲାଲହୋଇ ହାତରୁ ଲସି ଗ୍ଳାସ୍ ଟା ଛଡେଇ ନେଇ ଓଠରେ ଲଗେଇଲା |”
“ଆରେ ଆରେ ! ମୋତେ ବି ଦେ | ମୁଁ ତୋ ପାଇଁ ଓପାସ କରିନି କି ?” ଛଡେଇ ନେଇ ଗ୍ଳାସ୍ ଟା ସୁଧାଂଶୁ ଓଠରେ ଲଗେଇଲା |
ସନ୍ଧ୍ୟା କହିଲା, “ସେଇଟା ଅଇଁଠା l ”
ସୁଧାଂଶୁ ଆଖିରେ ଆଖି ମିଶେଇ କହିଲା — “ଦରକାର ପା |”
ସଂଧ୍ୟା ଲାଜରେ ଆଖିପତା ନୋଇଁଲା ଆଉ କହିଲା -“ଧେତ “…. |
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
“ମା’, ଆଗକୁ ଶ୍ରାବଣ ସୋମବାରଟା ଆସୁଛି |” ବୋହୂମା କହିଲେ ଶାଶୂଙ୍କୁ |
ରମଣୀ ଘର ପୋଛୁ ପୋଛୁ ଟିକିଏ କାନେଇଲା |
ଶାଶୁ ମେନ କାର୍ପଟଦାର | କହିଲେ – ” ଏଥରକ ଦ୍ଵିତୀୟ ପାଳିଟା ଖାଲି ଓପାସ କରିବା | ବେଶୀ କିଛି ନାହିଁ – ବାସ, ଖେଚୁଡ଼ିଟେ ଘିଅ ଫୁଟା, ଘାଣ୍ଟ, ଶାଗମୁଗ , ମଣ୍ଡା , କାକରା , କ୍ଷୀରି … ସେତିକି |”
“ବୋଉ, ବାପା କଣ ବିନା ଡାଲିର ଖାଇବେ? ଅଳ୍ପ ଡାଲି ବି କରିଦେବି | ଆଉ ଭଜା ଠାଏ ତ ଦରକାର |”
” ହଁ ବା ସେତିକି କରିକି ଚଳେଇଦେବା ଆଉ …|” ଶାଶୁ ଆତ୍ମ ସନ୍ତୋଷରେ ଭରି ଉଠି କହିଲେ |
ରମଣୀ ଭାବିଲା – “ଓଃ ! ଆଚ୍ଛା ! ତେବେ ଓପାସ ମାନେ ଏମିତି ସ୍ପେଶାଲ ଖାନା … ବାଃ ! ମୋର ମଜା

Leave a Reply

Your email address will not be published. Required fields are marked *